ETV Bharat / state

Hockey World Cup: କାଠରେ ବିଶ୍ବର ସର୍ବକ୍ଷୁଦ୍ର ହକିଷ୍ଟିକ୍, ଖେଳାଳିଙ୍କୁ ଉତ୍ସର୍ଗ କଲେ ସତ୍ୟ ମହାରଣା

author img

By

Published : Jan 9, 2023, 11:54 AM IST

ହକି ବିଶ୍ବକପ ଅବସରରେ ସର୍ବକ୍ଷୁଦ୍ର ହକି ଷ୍ଟିକ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଏହି ହକି ଷ୍ଟିକ୍‌କୁ ସେ ଖେଳାଳିମାନଙ୍କୁ ଉତ୍ସର୍ଗ କରିଥିବା କହିଛନ୍ତି । ଅଧିକ ପଢନ୍ତୁ

କାଠରେ ବିଶ୍ବର ସର୍ବକ୍ଷୁଦ୍ର ହକିଷ୍ଟିକ୍ ପ୍ରସ୍ତୁତ କରିଛନ୍ତି ସତ୍ୟ ମହାରଣା

Hockey World Cup : କାଠରେ ବିଶ୍ବର ସର୍ବକ୍ଷୁଦ୍ର ହକିଷ୍ଟିକ୍, ଖେଳାଳିଙ୍କୁ ଉତ୍ସର୍ଗ କଲେ ସତ୍ୟ ମହାରଣା

ବ୍ରହ୍ମପୁର: ହକି ବିଶ୍ବକପ ନେଇ ଆରମ୍ଭ ହୋଇସାରିଲାଣି କାଉଣ୍ଟ ଡାଉନ । ଏହି ଅବସରରେ ବିଶ୍ବର ସର୍ବକ୍ଷୁଦ୍ର ହକି ଷ୍ଟିକ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଓଡ଼ିଶାରେ ଦ୍ବିତୀୟ ଥର ପାଇଁ ହକି ବିଶ୍ଵକପ୍ ଆୟୋଜିତ ହେବାକୁ ଥିବା ବେଳେ ଏହି ଅବସରରେ ସତ୍ୟ କାଠରେ ଦୁଇଟି ହକିଷ୍ଟିକ୍ ତିଆରି କରିଛନ୍ତି । ଯେଉଁଥିରେ ଗୋଟିଏ ହକିଷ୍ଟିକର ଉଚ୍ଚତା ୫mm ଏବଂ ଓସାର ୧mm ରହିଥିବା ବେଳେ ଅନ୍ୟ ହକି ଷ୍ଟିକଟିର ଉଚ୍ଚତା ୧cm ଓ ଓସାର ୧mm ରହିଛି । ଏହି ଦୁଇଟି ହକି ଷ୍ଟିକକୁ ନିଜର କଳାକୃତି ମାଧ୍ୟମରେ ସୁନ୍ଦର ଭାବରେ ରଙ୍ଗ ଦେଇ ପ୍ରସ୍ତୁତ କରିଛନ୍ତି ସତ୍ୟ । ଏହାକୁ ପ୍ରସ୍ତୁତ କରିବାକୁ ମାତ୍ର ୩୦ମିନିଟ୍ ସମୟ ଲାଗିଛି ବୋଲି ସେ କହିଛନ୍ତି ।

ପୂର୍ବରୁ ଅନେକ ବାର ସତ୍ୟ ଅନେକ ସୂକ୍ଷ୍ମ କଳାକୃତି କରି ଚର୍ଚ୍ଚାରେ ରହିଥିବା ବେଳେ ବିଭିନ୍ନ ରେକର୍ଡର ଅଧିକାରୀ ହୋଇଛନ୍ତି ।ଏପରିକି ଏହି କଳାକୃତି ମଧ୍ୟ ଆଗାମୀ ଦିନରେ ଏସିଆ ବୁକ୍ ଅଫ୍ ରେକର୍ଡ ସହ ଅନ୍ୟାନ୍ୟ ରେକର୍ଡ ହାସଲ କରିବ ବୋଲି ଆଶା ରଖିଛନ୍ତି ସତ୍ୟ । ବାଲୁକା କଳାଠାରୁ ଆରମ୍ଭ କରି କାଠରେ ଛୋଟଛୋଟ କଳାକୃତି ପ୍ରସ୍ତୁତ କରି ବ୍ରହ୍ମପୁରର ଯୁବ ବାଳୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ବେଶ ଚର୍ଚ୍ଚାରେ ରହିଛନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ସବୁଠାରୁ ଛୋଟ ରଥ ତିଆରି କରି ଚର୍ଚ୍ଚାର ପରିସରକୁ ଆସିଥିଲେ । ତାଙ୍କ ଏହି କଳାକୃତି ପାଇଁ ସେ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ସେହିପରି ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାର ତହସିଲଦାର ଅରୁଣ କୁମାର ନାୟକ ସ୍ପ୍ରେ ପେଣ୍ଟିଂ କରି ବେଶ ପ୍ରଶଂସା ସାଉଁଟିଥିଲେ । ଗଞ୍ଜାମ ସହରସ୍ଥିତ ଦାମୋଦରପୁର ବିଶ୍ରାମଗାର ସେଲ୍ଫି ପଏଣ୍ଟରେ ସ୍ପ୍ରେ ପେଣ୍ଟିଂରେ ହକି ଷ୍ଟିକ୍ ସହ ଖେଳାଳୀଙ୍କ ଚିତ୍ର ଆଙ୍କନ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବାର ନଜର ଆସିଥିଲା । ତହସିଲଦାର ଅରୁଣ କୁମାର ନାୟକ ପ୍ରଶାସନିକ ଦାୟିତ୍ବ ସୁଚାର ରୂପେ ତୁଲାଇବା ସହ ବିଭିନ୍ନ ସ୍ଥାନରେ ଚିତ୍ର ଆଙ୍କି ନିଜର ଅନ୍ତର୍ନିହିତ କଳାକୁ ପଦର୍ଶନ କରି ସମସ୍ତଙ୍କର ପ୍ରିୟ ଭାଜନ ହୋଇଥିଲେ l

2023 ଜାନୁଆରୀ ୧୩ ତାରିଖରୁ ହକି ବିଶ୍ବକପ ଆରମ୍ଭ ହେବ । ଏନେଇ ସବୁଠି ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି । ତାରିଖ ଯେତେ ପାଖଉଛି ଉତ୍ସାହ ସେତେ ବଢିବାର ଲାଗିଛି । ପ୍ରଶାସନଠାରୁ ଆରମ୍ଭ କରି ଜନସାଧାରଣ କ୍ରୀଡ଼ାପ୍ରେମୀଙ୍କ ମନରେ ହକି ବିଶ୍ବକପକୁ ନେଇ ଉତ୍କଣ୍ଠା ଦେଖା ଦେଇଛି । ହକି ବିଶ୍ବକପ ନେଇ ପ୍ରଚାର ପ୍ରସାର ପାଇଁ କରାଯାଉଛି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ । ଗାଁଠାରୁ ସହର ସବୁଠି ଏବେ ହକି ଫିଭର । ସରକାରଙ୍କ ପକ୍ଷରୁ ଏଥିପାଇଁ ସାରା ରାଜ୍ୟରେ ହକି ବିଶ୍ବକପ ମାହୋଲ ସରଗରମ ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.