ETV Bharat / state

Tapaswini-Sumit Marital Discord: ଏଣ୍ଟ୍ରି ମାରିଲା ପୋଲିସ, ସୁମିତଙ୍କୁ ଖୋଜିବାକୁ ଆରମ୍ଭ ହେଲା ଅପରେସନ - Tapaswini-Sumit Marital Discord update

ନିଜ ସ୍ୱାମୀଙ୍କ ସହିତ ରହିବା ଜିଦରେ ତପସ୍ୱିନୀ ଗତକାଲି(ଶୁକ୍ରବାର) ରାତ୍ର ଠାରୁ ଦ୍ୱିତୀୟଥର ପାଇଁ ଧାରଣାରେ ବସିଥିବା ବେଳେ ଏହି ଅବସରରେ ତପସ୍ୱିନୀଙ୍କ ଶ୍ୱଶୁର ଘର ପରିବାର ସହିତ ଆଲୋଚନା କରିଛନ୍ତି ବ୍ରହ୍ମପୁରର ବରିଷ୍ଠ ପୋଲିସ ଅଧିକାରୀ ।

ତପସ୍ୱିନୀଙ୍କ ଶ୍ୱଶୁର ଘର ପରିବାର ସହିତ ଆଲୋଚନା କଲେ ବରିଷ୍ଠ ପୋଲିସ ଅଧିକାରୀ

author img

By

Published : Dec 18, 2021, 10:56 PM IST

ବ୍ରହ୍ମପୁର: ନିଜ ସ୍ୱାମୀଙ୍କ ସହିତ ରହିବା ପାଇଁ ଦାବି କରି ଲଗାତାର ଭାବରେ ପ୍ରୟାଶ ଜାରି ରଖିଥିବା ତପସ୍ୱିନୀ ଗତକାଲି(ଶୁକ୍ରବାର) ରାତ୍ର ଠାରୁ ଦ୍ୱିତୀୟଥର ପାଇଁ ଧାରଣାରେ ବସିଥିବା ବେଳେ ଏହି ଅବସରରେ ତପସ୍ୱିନୀଙ୍କ ଶ୍ୱଶୁର ଘର ପରିବାର ସହିତ ଆଲୋଚନା କରିଛନ୍ତି ବ୍ରହ୍ମପୁରର ବରିଷ୍ଠ ପୋଲିସ ଅଧିକାରୀ ।

ବ୍ରହ୍ମପୁରର ଅତିରିକ୍ତ ଏସ୍.ପି ରମେଶ ଚନ୍ଦ୍ର ସେଠୀ, ଟାଉନ୍ ଏସ୍.ଡି.ପି.ଓ ବିଷ୍ଣୁ ପ୍ରସାଦ ପତି, ଟାଉନ୍ ଥାନା ଅଧିକାରୀ ସୁରେଶ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଧାରଣାରତ ତପସ୍ୱିନୀଙ୍କ ସହିତ ପଚାରି ବୁଝିବା ସହିତ ତପସ୍ୱିନୀଙ୍କ ସହିତ କଥାବାର୍ତ୍ତା ହେବା ସହିତ ଡାକ୍ତର ସୁମିତ ସାହୁ କେଉଁଠି ଅଛନ୍ତି ପଚାରି ବୁଝିବା ସହିତ କିଛି ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ ।

ତପସ୍ୱିନୀଙ୍କ ଶ୍ୱଶୁର ଘର ପରିବାର ସହିତ ଆଲୋଚନା କଲେ ବରିଷ୍ଠ ପୋଲିସ ଅଧିକାରୀ

ପ୍ରଥମେ ଶ୍ୱଶୁର ଘରେ ନିଜ ସ୍ୱାମୀ ସହିତ ରହିବା ପାଇଁ ଅଡି ବସି ଗତ ନଭେମ୍ୱର ୨୨ ତାରିଖରେ ବଧୂ ବେଶରେ ଆସି ଧାରଣା ଦେବା ପରେ ଦୀର୍ଘ ୧୧ ଦିନ ଧରି ଅହୋରାତ୍ର ଧାରଣା ପରେ ଏକ ପିଟିସନର ବିଚାର କରି ବ୍ରହ୍ମପୁରର ଏସ୍.ଡି.ଜେ.ଏମ୍ କୋର୍ଟ ତପସ୍ୱିନୀ ଓ ତାଙ୍କ ଡାକ୍ତର ସ୍ୱାମୀଙ୍କୁ ଏକ ସପ୍ତାହ ଏକତ୍ରୀତ ଭାବରେ କାହାରି ସହିତ ଯୋଗାଯୋଗ ନକରି ରହିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏହାର ଏକ ସପ୍ତାହ ପରେ କୋର୍ଟ ନିଜ ଡାକ୍ତର ସ୍ୱାମୀ ଏକ ଭଡାଘରେ ରଖିବା ପାଇଁ କହିବା ସହିତ ସମସ୍ତ କଟକଣା ଉଠାଇ ନେବା ପରେ କେଉଁଆଡେ ଫେରାର ହୋଇଯାଇଥିଲେ ସ୍ୱାମୀ ସୁମିତ ।

ଏହାକୁ ନେଇ ସ୍ଥାନୀୟ ଆସିକା ଥାନାରେ ଅବଗତ କରିବା ସହିତ କୋର୍ଟର ନିର୍ଦ୍ଧେଶ ଅମାନ୍ୟ କରିଥିବା ନେଇ ପୁଣି ତପସ୍ୱୀନି ଏକ ପିଟିସନ୍ ବ୍ରହ୍ମପୁର ଏସ୍.ଡି.ଜେ.ଏମ୍ କୋର୍ଟରେ ଦାଖଲ କରିଥିଲେ । ଶେଷରେ କୋର୍ଟ ପକ୍ଷରୁ ଏହାକୁ ନେଇ ଅନ୍ୟ ଏକ ଏତଲା ରୁଜ୍ଜୁ କରିବାକୁ ତପସ୍ୱିନୀଙ୍କ ଆଇନଜୀବୀଙ୍କୁ କହିଥିଲେ ।

ହେଲେ ତପସ୍ୱିନୀ ରହୁଥିବା ଆସିକା ସୁଗାର ମିଲର ଅତିଥି ଭବନ ମଧ୍ୟରୁ ତପସ୍ୱୀନିଙ୍କୁ ବାହାରିବା ପାଇଁ ଏକ ନୋଟିସ୍ ଆସିବା ପରେ ସେ ଏଭଳି ସମୟରେ ପୁଣି ଧାରଣାରେ ବସି ରହିବାକୁ ସ୍ଥିର କରିଥିଲା । ହେଲେ ଆସନ୍ତା ୨୦ ତାରିଖରେ ମୁଖ୍ୟ ପିଟିସନର ବିଚାର ପ୍ରକ୍ରିୟା ରହିଥିବା ବେଳେ ଏପରି ଘଟଣା ସାରା ସହରରେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.