ETV Bharat / state

'ସଖୀ'କୁ ମୋ ସରକାରରେ ଅନ୍ତର୍ଭୁକ୍ତ କରିବାକୁ ଦାବି କଲେ ଗଞ୍ଜାମ ଜିଲ୍ଲାପାଳ

author img

By

Published : Sep 8, 2021, 9:48 AM IST

ଗଞ୍ଜାମ ଜିଲ୍ଲାପାଳଙ୍କ କକ୍ଷରେ 'ସଖୀ'ର ଦ୍ବିତୀୟ ପରିଚାଳନା ବୈଠକ ଅନୁଷ୍ଠିତ । ମହିଳାଙ୍କ ଏକକାଳୀନ ସମାଧାନ କେନ୍ଦ୍ର(ଓ୍ବାନ୍ ଷ୍ଟପ୍ ସେଣ୍ଟର)ସଖୀକୁ ମୋ ସରକାରରେ ଅନ୍ତର୍ଭୁକ୍ତ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ । ଅଧିକ ପଢନ୍ତୁ...

'ସଖୀ'କୁ ମୋ ସରକାରରେ ଅନ୍ତର୍ଭୁକ୍ତ କରାଯାଉ: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 'ସଖୀ'ର ଦ୍ବିତୀୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତଙ୍କ ମିଳିତ ସମନ୍ବୟ ରକ୍ଷା କରି ୱାନ୍ ଷ୍ଟପ୍ ସେଣ୍ଟରର କାର୍ଯ୍ୟଗୁଡିକ ତ୍ବରାନ୍ବିତ କରିବା ଦିଗରେ ତତ୍ପରତା ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଓ୍ବାନ୍ ଷ୍ଟପ୍ ସେଣ୍ଟର ସଖୀକୁ ମୋ ସରକାରରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି ।

ସୂଚନାନୁଯାୟୀ 2018 ମସିହା ଅକ୍ଟୋବର ମାସ ଠାରୁ ନିର୍ଯାତିତା ମହିଳାଙ୍କ ପାଇଁ ଏକକାଳୀନ ସମାଧାନ କେନ୍ଦ୍ର ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପରିସର ମଧ୍ୟରେ କାର୍ଯ୍ୟ କରୁଛି । ଘରୋଇ ହିଂସା, ନିର୍ଯାତନାରେ ଶିକାର ହୋଇଥିବା ମହିଳା, ଯୌନ ଶୋଷଣର ଶିକାର, ଦୁଷ୍କର୍ମ କିମ୍ବା ଅଶ୍ଳୀଳ ଆଚରଣ, ଅପହରଣ, ମିଥ୍ୟା ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ଚାଲାଣ, 18 ବର୍ଷରୁ କମ୍ ବୟସର ଝିଅ ବିବାହ କିମ୍ବା ମହିଳା/ବାଳିକାଟି ସାଇବର ବେଆଇନ ଅପରାଧର ଶିକାର ହୋଇଥିବା ବ୍ୟକ୍ତି ବିଶେଷଙ୍କ ଥଇଥାନ ଏବଂ ସେମାନଙ୍କର ଅଧିକାର ନିମନ୍ତେ କାର୍ଯ୍ୟ କରିଆସୁଛି । ଏହି କେନ୍ଦ୍ରରେ ପୋଲିସ ସହାୟତା, ଆଇନଗତ ସହାୟତା, ଚିକିତ୍ସାଗତ ସହାୟତା, ମନସ୍ତାତ୍ତ୍ବିକ ଓ ସାମାଜିକ ପରାମର୍ଶ ସହ ସ୍ବଳ୍ପକାଳୀନ ଆଶ୍ରୟର ବ୍ୟବସ୍ଥା ମଧ୍ୟ ରହିଅଛି ।

ଅଦ୍ୟାବଧି ସମୁଦାୟ 443 ଟି ମକଦ୍ଦମା ରୁଜୁ ହୋଇ ଥିବାବେଳେ 274 ଟି ମାମଲା ପରାମର୍ଶ ମାଧ୍ୟମରେ ସମାଧାନ କରାଯାଇପାରିଛି । 130 ଟି ଅନ୍ୟାନ୍ୟ ମକଦ୍ଦମାଗୁଡିକର ସମାଧାନ ହୋଇ ସେମାନେ ନିଜ ପରିବାର ମଧ୍ୟରେ ସୁଖ ଶାନ୍ତିରେ ରହିଛନ୍ତି । ସମ୍ପ୍ରତି 34 ଗୋଟି ମକଦ୍ଦମାର ଫୈସଲା ସ୍ଥିତିରେ ରହିଛି, ଯାହାର ସମାଧାନର ବାଟ ଖୁବଶୀଘ୍ର ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଉକ୍ତ କେନ୍ଦ୍ରକୁ ସହାୟତା ନିମନ୍ତେ ରହିଥିବା ମହିଳା କିମ୍ବା ବାଳିକା ମାନଙ୍କର ସୁରକ୍ଷା ଦିଗରେ ସମସ୍ତ ପ୍ରକାର ସହଯୋଗ ଅବିଳମ୍ବେ କରିବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ବାସ୍ଥ୍ୟ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ, ପୋଲିସ ଅଧିକାରୀ ଗଣ ଉକ୍ତ କେନ୍ଦ୍ରକୁ ପରିଦର୍ଶନରେ ଯାଇ ସେଠାରେ ରହିଥିବା ପୀଡିତାମାନଙ୍କୁ ପରାମର୍ଶ ଓ ସେମାନଙ୍କ ଭଲମନ୍ଦ ବୁଝିବାକୁ କହିଥିଲେ । ସେମାନଙ୍କ ମକଦ୍ଦମାଗୁଡିକ ଠିକ୍ ସମୟରେ ସମାଧାନ ଯେପରି ହେବ ସେହି ଦିଗରେ ତତ୍ପରତା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପୀଡିତା ଭୟ ଛାଡି ନିର୍ଭୟରେ ଯେପରି ଉକ୍ତ କେନ୍ଦ୍ରର ସହାୟତା ଗ୍ରହଣ କରିବେ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି । ସେହିଭଳି ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇ ୱାନ୍ ଷ୍ଟପ୍ ସେଣ୍ଟରକୁ ମୋ ସରକାର ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କେନ୍ଦ୍ରର ପାରିପାର୍ଶ୍ବିକ ବ୍ୟବସ୍ଥାର ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଓ୍ବାନ୍ ଷ୍ଟପ୍ ସେଣ୍ଟରର ତଥ୍ୟ ଓ ସୂଚନା ପ୍ରଚାର ପ୍ରସାର ସୋସିଆଲ୍ ମିଡିଆ, ଗ୍ରାମ ପଞ୍ଚାୟତ, ପର୍ଯ୍ୟଟନ ସ୍ଥଳ, ଉଚ୍ଚ ଶିକ୍ଷା କେନ୍ଦ୍ରଗୁଡିକରେ ଯେପରି ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ବ୍ରହ୍ମପୁର ଉପଜିଲ୍ଲାପାଳ ୱି. କୀର୍ତ୍ତିଓ୍ବାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏମକେସିଜି ର ଡିନ୍ ଡ. ଅବନୀକାନ୍ତ ମିଶ୍ର, ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. ଆର୍ ଜଗଦୀଶ୍ ପଟ୍ଟନାୟକ, ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ୱାନ୍ ଷ୍ଟପ୍ ସେଣ୍ଟର ନିର୍ଦ୍ଦେଶକ ତଥା ଆଇଏସ୍ଆରଡି ର ସଭାପତି ସୁଧୀର ସାବତ, କେନ୍ଦ୍ରର ପ୍ରଶାସିକା ମହେଶ୍ଵେତା ପାଢୀ ଏବଂ ଜିଲ୍ଲାର ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.