ETV Bharat / state

ଖଲ୍ଲିକୋଟରେ ଡକାୟତି ଯୋଜନା ପଣ୍ଡ ,4 ଗିରଫ - ଗଞ୍ଜାମରେ ଡକାୟତ ଗିରଫ ଘଟଣା

ଡକାୟତି ଯୋଜନା ଚାଲିଥିବା ବେଳେ ପୋଲିସ ପକ୍ଷରୁ ଚଢ଼ାଉ କରି 4 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ....

ଖଲ୍ଲିକୋଟ ଅଞ୍ଚଳରେ ଡକାୟତି ଯୋଜନା ପଣ୍ଡ ,4 ଗିରଫ

author img

By

Published : Feb 3, 2021, 6:35 AM IST

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବଡଘାଟି ନିକଟରେ ଏକ ଡକାୟତି ଯୋଜନା ଚାଲିଥିବା ବେଳେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଉଦ୍ୟମକୁ ପଣ୍ଡ କରାଯାଇଛି। ଏହି ଘଟଣାରେ 4 ଜଣଙ୍କୁ ଗିରଫ କରିଛି ପୋଲିସ ।

ଖଲ୍ଲିକୋଟ ଅଞ୍ଚଳରେ ଡକାୟତି ଯୋଜନା ପଣ୍ଡ ,4 ଗିରଫ
ଖଲ୍ଲିକୋଟ ଅଞ୍ଚଳରେ ଡକାୟତି ଯୋଜନା ପଣ୍ଡ ,4 ଗିରଫ

ଗିରଫମାନେ ହେଲେ କୋଦଳା ବି.ନୂଆଗାଁ ଅଞ୍ଚଳର ସନ୍ତୋଷ ଖଟେଇ ,କାଳିମେଘୀ ଅଞ୍ଚଳର ମୁନାରାମ ଜେନା ,ଫାଶି ଗ୍ରାମର ରାଜ ଗୋପାଳ ମହାପାତ୍ର ଏବଂ ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମର ଧିରେନ୍ଦ୍ର ଦାଶ ଓରଫ ଧରମୀ ବୋଲି ପୋଲିସ ପକ୍ଷରୁ ସୂଚନା ଦେଇଛି ।

ଗିରଫ ଅଭିଯୁକ୍ତଙ୍କ ଠାରୁ 4ଟି 9 ଏମଏମ ପିସ୍ତଲ ସମେତ ୧୧ ରାଉଣ୍ଡ ଜୀବନ୍ତ ଗୁଳି , ଦୁଇଟି ସିଙ୍ଗଲ ସଟ୍ ପିସ୍ତଲ ସମେତ ତାର ଗୋଟିଏ ରାଉଣ୍ଡ ଗୁଳି, ଗୋଟିଏ ରିଭଲବର୍ , ଗୋଟିଏ ଏୟାର ଗନ୍ , ତିନୋଟି ମୋଟର ସାଇକେଲ , ଦୁଇଟି ଖଣ୍ଡା, ଲଙ୍କାଗୁଣ୍ଡ, ଦୁଇଟି ଟର୍ଚ୍ଚ ଲାଇଟ୍, ତିନୋଟି ମୋବାଇଲ ଫୋନ ଜବତ କରାଯାଇଛି । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.