ETV Bharat / state

ପୋଲସରା: ସୀତାବନବାସ ଆଶ୍ରମରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା

author img

By

Published : Aug 5, 2020, 3:55 PM IST

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ପାରମ୍ପରିକ ରୀତିନୀତିରେ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମର ସୀତାବନବାସ ଆଶ୍ରମରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଛି । ଅଧିକ ପଢନ୍ତୁ...

ପୋଲସରା: ସୀତାବନବାସ ଆଶ୍ରମରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା
ପୋଲସରା: ସୀତାବନବାସ ଆଶ୍ରମରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା

ଭଞ୍ଜନଗର: ଆଯୋଧ୍ୟାରେ ଦୀର୍ଘ ପ୍ରତୀକ୍ଷା ଅନ୍ତଃଘଟି ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଶିଳାନ୍ୟାସ କରାଯାଇଛି । ସେହିପରି ଗଞ୍ଜାମ ଜିଲ୍ଲା ପୋଲସରାରେ ଆଶ୍ରମରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ କରାଯାଇଛି ।

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟପରେ ନେଇ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ପାରମ୍ପରିକ ରୀତିନୀତିରେ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମର ସୀତାବନବାସ ଆଶ୍ରମ ଠାରେ ମହନ୍ତ ଶ୍ରୀ ରତନ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭୂମିପୂଜା ଅତି ଆଡ଼ମ୍ବରରେ ପ୍ରସ୍ତୁତି ଚାଲିଥିବାବେଳେ ସେହି ଅନୁରୂପ ଭାବେ ସୀତା ବନବାସ ପାହାଡ଼ ଉପରେ ଆଶ୍ରମରେ ବିଦ୍ବାନ ପୁରୋହିତ ଓ ସାଧୁସନ୍ଥଙ୍କ ଉପସ୍ଥିତିରେ ଭୂମିପୂଜା ସହ ରାମ ଚରିତ ମାନସ ଓ ପରାୟଣ ଆଦିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଓ ଲକ୍ଷ୍ମଣ ବନବାସ ସମୟରେ ଏଠି କିଛି ଦିନ ରହିଥିଲେ । ଯାହାର ପ୍ରମାଣ ଏହି ପର୍ବତ ଉପରେ ଥିବା ସୀତାକୁଣ୍ଡରୁ ମିଳେ । ଏହି ସ୍ଥାନକୁ ଆହୁରି ଲୋକଲୋଚନକୁ ଆଣିବା ନିମନ୍ତେ ମହନ୍ତ ଶ୍ରୀ ରତନ ଦାସ ମହାରାଜଙ୍କ ପ୍ରଚେଷ୍ଟାରେ ଭୂମିପୂଜନ ସହ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଯଜ୍ଞର ଆୟୋଜନ କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.