ETV Bharat / state

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ ବ୍ୟାଙ୍କର ମାପ ଓ ଓଜନ ବିଭାଗରେ ଚଢ଼ାଉ - bank raid

ଭଞ୍ଜନଗରରେ ସୋରଡ଼ା ଏବଂ ବଡଗଡର ସମସ୍ତ ବ୍ୟାଙ୍କରେ ମାପ ଓ ଓଜନ ବିଭାଗରେ ଚଢାଉ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Jul 22, 2019, 9:48 PM IST

ଭଞ୍ଜନଗର: ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ନିର୍ଦ୍ଦେଶରେ ମାପ ଓ ଓଜନ ବିଭାଗର ଚଢ଼ାଉ । ସୋମବାର ସୋରଡ଼ା ଏବଂ ବଡ଼ଗଡ଼ର ସମସ୍ତ ବ୍ୟାଙ୍କରେ ବ୍ୟବହୃତ ହେଉଥିବା ଓଜନ ଯନ୍ତ୍ର ଯାଞ୍ଚ କରାଯାଇଛି । ଏହି ଚଢ଼ାଉରେ ଦେଖାଯାଇଥିଲା ଗୋଟିଏ ବ୍ୟାଙ୍କରେ ବିନା ମାପକ ଓଜନ ଯନ୍ତ୍ର ବ୍ୟବହାର ଓ ଅନ୍ୟ ଦୁଇ ବ୍ୟାଙ୍କରେ ନବୀକରଣ ହୋଇନଥିବା ଓଜନ ଯନ୍ତ୍ର ବ୍ୟବହାର ହେଉଛି ।

ଏହି ଦୁଇଟି ବ୍ୟାଙ୍କକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ 20 ହଜାର ଓ ଉକ୍ତ ଗ୍ରାମ୍ୟ ବ୍ୟାଙ୍କକୁ 10 ହଜାର ଏହି ଦୁଇଟି ବ୍ୟାଙ୍କରୁ 30ହଜାର ଜୋରିମନା ଆଦାୟ କରାଯାଇଛି । ସେହିପରି ଅନ୍ୟଗୋଟେ ବ୍ୟାଙ୍କକୁ 10 ହଜାର ଟଙ୍କାର ଜୋରିମନା ନୋଟିସ ଦିଆଯାଇଛି । ଏହା ସହିତ ସୋରଡ଼ା ଓ ବଡ଼ଗଡ଼ରେ ଥିବା ପେଟ୍ରୋଲ ପମ୍ପ ଗୁଡିକୁ ଯାଞ୍ଚ କରାଯାଇଥିଲା ସେଠାରେ କିଛି ଅନିୟମିତତା ହେଉଥିବା ଦେଖିବାକୁ ମିଳିନଥିଲା ।

ତେବେ ଆଜିର ଏହି ଚଢ଼ାଉରେ ସୋରଡ଼ା ତହସିଲଦାର ଅମର କୁମାର ବସନ୍ତରାୟ, ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ ଏବଂ ନିରୀକ୍ଷକ ବିଶ୍ୱଜିତ ପଣ୍ଡା ଅଂଶ ଗ୍ରହଣ କରିଥିଲେ । ଆଗକୁ ମଧ୍ୟ ଏହିପରି ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଳିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ନିର୍ଦେଶରେ ମାପ ଓ ଓଜନ ବିଭାଗର ଚଢ଼ାଉ ଆଜି ସୋରଡ଼ା ଏବଂ ବଡ଼ଗଡ଼ର ସମସ୍ତ ବ୍ୟାଙ୍କରେ ବ୍ୟବହୃତ ହେଉଥିବା ଓଜନ ଯନ୍ତ୍ର ଯାଞ୍ଚ କରାଯାଇଛି ଏହି ଚଢ଼ାଉରେ ଦେଖାଯାଇଥିଲା ଗୋଟିଏ ବ୍ୟାଙ୍କ ରେ ବିନା ମାନଙ୍କ ଓଜନ ଯନ୍ତ୍ର ବ୍ୟବହାର ହେଉଥିବା ଓ ଅନ୍ୟ ଦୁଇ ବ୍ୟାଙ୍କ ରେ ନବୀକରଣ ହୋଇନଥିବା ଓଜନ ଯନ୍ତ୍ର ବ୍ୟବହାର ହେଉଛି ଦୁଇଟି ବ୍ୟାଙ୍କ କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଭାରତୀୟ ଷ୍ଟେଟ ବ୍ୟାଙ୍କ କୁ 20ହଜାର ଓ ଉକ୍ତଳ ଗ୍ରାମ୍ୟ ବ୍ୟାଙ୍କ କୁ 10 ହଜାର ଏହିଦୁଇଟି ବ୍ୟାଙ୍କ ରୁ 30ହଜାର ଜରିମନା ଆଦାୟ କରାଯାଇଛି ଅନ୍ୟ ଗୋଟେ ବ୍ୟାଙ୍କ କୁ 10ହଜାର ଟଙ୍କାର ଜରିମନା ନୋଟିସ ଦିଆଯାଇଛି ତାସହିତ ସୋରଡ଼ା ଓ ବଡ଼ଗଡ଼ ରେ ଥିବା ପେଟ୍ରୋଲ ପମ୍ପ ଗୁଡିକୁ ଯାଞ୍ଚ କରାଯାଇଥିଲା ସେଠାରେ କିଛି ଅନିୟମିତତା ହେଉଥିବା ଦେଖିବାକୁ ମିଳିନଥିଲା ଆଜିର ଏହି ଚଢ଼ାଉ ରେ ସୋରଡ଼ା ତହସିଲଦାର ଆମର କୁମାର ବସନ୍ତରାୟ ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ ଏବଂ ନିରୀକ୍ଷକ ବିଶ୍ୱଜିତ ପଣ୍ଡା ଅଂଶ ଗ୍ରହଣ କରିଥିଲେ ଆଗକୁ ଏହିପରି ଚଢ଼ାଉ ଜାରି ରହିବବୋଲି ସୂଚନା ଦେଇଛନ୍ତି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.