ETV Bharat / state

ବ୍ରହ୍ମପୁର କୋପରେଟିଭ୍ ଅର୍ବାନ ବ୍ୟାଙ୍କର ସଭାପତି ନିର୍ବାଚିତ - ବ୍ରହ୍ମପୁର କୋପରେଟିଭ୍ ଅର୍ବାନ ବ୍ୟାଙ୍କ ଅପଡେଟ ଖବର

ବ୍ରହ୍ମପୁର କୋପରେଟିଭ୍ ଅର୍ବାନ ବ୍ୟାଙ୍କର ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି ଆର ମୁରଲି ମୋହନ । ଅଧିକ ପଢନ୍ତୁ

ବ୍ରହ୍ମପୁର କୋପରେଟିଭ୍ ଅର୍ବାନ ବ୍ୟାଙ୍କର ସଭାପତି ନିର୍ବାଚିତ

author img

By

Published : Jul 14, 2022, 7:08 AM IST

ବ୍ରହ୍ମପୁର: ବ୍ରହ୍ମପୁର କୋପରେଟିଭ୍ ଅର୍ବାନ ବ୍ୟାଙ୍କର ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି ବ୍ରହ୍ମପୁରର ପୂର୍ବତନ କର୍ପୋରେଟର ଆର୍.ମୁରଲି ମୋହନ । ବୁଧବାର ବ୍ରହ୍ମପୁର କୋପରେଟିଭ୍ ଅର୍ବାନ ବ୍ୟାଙ୍କର ସଭାପତି ନିର୍ବାଚନ ଥିଲା । ହେଲେ ଏଥିରେ ବ୍ୟାଙ୍କର ନିର୍ବାଚିତ ସମସ୍ତ ନିର୍ଦ୍ଦେଶକ ଉପସ୍ଥିତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଆର୍. ମୁରଲି ମୋହନ କେବଳ ଜଣେ ମାତ୍ର ସଭାପତି ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେଣୁ, ସେ ଅପ୍ରତିଦ୍ବନ୍ଦୀ ଭାବରେ ବିଜୟୀ ହୋଇଥିଲେ ।

ବ୍ରହ୍ମପୁର କୋପରେଟିଭ୍ ଅର୍ବାନ ବ୍ୟାଙ୍କର ସଭାପତି ନିର୍ବାଚିତ
ବ୍ରହ୍ମପୁର କୋପରେଟିଭ୍ ଅର୍ବାନ ବ୍ୟାଙ୍କର ସଭାପତି ନିର୍ବାଚିତ

ଦୀର୍ଘ ବର୍ଷର ବ୍ୟବଧାନ ପରେ ରାଜ୍ୟର ଏହି ପୂରାତନ ବ୍ୟାଙ୍କର ସଭାପତି ପଦ ପାଇଁ ନିର୍ବାଚନ ହୋଇଥିବା ବେଳେ ଆର୍.ମୁରଲି ମୋହନ ଏଥିରେ ନିର୍ବାଚିତ ହୋଇଥିବାରୁ ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର କେ.ମାଧବୀ, ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ରାଜ୍ୟ କୋଠାବାଡି ନିର୍ମାଣ ବୋର୍ଡର ଅଧ୍ୟକ୍ଷ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଡେପୁଟି ମେୟର ଇ.ବିବେକ ରେଡ୍ଡିଙ୍କ ସମେତ ବହୁ ନେତୃବୃନ୍ଦ ନୂତନ ସଭାପତିଙ୍କୁ ସ୍ବାଗତ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.