ETV Bharat / state

ମାଛ ପାଇଁ ପକାଯାଇଥିଲା ଜାଲ, ଫସିଲା ଅଜଗର

author img

By

Published : Nov 13, 2021, 7:29 AM IST

ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ନିକଟରେ ରହିଥିବା ଏକ ଚିଙ୍ଗୁଡ଼ି ହେଚେରୀ ପରିସରରେ ଏକ ଜାଲରେ ଅଜଗର ସାପଟି ବିଳମ୍ବିତ ରାତିରୁ ଛନ୍ଦି ହୋଇପଡ଼ିଥିଲା । ପରେ ଜାଲରୁ ଉଦ୍ଧାର ହେଲା ଅଜଗର ସାପ । ଅଧିକ ପଢନ୍ତୁ...

ମାଛ ଜାଲରୁ ଉଦ୍ଧାର ହେଲା ଅଜଗର ସାପ
ମାଛ ଜାଲରୁ ଉଦ୍ଧାର ହେଲା ଅଜଗର ସାପ

ବ୍ରହ୍ମପୁର: ମାଛ ଜାଲରୁ ଉଦ୍ଧାର ହେଲା ଅଜଗର ସାପ । ମାଛ ଜାଲରେ ପଡି ଛଟପଟ ହେଉଥିବା ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପଲାଇନ ସଦସ୍ୟ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ନିକଟରେ ରହିଥିବା ଏକ ଚିଙ୍ଗୁଡ଼ି ହେଚେରୀ ପରିସରରେ ଏକ ଜାଲରେ ଅଜଗର ସାପଟି ବିଳମ୍ବିତ ରାତିରୁ ଛନ୍ଦି ହୋଇପଡ଼ିଥିଲା । ଦୀର୍ଘ ସମୟ ଧରି ସାପଟି ବାହାରିବାକୁ ଚେଷ୍ଟା କଲେ ମଧ୍ୟ ସେଥିରୁ ବାହାରି ପାରୁନଥିଲା । ଶେଷରେ ହେଚେରୀ ମ୍ୟାନେଜର ଏନେଇ ସ୍ନେକ୍ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ।

ମାଛ ଜାଲରୁ ଉଦ୍ଧାର ହେଲା ଅଜଗର ସାପ

ଖବର ପାଇ ବ୍ରହ୍ମପୁର ସ୍ନେକ ହେଲପ୍ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ ଏବଂ ଶ୍ରୀକାନ୍ତ ନାହାକ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବରେ ମାଛ ଜାଲ ମଧ୍ୟରୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଅଜଗର ପ୍ରଜାତିର ହୋଇଥିବା ଜଣାପଡିଛି । ମୁଖ୍ୟତଃ ଖାଦ୍ୟ ଲୋଭରେ ସେ ଜାଲରେ ଫସି ଯାଇଥିବା ବେଳେ ସାପଟିର ଲମ୍ବ ପାଖାପାଖି ୪ ଫୁଟ ହେବ । ଏହାକୁ ବନବିଭାଗର ପରାମର୍ଶ କ୍ରମେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ କହିଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.