ETV Bharat / state

ସରକାରୀ ସୁବିଧାରୁ ବଞ୍ଚିତ ହେବେନି ଜିଲ୍ଲାର ଜଣିଏ ଶିଶୁ: ଗଞ୍ଜାମ ଜିଲ୍ଲାପାଳ

author img

By

Published : Jul 29, 2022, 1:36 PM IST

ଗଞ୍ଜାମରେ ଯେପରି କୌଣସି ଶିଶୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଲେ ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢନ୍ତୁ

ଗଞ୍ଜାମରେ କୌଣସି ଶିଶୁ ଯେପରି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନହୁଅନ୍ତି: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଖସଡା ଉପସ୍ଥାପନ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଗଞ୍ଜାମରେ କୌଣସି ଶିଶୁ ଯେପରି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଥିବା ମିଶନ୍ ବାତ୍ସଲ୍ୟ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଏକ ମଡେଲ୍ ଶିଶୁ ସୁରକ୍ଷା ଖସଡାକୁ ପରାମର୍ଶଦାତା ଅଜୟ କୁମାର ତ୍ରିପାଠୀ ଉପସ୍ଥାପନ କରିଥିଲେ । ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମାନଙ୍କ ପାଇଁ ପରିବାରର ଆବଶ୍ୟକତା ରହିଛି ।

ସେ ଦିଗରେ ଜିଲ୍ଲାରେ ଦିଆଯାଉଥିବା ପ୍ରତିପାଳନ ଯତ୍ନ, ପୃଷ୍ଟ ପୋଷକତା, ଆର୍ଥିକ ସହାୟତା, ପରବର୍ତ୍ତି ଯତ୍ନ, ରକ୍ତଗତ ସମ୍ପର୍କିତ ଯତ୍ନ, ପୋଷ୍ୟ ସନ୍ତାନ ଓ ଆନୁଷ୍ଠାନିକ ଯତ୍ନ ବିଷୟରେ ଉପସ୍ଥାପନ କରାଯାଇଥିଲା । ଶିଶୁ ସୁରକ୍ଷା ନେଇ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗ ମାନ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ । ଜିଲ୍ଲାରେ କୌଣସି ଶିଶୁ ଯେପରି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନ ହୁଅନ୍ତି, ସେ ଦିଗରେ ସମସ୍ତ ପଦାଧିକାରୀଙ୍କୁ ଧ୍ୟାନ ଦେବା ସହ ଶିଶୁମାନଙ୍କ ପାଇଁ ରହିଥିବା ସମସ୍ତ ଆଇନଗତ ବ୍ୟବସ୍ଥା ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ୱି. କୀର୍ତ୍ତି ଭାସନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ, ସିଆରଏସର ସଂଯୋଜକ ମନୋରଞ୍ଜନ ଦାଶ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.