ETV Bharat / state

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ - ଡାକ୍ତରଙ୍କ ଅନୁପସ୍ଥିତିରୁ ରୋଗୀ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ଏହାର ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ । ଯାହା ଯୋଗୁଁ ଫଳରେ ବ୍ରହ୍ମପୁର-ଫୁଲବାଣୀ ରାସ୍ତାରେ ଯାନବାହାନ ଚଳାଚଳ ଠପ ହୋଇପଡ଼ିଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Aug 9, 2019, 1:15 PM IST

ଭଞ୍ଜନଗର: ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ ଅଭିଯୋଗ । ଏ ଘଟଣାକୁ ନେଇ ତାତିଲେ ଗ୍ରାମବାସୀ । ରାସ୍ତା ଉପରେ ମୃତଦେହକୁ ରଖି ରାସ୍ତା ଅବରୋଧ କରିବା ସହ ପ୍ରତିବାଦ ଜଣାଇଛନ୍ତି । ଗଞ୍ଜାମର ଗାଙ୍ଗପୁର ଥାନା ବିରୀପୁର ଗାଁର ଗଙ୍ଗାଧର ବିଶ୍ବାଳଙ୍କୁ ଗୁରୁତର ଭାବେ ଗୋବରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଯାଇଥିବା ବେଳେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

ମେଡିକାଲରେ ରୋଗୀଙ୍କ ପ୍ରତି ଅବହେଳା କରାଯାଇଥିବାର ଅଭିଯୋଗ କରିବା ସହ ଏହାର ପ୍ରତିବାଦରେ 2 ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଭଞ୍ଜନଗର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ ବିଭାଗୀୟ କର୍ତ୍ତୃପକ୍ଷ। ଗଙ୍ଗାଧରଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିଥିବାରୁ ମେଡିକାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତା ଅବରୋଧ କରିବା ଯୋଗୁଁ ବ୍ରହ୍ମପୁର-ଫୁଲବାଣୀ ରାସ୍ତାରେ ଯାନବାହାନ ଚଳାଚଳ ଠପ ହୋଇପଡ଼ିଥିଲା । ଖବର ପାଇ ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଡାକ୍ତର ଖାନା କୁ ଆସିଥିବା ଗୁରୁତର ରୋଗୀ ଙ୍କୁ ଚିକିତ୍ସା କରାନଯିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରାସ୍ତା ଉପରେ ଶବ ରଖି ଗ୍ରାମବାସୀ ଙ୍କ ପ୍ରତିବାଦ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବିରୀପୁର ଗ୍ରାମର ଗଙ୍ଗାଧର ବିଶ୍ୱାଳ ଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ଚିକତ୍ସା ନିମନ୍ତେ ଡାକ୍ତର ଅନୁପସ୍ଥିତ ଥିବାରୁ ମେଡିକାଲ କର୍ମଚାରୀ ମାନେ ଭଞ୍ଜନଗର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ ନେବା ରାସ୍ତାରେ ଗଙ୍ଗାଧର ଙ୍କ ମୃତ୍ୟୁ ହୋଇଥିଲା ଫଳରେ ଗୋବରା ମେଡିକାଲ ସମୁଖ ମୁଖ୍ୟ ରାସ୍ତା ଉପରେ .ମୃତ ଦେହକୁ ରଖି ଶତାଧିକ ଲୋକ ଟାୟାର ଜାଳି ରାସ୍ତାଅବରୋଧ କରିଥିଲେ ଗୋବରା ମେଡିକାଲ ରେ ରୋଗୀଙ୍କ ପ୍ରତି ଅବହେଳା ହୋଇଥିବା ପ୍ରତିବାଦ କରିଥିଲେ ଦୁଇ ଘଣ୍ଟା ଧରି ରାତି ପ୍ରାୟ ଦୁଇଟା ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହେବା ଯୋଗୁଁ ବ୍ରହ୍ମପୁର ଫୁଲବାଣୀ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ଘଟଣାସ୍ଥଳରେ ଗାଙ୍ଗପୁର ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.