ETV Bharat / state

ଛତ୍ରପୁର ବ୍ଲକରେ ‘ପ୍ରୋଜେକ୍ଟ ଦେଶୀ'ର ଶୁଭାରମ୍ଭ; ମହିଳାଙ୍କୁ ଦେବ ରୋଜଗାର - ସ୍ବୟଂ ସହାୟକ ଗୋଷ୍ଠୀ

ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ବଳରାମପୁର ଗ୍ରାମରେ ‘ପ୍ରୋଜେକ୍ଟ ଦେଶୀ’ର ଶୁଭାରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳାମାନଙ୍କୁ କିପରି ଅଧିକ ରୋଜଗାରକ୍ଷମ କରି ହେବ ଏହା ହେଉଛି ମୂଳ ଲକ୍ଷ୍ୟ । ଅଧିକ ପଢନ୍ତୁ...

ପ୍ରୋଜେକ୍ଟ ଦେଶୀ ର ଶୁଭାରମ୍ଭ
ପ୍ରୋଜେକ୍ଟ ଦେଶୀ ର ଶୁଭାରମ୍ଭ
author img

By

Published : Jun 3, 2021, 10:44 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ‘ପ୍ରୋଜେକ୍ଟ ଦେଶୀ’ର ଶୁଭାରମ୍ଭ ହୋଇଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ବଳରାମପୁର ଗ୍ରାମରେ ‘ପ୍ରୋଜେକ୍ଟ ଦେଶୀ’ର ଶୁଭାରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳାମାନଙ୍କୁ କିପରି ଅଧିକ ରୋଜଗାରକ୍ଷମ କରିପାରିବ ଏନେଇ ଏହାର ଆରମ୍ଭ ହୋଇଛି । ଏହା ପ୍ରଥମ ପର୍ଯ୍ୟାୟରେ ଛତ୍ରପୁର ବ୍ଲକ ଓ ଗଞ୍ଜାମ ବ୍ଲକରେ ଶୁଭାରମ୍ଭ କରାଯାଇଥିବା ବେଳେ ଏଥିରେ ଏସଏଚଜି ଗ୍ରୁଫ ସଦସ୍ୟାମାନଙ୍କୁ ବ୍ୟକ୍ତିଗତ ଭାବେ ସାମିଲ୍ କରାଯାଇଛି ।

ଓରମାସ, ମିଶନ ଶକ୍ତି, ପ୍ରାଣୀ ସମ୍ପଦ ବିଭାଗର ସହଯୋଗରେ ଓଡିଶା ଜୀବିକା ମିଶନ ପକ୍ଷରୁ ମହିଳାମାନଙ୍କୁ କୁକୁଡା ଚାଷ କରିବା ନିମନ୍ତେ ପ୍ରୋତ୍ସାହନ ଦିଆଯାଇଛି । ଯାହା ଫଳରେ ସେମାନେ ବ୍ୟକ୍ତିଗତ ଭାବେ ଅଧିକ ଟଙ୍କା ରୋଜଗାର କରିପାରିବେ । ୧୦ ଜଣ ହିତାଧିକାରୀଙ୍କୁ ଏହାର ସମସ୍ତ ପ୍ରକାର ସାମଗ୍ରୀ ସହ କୁକୁଡାଘର ମଧ୍ୟ ପ୍ରଦାନ କରାଯାଇଛି । ଗୋଟିଏ କୁକୁଡା ଘରେ ୫୦ ଗୋଟି କୁକୁଡା ରହିପାରିବ । ହିତାଧିକାରୀଙ୍କୁ ମନରେଗା ମାଧ୍ୟମରେ ଆଦର୍ଶ କୁକୁଡା ଗୃହ , ୫୦ଟି କୁକୁଡା ଛୁଆ, କୁକୁଡା ଦାନା ଓ ୨ଟି ଫ୍ରିଜର ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଛି । ତିନି ମାସ ପରେ କୁକୁଡାମାନଙ୍କୁ ବଡ କରି ସବୁଜ ଗଞ୍ଜାମ ପ୍ରଡ୍ୟୁସର କମ୍ପାନୀକୁ ହସ୍ତାନ୍ତର କରାଯିବ । ଫଳରେ ଜଣେ ହିତାଧିକାରୀ ଏହି ୩ ମାସରେ କୁକୁଡା ଚାଷ କରି ୬ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବ ।

ସେହିପରି ଛତ୍ରପୁର ବ୍ଲକର ଭିକାରିପଲ୍ଲୀ ଗ୍ରାମପଞ୍ଚାୟତରେ ମଧ୍ୟ ୧୫ ଜଣ ହିତାଧୀକାରୀଙ୍କୁ ଏଥିରେ ସାମିଲ୍ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.