ETV Bharat / state

ମାନବାଧିକାର କମିଶନଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ସୈରା ଜନଜାତି ପାଇଲେ ଅଧିକାର - press meet

ମାନବାଧିକାର କମିଶନ ଦେଲେ ରାୟ । ନ୍ୟାୟ ପାଇଲେ ସୈରା ଆଦିବାସୀ । ଘର ଭଙ୍ଗା କ୍ଷତିପୂରଣ ସହ ବାସସ୍ଥାନ ଯୋଗାଇ ଦେବ ଜିଲ୍ଲା ପ୍ରଶାସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jun 26, 2019, 6:48 PM IST

ବ୍ରହ୍ମପୁର: ଜିଲ୍ଲାର ବେଲଗୁଣ୍ଠା ବ୍ଳକ କୁମୁଣ୍ଡି ଗ୍ରାମ ପଞ୍ଚାୟତ ପରିଡା ବାଞ୍ଜରାପଦର ଠାରେ ଅନେକ ବର୍ଷ ଧରି ସୈରା ଜନଜାତିର ଆଦିବାସୀମାନେ ବସବାସ କରିଆସୁଥିଲେ । ଜଙ୍ଗଲ ବିଭାଗ ଘୁମୁସର ଡିଭିଜନ ଡିଏଫ୍ଓ ଓ କୁମୁଣ୍ଡି ବନ ସୁରକ୍ଷା ସମିତିର କର୍ମଚାରୀ ସେମାନଙ୍କ ବାସସ୍ଥଳୀକୁ ଭାଙ୍ଗିଦେବା ସହ ବାସଗୃହକୁ ପୋଡ଼ିଦେବା ମାମଲାର ଆଜି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ମାମଲାର ଯଥାବିଧି ବିଚାର କରି ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରକୁ ଏକ ଲକ୍ଷ ଟଙ୍କା ଲେଖାଏଁ ଗଞ୍ଜାମ ଜିଲ୍ଲାପାଳ କ୍ଷତିପୂରଣ ପ୍ରଦାନ କରିବାକୁ କହିଛନ୍ତି ମାନବାଧିକାର କମିଶନ । ଓଏଚ୍ଆର୍ସିର କେସ ନଂ°-୨୧୭୫/୨୦୧୮ ଅନୁଯାୟୀ ସେମାନେ ବସବାସ କରୁଥିବା କୁମୁଣ୍ଡି ଗ୍ରାମର ପରିଡା ବାଞ୍ଜରା ରେଭିନ୍ୟୁ ପ୍ଳଟ ନଂ° ୯୨ ଓ ୧୦୧ ଖାତା ନଂ° ୨୨୬ ରେ ସେମାନଙ୍କୁ ପୁନଃବସତି ସ୍ଥାପନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବେ । ଏଥିସହିତ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ବଳରେ ସେମାନଙ୍କ ଦରଖାସ୍ତକୁ ପ୍ରଶାସନ ଗୁରୁତ୍ବ ଦେଇ ବିଚାର କରି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶନାମା ମଧ୍ୟ ଦିଆଯାଇଛି । ଓଡିଶା କୃଷକ ସଭା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ପ୍ରଦାନ କରିଛି ।

ଗତ ୨୦୧୮ ମସିହା ଅଗଷ୍ଟ ମାସରେ ଏହି ଘଟଣା ଘଟିବା ପରେ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଏହି ମାମଲାକୁ ପରିଚାଳନା କରି ଆସୁଥିଲେ । ବ୍ରହ୍ମପୁରସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାନବାଧିକାର କର୍ମୀ ଶ୍ରୀ ନାୟକଙ୍କ ସମେତ ଗଞ୍ଜାମ ଜିଲ୍ଲା କମିଟିର ନେତା କୈଳାସ ଷଡ଼ଙ୍ଗୀ ,ବାସୁଦେବ ଗୈଡ ଏବଂ ହରେକୃଷ୍ଣ ରେଡି ପ୍ରମୁଖ ଙ୍କ ସମେତ କ୍ଷତିଗ୍ରସ୍ତ ପରିବାର ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ମାନବାଧିକାର କମିଶନଙ୍କ ଐତିହାସିକ ରାୟ ।ଓଡ଼ିଶା କୃଷକ ସଭାର ବିଜୟ ଜନଜାତି ପାଇଲେ ଅଧିକାର ।ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଳକ କୁମୁଣ୍ଡି ଗ୍ରାମ ପଞ୍ଚାୟତ ପରିଡା ବାଞ୍ଜରା ପଦର ଠାରେ ଅନେକ ବର୍ଷ ଧରି ବସବାସ କରୁଥିବା ଆଦିବାସୀ ସୈରା ଜନଜାତି ପରିବାରକୁ ଜଙ୍ଗଲ ବିଭାଗ ଘୁମୁସର ଡିଭିଜନ ଡି.ଏଫ୍.ଓ ଓ କୁମୁଣ୍ଡି ବନ ସୁରକ୍ଷା ସମିତିର ଲୋକମାନେ ତାଙ୍କ ବାସସ୍ଥଳିରେ ମାଡମାରି ତାଙ୍କ କୁଡିଆ ଘର ପୋଡ଼ି ଗ୍ରାମରୁ ତଡି ଦେଇଥିବା ମାମଲା ର ଜଥାବିଧି ବିଚାର କରି ରାଜ୍ୟ ମାନବାଧିକାର କମିଶନ ନିଜର ଐତିହାସିକ ରାୟ ରେ ପ୍ରତ୍ୟେକ କ୍ଷତିଗ୍ରସ୍ତ ଆଦିବାସୀ ସୈରା ପରିବାରକୁ ଏକ ଲକ୍ଷ ଟଙ୍କା କରି ଗଞ୍ଜାମ ଜିଲ୍ଲାପାଳ ତୁରନ୍ତ କ୍ଷତିପୂରଣ ବାବଦକୁ ପ୍ରଦାନ କରିବେ ।ଓ.ଏଚ୍.ଆର୍.ସି କେସ ନ°-୨୧୭୫/୨୦୧୮ ଅନୁଯାୟୀ ସେମାନେ ବସବାସ କରୁଥିବା କୁମୁଣ୍ଡି ଗ୍ରାମର ପରିଡା ବାଞ୍ଜରା ରେଭିନ୍ୟୁ ପ୍ଳଟ ନ° ୯୨ ଓ ୧୦୧ ଖାତା ନ° ୨୨୬ ରେ ସେମାନଙ୍କୁ ପୁନଃ ବସତି ସ୍ଥାପନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ସ°ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବେ ଏବଂ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ ବଳରେ ସେମାନଙ୍କ ଦରଖାସ୍ତ କୁ ପ୍ରଶାସନ ଗୁରୁତ୍ୱ ଦେଇ ବିଚାର କରି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଧେଶନାମା ଦିଆଯାଇଥିବା ନେଇ ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା କୃଷକ ସଭା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଗତ ୨୦୧୮ ମସିହାରେ ଅଗଷ୍ଟ ମାସରେ ଏହି ଘଟଣା ପରେ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଏହି ମାମଲା କୁ ପରିଚାଳନା କରୁଥିବା ବେଳେ ବ୍ରହ୍ମପୁର ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ କମ୍ପୁନିଟି ହଲ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାନବାଧିକାର କର୍ମୀ ଶ୍ରୀ ନାୟକଙ୍କ ସମେତ ଗଞ୍ଜାମ ଜିଲ୍ଲା କମିଟିର ନେତା କୈଳାସ ଷଡ଼ଙ୍ଗୀ ,ବାସୁଦେବ ଗୈଡ ଏବଂ ହରେକୃଷ୍ଣ ରେଡି ପ୍ରମୁଖ ଙ୍କ ସମେତ କ୍ଷତିଗ୍ରସ୍ତ ପରିବାର ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।
ବାଇଟ୍-ପ୍ରଦୀପ୍ତ ନାୟକ(ମାନବାଧିକାର କର୍ମୀ)

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.