ETV Bharat / state

ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ - ଗୋପାଳପୁର ବେଳାଭୂମି ମହୋତ୍ସବ

Gopalpur Beach Festival: ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ଏଥିପାଇଁ ଆଜି ବସିଥିବା ପ୍ରସ୍ତୁତି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଅଧିକ ପଢନ୍ତୁ

ଗୋପାଳପୁର ବେଳାଭୂମି ମହୋତ୍ସବ
ଗୋପାଳପୁର ବେଳାଭୂମି ମହୋତ୍ସବ
author img

By ETV Bharat Odisha Team

Published : Jan 11, 2024, 7:07 AM IST

ଗୋପାଳପୁର ବେଳାଭୂମି ମହୋତ୍ସବ

ବ୍ରହ୍ମପୁର: ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଗୋପାଳପୁରରେ ଆୟୋଜିତ ହେବ ବେଳାଭୂମି ମହୋତ୍ସବ । ଏହି ମହୋତ୍ସବ ୪ ଦିନ ଧରି ଚାଲିବ । ତେବେ ଆୟୋଜନ ପୂର୍ବରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ପ୍ରସ୍ତୁତି ବୈଠକ । ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଦ୍ଭାବନା କକ୍ଷ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମହୋତ୍ସବ ଆୟୋଜନ ନେଇ ଆଲୋଚନା କରାଯାଇଛି ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ବୈଠକ । ଗୋପାଳପୁର ବେଳାଭୂମି ମହୋତ୍ସବ ଅବସରରେ ୪ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାର ବିଭିନ୍ନ ସ୍ଥାନରୁ କଳାକାରମାନେ ଆସି ନୃତ୍ୟ ସଙ୍ଗୀତ ପରିବେଷଣ କରିବେ । ଏହାସହିତ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ମଧ୍ୟ ହେବ । ଏହି ମେଳାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀ ବିକ୍ରିବଟା କରାଯିବ । ସେହିପରି ଏହି ମହୋତ୍ସବରେ ବହୁ ଜନ ସମାଗମ ହେବାକୁ ଥିବାବେଳେ କିଭଳି ଶାନ୍ତି ଶୃଙ୍ଖଳା ସହ ମହୋତ୍ସବର ମଜା ଉଠାଇବେ ଲୋକେ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି ।

ମହୋତ୍ସବ ସମୟରେ ପାର୍କିଂ ପାଇଁ ବିଭିନ୍ନ ସ୍ଥାନ ସ୍ଥିର କରାଯିବ । ଭିଡ଼ ନିୟନ୍ତ୍ରଣ ପ୍ରତି ଦୃଷ୍ଟି ଦିଆଯିବ, ଲୋକଙ୍କ ସୁରକ୍ଷା ପାଇଁ ବେଳାଭୂମିର ସିସିଟିଭି ଲଗାଯିବ, ମୋବାଇଲ ଟଏଲେଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଉପରେ ଆଲୋଚନା କରାଯାଇଛି । ସେହିପରି ଅଗ୍ନିକାଣ୍ଡରୁ ରକ୍ଷା ପାଇଁ ପଲ୍ଲିଶ୍ରୀ ମେଳାର ପ୍ରତ୍ୟେକ ଷ୍ଟଲଗୁଡ଼ିକ ଛାଡ଼ି ଛାଡ଼ି ହୋଇ କରାଯିବ । ଏହାସହ ଭିଡ଼ ନିୟନ୍ତ୍ରଣ ପାଇଁ ବାହାର ଜିଲ୍ଲାରୁ ମଧ୍ୟ ପୋଲିସ ଆସିବେ । ଆଗାମୀ ଦିନରେ କାର୍ଯ୍ୟକ୍ରମର ଚୂଡାନ୍ତ ସୂଚୀ ସ୍ଥିର କରାଯିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...କେବେ କାର୍ଯ୍ୟକ୍ଷମ ହେବ ଗୋପାଳପୁର ଇକୋ ରିଟ୍ରିଟ୍ ହବ୍, ଭୁଲିଗଲା କି ପ୍ରଶାସନ ?

ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ଼ା. ଶ୍ରବଣା ବିବେକ ଏମ, ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ବିନୋଦ ବେହେରା, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରାଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ତେବେ ପୂର୍ବରୁ ପ୍ରତ୍ୟେକ ବର୍ଷ ଡିସେମ୍ବରରେ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ଜାନୁଆରୀରେ କରାଯିବା ନେଇ ସ୍ଥିର ହୋଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.