ବ୍ରହ୍ମପୁର: ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଯିବେ ପାଣ୍ଡିଆନ । ୧୬ ଏବଂ ୧୭ ତାରିଖରେ ଗଞ୍ଜାମ ଯିବେ ପାଣ୍ଡିଆନ । ହିଞ୍ଜିଳିକାଟୁ ସମେତ ମୋଟ ଆଠଟି ନିର୍ବାଚନମଣ୍ଡଳୀ ବୁଲିବା ସହ ବିଭିନ୍ନ ବିଷୟରେ ଆଲୋଚନା କରାଯିବ । ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ହେବା ପୂର୍ବରୁ ଦଳର ଏକ ପ୍ରସ୍ତୁତି ବୈଠକ କରାଯାଇଛି ।
ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଦୁଇ ଦିନିଆ ଗଞ୍ଜାମ ଗସ୍ତ କରିବେ । ଆସନ୍ତା ୧୬ ଏବଂ ୧୭ ତାରିଖରେ ଭି.କେ.ପାଣ୍ଡିଆନ ଗଞ୍ଜାମ ଯିବା କଥା ସୂଚନା ମିଳିଛି । ତେବେ ଜିଲ୍ଲାର ହିଞ୍ଜିଳିକାଟୁ ସମେତ ମୋଟ ଆଠ ଗୋଟି ନିର୍ବାଚନମଣ୍ଡଳୀ ବୁଲିବା ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରିବେ । ଏନେଇ ଚୁଡାନ୍ତ ଗସ୍ତ ତାଲିକା ସ୍ଥିର ହୋଇନାହିଁ । ତେବେ ସୂଚନା ଅନୁଯାଇ ପ୍ରଥମ ଦିନରେ ହିଞ୍ଜିଳିକାଟୁ ଏବଂ ଦ୍ୱିତୀୟ ଦିନରେ ପ୍ରଥମେ ବ୍ରହ୍ମପୁର ପରେ ଗୋପାଳପୁର , ଛତ୍ରପୁର , ଖଲ୍ଲିକୋଟ , କବିସୂର୍ଯ୍ୟନଗର , ପୋଲସରା , ଆସିକା ଓ ଭଂଞ୍ଜନଗର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ଜଣା ପଡ଼ିଛି । ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲ ମଧ୍ୟ ଯିବାର ଯୋଜନା ରହିଛି ।
ଏହା ମଧ୍ୟ ପଢ଼ନ୍ତୁ....ଡିସେମ୍ବର 24ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବ୍ରହ୍ମପୁରର ସର୍କିଟ ହାଉସ ପରିସରରେ ଏନେଇ ବିଜୁ ଜନତା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି । ୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶାର ଅଧ୍ୟକ୍ଷଙ୍କ ସ୍ବାଗତ ଓ ଦୁଇ ଦିନିଆ ଗସ୍ତ କିଭଳି ଶାନ୍ତି ଶୃଙ୍ଖଳାର ସହ ହେବ ସେନେଇ ଆଲୋଚନା କରାଯାଇଛି । ଭି.କେ.ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ହେବା ପୂର୍ବରୁ ଦଳର ଏକ ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଷୟରେ ଆଲୋକପାତ କରାଯାଇଛି । ଆଲୋଚନାରେ ଦଳ ରାଜ୍ୟ ସାଙ୍ଗଠନିକ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାଶ, ଦଳର ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ , ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ , ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ସାଙ୍ଗଠନିକ ସ୍ଥିତିକୁ ଆହୁରୀ ସୁଦୃଢ କରିବା ପାଇଁ ଗଞ୍ଜାମ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଗୋପାଳପୁର ଠାରେ ଆୟୋଜିତ ହୋଇଥିଲା । ଆସନ୍ତା ୧୫ ତାରିଖରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ଠାରେ ଆୟୋଜିତ ହେବ ।
ଏନେଇ ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି, ’’ଆସନ୍ତା ୧୬ ଏବଂ ୧୭ ତାରିଖରେ ଭି.କେ.ପାଣ୍ଡିଆନ ଗଞ୍ଜାମ ଆସିବେ । ଏନେଇ ଚୁଡାନ୍ତ ଗସ୍ତ ତାଲିକା ସ୍ଥିର ହୋଇନାହିଁ । ଜିଲ୍ଲାର ହିଞ୍ଜିଳିକାଟୁ ସମେତ ମୋଟ ଆଠ ଗୋଟି ନିର୍ବାଚନମଣ୍ଡଳୀ ବୁଲିବା ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରିବେ ।’’
ଇଟିଭି ଭାରତ, ବ୍ରହ୍ମପୁର