ETV Bharat / state

ମଞ୍ଚରେ ଭାବବିହ୍ବଳ ଦୃଶ୍ୟ, ଭୋ ଭୋ ହୋଇ କାନ୍ଦିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

author img

By

Published : May 28, 2023, 5:20 PM IST

ମଞ୍ଚ ଉପରେ ଭୋ ଭୋ ହୋଇ କାନ୍ଦିଲେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଗତ କିଛି ଦିନ ପୂର୍ବରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat
ଭୋ ଭୋ ହୋଇ କାନ୍ଦିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

ବ୍ରହ୍ମପୁର: ମଞ୍ଚରେ ଭୋ ଭୋ ହୋଇ କାନ୍ଦିଲେ କିଛି ଦିନ ତଳେ ମନ୍ତ୍ରୀ ପଦରୁ ହଟିଥିବା ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର କର୍ମୀ ସମ୍ମିଳନୀରେ ମଞ୍ଚରେ ସେ ଭାବବିହ୍ବଳ ହୋଇପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କୌଣସି କ୍ଷମତା ପାଇଁ କିମ୍ବା ପଦବୀ ପାଇଁ ନୁହେଁ ବରଂ ମନ୍ତ୍ରୀପଦ ଗଲା ପରେ ତାଙ୍କ ଲାଗି ଲୋକଙ୍କ ଗହଳି ଓ ଭଲପାଇବା ତାଙ୍କୁ ଭାବପ୍ରବଣ କରିଥିବା କହିଛନ୍ତି ବିଧାୟକ ।

ପୂର୍ବତନ ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗତ କିଛି ଦିନ ତଳେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆୟୋଜିତ ସଭାରେ ହଜାର ହଜାର ମହିଳା ଓ କର୍ମୀଙ୍କ ଉପସ୍ଥିତିକୁ ଦେଖି ସେ ଭୋ ଭୋ ହୋଇ କାନ୍ଦିବା ଦେଖିବାକୁ ମିଳିଥିଲା । ନିଜ ନିର୍ବାଚନ ମଣ୍ଡଳୀର କର୍ମୀ ସମ୍ମିଳନୀରେ ମଞ୍ଚରେ ଏପରି ବିଧାୟକଙ୍କ ଭାବବିହ୍ୱଳ ଦୃଶ୍ୟ ଏପରିକି ଏହି ଭାବବିହ୍ବଳ କୌଣସି କ୍ଷମତା ପାଇଁ କିମ୍ବା ପଦବୀ ପାଇଁ ନୁହେଁ ବରଂ ଏହା ନିର୍ବାଚନ ମଣ୍ଡଳୀ ଜନତାଙ୍କ ତାଙ୍କ ପ୍ରତି ରହିଥିବା ଭଲପାଇବା ବୋଲି କହିଛନ୍ତି ବିଧାୟକ ଶ୍ରୀକାନ୍ତ । ମନ୍ତ୍ରୀ ପଦ ଗଲା ପରେ ମଧ୍ୟ ଲୋକଙ୍କ ଗହଳି ତାଙ୍କୁ ଭାବପ୍ରବଣ କରି ଦେଇଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ- Odisha Cabinet Reshuffle: 3 ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ, ଜାଣନ୍ତୁ କାହା ପାଖରେ କେଉଁ ବିଭାଗ

ଏପରିକି ମୋତେ କିଏ ମନ୍ତ୍ରୀ ପଦ ବାହାର କରିନାହାନ୍ତି, ମୁଁ ନିଜେ ଦଳର ସାଙ୍ଗଠନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବାକୁ ବାହାରିଛି ବୋଲି କହିବା ସହିତ ମୋ ବିରୁଦ୍ଧରେ ଆସିଥିବା ଅଭିଯୋଗ ତାହା ସମୟ କହିବ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, "ମୋ ସହିତ ଅନ୍ୟାୟ ହୋଇଛି । ମୋ ବିରୋଧରେ ଷଡଯନ୍ତ୍ର କରାଯାଇଛି। କୁ-ଚକ୍ରି ଗୋଷ୍ଠୀ ଏଭଳି ମୋ ନାମରେ ଷଡଯନ୍ତ୍ର କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଦେଇ ଷଡଯନ୍ତ୍ର ସେମାନେ ଏହି ଷଡ଼ଯନ୍ତ୍ର କରିଛନ୍ତି । ସେମାନେ ଆଗକୁ ଆହୁରି ବିଭିନ୍ନ ଅଡିଓ ଭିଡିଓ ଭାଇରଲ ହେବ ଏବଂ ତାର କେତେ ସତ୍ୟତାର ମୁଁ ପ୍ରମାଣ ଦେବି।"

"ଆଗାମୀ ନିର୍ବାଚନରେ ଯେଉଁମାନେ ବିଧାୟକ ଶ୍ରୀକାନ୍ତ ସାହୁକୁ ଟିକଟ ମିଳୁନି ବୋଲି କହି ବୁଲୁଛନ୍ତି ସେମାନେ ୨୦୨୪ ନିର୍ବାଚନରେ ଟିକଟ କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ସେ ଦିନ ଜାଣିବେ । ଆଗାମୀ ନିର୍ବାଚନରେ ୫୦ ହଜାରରୁ ଊର୍ଦ୍ଧ୍ବ ଭୋଟରେ ଜିତିବୁ । ଯେଉଁ ମହିଳା ଅଭିଯୋଗ କରିଛନ୍ତି ସେ କହିଛନ୍ତି ମୋ କଥା ନବୀନ ବାବୁ ବୁଝିବେ । ଆଜି ମୁଁ ମଧ୍ୟ କହୁଛି ମୁଖ୍ୟମନ୍ତ୍ରୀ ମୋ କଥା ମଧ୍ୟ ବୁଝିବେ । ମୋତେ ମୋତେ ନ୍ୟାୟ ଦେବେ।"

ସୂଚନା ଥାଉ କି ଗତ ଏପ୍ରିଲ ମାସରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ବିଜୁ ଜନତା ଦଳର ଜନୈକା ମହିଳା ନେତ୍ରୀ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଥିଲେ । ଏହାପରେ ବିରୋଧୀ ତାଙ୍କ ଇସ୍ତଫା ଦାବି କରିଥିଲେ । ଏପଟେ ମେ' 21 ତାରିଖରେ ଶ୍ରୀକାନ୍ତ ସାହୁ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ 2024 ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହୋଇଥିଲା । ତେବେ ଶ୍ରୀକାନ୍ତ ବିବାଦରେ ଫସିଥିବାରୁ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଲାଗି କୁହାଯାଇଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.