ETV Bharat / state

ଜୁଆ ଆଡ୍ଡାରେ ଚଢ଼ାଉ: 6 ଗିରଫ, ନଗଦ ଟଙ୍କା ଜବତ

author img

By

Published : May 30, 2021, 9:59 PM IST

ଜୁଆ ଆଡ୍ଡା ଉପରେ ଚଢାଉ କଲା ପୋଲିସ । 6 ଜଣଙ୍କୁ ଗିରଫ କରିବା ସହ ଟଙ୍କା ଓ ମୋଟର ସାଇକେଲ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

police raid in gambling in sanakhemundi
ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର: ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ପୋଲିସ । ତିନୋଟି ମୋଟର ସାଇକେଲ ସହିତ ଟଙ୍କା ଜବତ କରିବା ସହ ପୋଲିସ ଛଅ ଜଣଙ୍କୁ ଗିରଫ କରିଛି ।

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଳକ ପୋଡାମାରୀ ପଞ୍ଚାୟତ ଅନ୍ତର୍ଗତ ଗୋକର୍ଣ୍ଣମରୀପଲ୍ଲୀ ଗ୍ରାମରେ ପାଟପୁର ପୋଲିସ ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଛି । ପୋଲିସ ଏହି ଚଢାଉରେ ଛଅ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ୧୦ ହଜାର ୫୦ ଟଙ୍କା ଏବଂ ତିନୋଟି ମୋଟର ସାଇକେଲକୁ ଜବତ କରାଯାଇଛି ।

ସୂଚନାନୁଯାୟୀ ବର୍ତ୍ତମାନ କୋରୋନା ମହାମାରୀ କଟକଣା ଯୋଗୁଁ ଅନେକ ଜୀବିକା ହରାଇବା ସହ ଆର୍ଥିକ ଅନଟନ ଭିତରେ ରହୁଥିବାବେଳେ ଏହାକୁ ନେଇ ବାରମ୍ବାର ସଚେତନ କରାଇବା ସହ ଅମାନିଆ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ କଟକଣା ନିୟମକୁ ଉଲ୍ଲଙ୍ଘନ କରି ଜୁଆ ଖେଳ ବୃଦ୍ଧି ପାଉଛି । ଗତ ଏକ ସପ୍ତାହ ମଧ୍ୟରେ ପାଟପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଖେଳ ଉପରେ ଚଢ଼ାଉ କରି ଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.