ବ୍ରହ୍ମପୁର: ସହରର ବେଆଇନ ଗୁଟଖା କାରଖାନା ଉପରେ ପୋଲିସର ଚଢାଉ । ବ୍ରହ୍ମପୁର ସହର ସମତେ ଉପକଣ୍ଠରେ ଗତ କିଛି ମାସର ବ୍ୟବଧାନ ପରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ଗୋଟିଏ ପରେ ଗୋଟିଏ ସ୍ଥାନରେ ପୋଲିସ ପକ୍ଷରୁ ଚାଲିଛି ଚଢାଉ ।
ଗୁରୁବାର ସହରର ବଡବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ପେଣ୍ଠ ସାହିରେ ହରି ଦାଶ ନାମକ ବେଆଇନ ଗୁଟଖା ପ୍ରସ୍ତୁତକରୀ ମେସିନ୍, ବହୁ ସାମଗ୍ରୀ ସହ ବହୁ ପରିମାଣର ଗୁଟଖା ଜବତ କରିଛି ପୋଲିସ। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା କୁହାଯାଇଛି । ଜବତ ଗୁଟଖା, ମେସିନର ଆନୁମାନିକ ମୂଲ୍ୟ 5ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।
ସେହିପରି ଗତ ପାଞ୍ଚ ତାରିଖ ମଧ୍ୟରାତ୍ରରେ ବ୍ରହ୍ମପୁର ସହରର ସଦର ଥାନା ଅନ୍ତର୍ଗତ ଭୈରବୀନଗରଠାରେ ଚାଲିଥିବା ଏକ ବେଆଇନ ଗୁଟଖା ପ୍ରସ୍ତୁତ ହେଉଥିବା ବେଳେ ଚଢାଉ କରି ୪୦ ବ୍ୟାଗ ଗୁଟଖା ସହ ଦୁଇଟି ମେସିନ ଏବଂ ଗୁଟଖା ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଛି । ଏହାସହ ଦିବ୍ୟାଶୁଂ ବେହେରା, ଶରତ ବିଷୋୟୀ ଓ କାଶିନାଥ ବେହେରାଙ୍କୁ ଗିରଫ କରାଯାଇଥିଲା।
ଅନ୍ୟପଟେ ଗତ ଦୁଇ ତାରିଖରେ ସହରର ବଡବଜାର ଥାନା ଅନ୍ତର୍ଗତ ଶ୍ରାଗୁଣା ସାହିରେ ମଧ୍ୟ ଏକ ଗୁଟଖା ପ୍ରସ୍ତୁତ ଘର ଉପରେ ଚଢାଉ କରାଯାଇ ବହୁ ପରିମାଣର ଗୁଟଖା ଜବତ କରାଯାଇଛି । ଏଥିରେ ନାରାୟଣ ସାହୁ ସମେତ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ 2 ଲକ୍ଷ ଟଙ୍କା ଜବତ କରିଛି ପୋଲିସ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ