ETV Bharat / state

17 ବର୍ଷ ପରେ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ - ଫେରାର ରହିଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ

ହତ୍ୟାକାଣ୍ଡ ଘଟଣାରେ ଫେରାର ରହିଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଅଧିକ ପଢନ୍ତୁ

police arrested accused of murder case
police arrested accused of murder case
author img

By

Published : May 23, 2023, 9:53 AM IST

17 ବର୍ଷ ପରେ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ

ବ୍ରହ୍ମପୁର: ଗୋଷାଣିନୂଆଗାଁ ଥାନା ପୋଲିସକୁ ସଫଳତା । ହତ୍ୟାକାଣ୍ଡ ଘଟଣାରେ ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ । ପୋଲିସ ଆଖିରେ ଧୂଳିଦେଇ ଫେରାର ଥିଲା ଅଭିଯୁକ୍ତ ଶଙ୍କର ବେହେରା । ଶେଷରେ ପୋଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି । ୨୦୦୬ ମସିହା ଅକ୍ଟୋବର ମାସର 7 ତାରିଖରେ ବ୍ରହ୍ମପୁର ରେଳବାଇ ଥାନା ଅଧିନରେ ଗଣେଷ ସାହୁ ନାମକ ଏକ ବ୍ୟକ୍ତିଙ୍କୁ ହତ୍ୟା ଘଟଣାରେ ଶଙ୍କର ସଂପୃକ୍ତ ରହିଥିଲେ । ଯାହାକୁ ନେଇ ଜିଆରପି ଥାନା ପକ୍ଷରୁ ଅକ୍ଟୋବର 2006ରେ ଏକ ମାମଲା ରୁଜୁ କରାଯାଇଥିଲା।

ପୋଲିସ ଘଟଣାର ତଦନ୍ତ କରିଥିଲେ ମଧ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ବେହେରା ଓରଫ କୋକୋ ଫେରାର ରହିଥିଲେ । ଦୀର୍ଘ ୧୭ ବର୍ଷ ତଳର ଏହି ମାମଲାରେ ଫେରାର ଅପରାଧୀ ଶଙ୍କର ବେହେରାକୁ କୋର୍ଟରେ ହାଜର ହେବା ପାଇଁ କୋର୍ଟ ପକ୍ଷରୁ ବାରମ୍ୱାର ସମନ ଜାରି ହୋଇଥିଲା । କିନ୍ତୁ ଶଙ୍କର ସଂପର୍କରେ ସ୍ଥାନୀୟ ପୋଲିସ କୌଣସି ପ୍ରକାର ସୂଚନା ପାଇପାରୁନଥିଲା । ଶେଷରେ ଗଞ୍ଜାମ ଜିଲ୍ଲା ଦୌରାଜର୍ଜ ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଥାନା ଅଞ୍ଚଳର ନେହୁରୁନଗର 10ମ ଲାଇନରେ ରହୁଥିବା ଶଙ୍କର ବେହେରାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । କିନ୍ତୁ ଶଙ୍କର ଏହାକୁ ଖାତିର ନକରି ଫେରାର ରହିଥିବାରୁ କୋର୍ଟ ପକ୍ଷରୁ ମିଳିଥିବା ଆଦେଶ ଅନୁଯାୟୀ ଶଙ୍କରଙ୍କ ଘରର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବା ସହ ସମସ୍ତ ଆସବାସପତ୍ରକୁ ଜବତ କରାଯାଇଥିଲା ।

ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ ପକ୍ଷରୁ ଗତ ୧୭ ତାରିଖରେ ଅଭିଯୁକ୍ତର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା । ଆଉ ଏହି ଖବର ପାଇ ଶଙ୍କର ରାତି ଅଧିଆ ନିଜ ପରିବାର ସହ ଯୋଗାଯୋଗ କରିବାକୁ ଆସିଥିବା ବେଳେ ଖବର ପାଇ ଗୋଷାଣିନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଗିରଫ କରିଥିଲା । ଗିରଫ ପରେ ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି । ସେହି ପୁରୁଣା ମାମଲା କୋର୍ଟରେ ବିଚାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଥିବାରୁ ଅଭିଯୁକ୍ତକୁ ଏହି ମାମଲାରେ ସଜ୍ଜା ହେବା ବୋଲି ଆଶା କରାଯାଉଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡକ୍ଟର ଶ୍ରବଣ ବିବେକ ଏମ୍ । ଏପରିକି ଗିରଫ ହୋଇଥିବା ଶଙ୍କରଙ୍କ ନାମରେ ସହରର ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଗତ ୨୦୧୩ ମସିହାରେ ଅନ୍ୟ ଏକ ମାମଲା ରହିଥିବା ବେଳେ ସେହି ମାମଲାରେ ସେ ଜାମିନ ପାଇଥିବା ଜଣାପଡିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.