ETV Bharat / state

ବାଘୁଆ ନଦୀରେ ବ୍ରିଜ ଉଦଘାଟିତ, ଉପକୃତ ହେବେ ଭାମସିଆଳି-ଗୋଲିଆ ଗାଁ

author img

By

Published : Sep 25, 2020, 7:09 PM IST

ଲୋକମାନଙ୍କର ଦୀର୍ଘ ଦିନର ସମସ୍ୟା ଓ ଆଶା ଆଙ୍କାକ୍ଷାକୁ ନେଇ ଭାମସିଆଳିଠାରେ ନୂତନ ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଶୁକ୍ରବାର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଉଭୟ ଗ୍ରାମବାସୀଙ୍କ ଉପସ୍ଥିତିରେ ନିର୍ମାଣଧିନ ନୂତନ ସେତୁର ଶୁଭ ଉଦଘାଟନ ହୋଇଯାଇଛି । ଅଧିକ ପଢନ୍ତୁ...

ଭାମସିଆଳିରେ ନୂତନ ସେତୁର ଉଦଘାଟନ କଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

ଭଞ୍ଜନଗର: ଶୁକ୍ରବାର ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଭାମସିଆଳି ଗ୍ରାମଠାରେ ଏକ ନିର୍ମାଣଧିନ ସେତୁର ଶୁଭ ଉଦଘାଟନ କରିଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ଏହି ସେତୁଟି ଭାମସିଆଳି ଓ ଗୋଲିଆ ଗ୍ରାମକୁ ସଂଯୋଗ କରୁଛି । ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନା ଆନୁକୂଲ୍ୟରେ ଏହି ସେତୁର ନିର୍ମାଣ କରାଯାଇଥିଲା ।

ଦୀର୍ଘ ଦିନ ଧରି ବାଘୁଆ ନଦୀ ଉପରେ ସେତୁଟିଏ ନ ଥିବାରୁ ଉଭୟ ଗାଁର ଲୋକମାନେ ଯିବା ଆସିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଲୋକମାନଙ୍କ ଅଭିଯୋଗ ପରେ ସରକାରଙ୍କ ବିଜୁ ସେତୁ ଯୋଜନା ଦ୍ବାରା ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲା । ଲୋକଙ୍କ ଦୀର୍ଘ ଦିନର ସମସ୍ୟା ଓ ଆଶା ଆଙ୍କାକ୍ଷାକୁ ନେଇ ଭାମସିଆଳିଠାରେ ନୂତନ ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ଶୁକ୍ରବାର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଉଭୟ ଗ୍ରାମବାସୀଙ୍କ ଉପସ୍ଥିତିରେ ନିର୍ମାଣଧିନ ନୂତନ ସେତୁର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିବା ବେଳେ ବହୁ ସଂଖ୍ୟାରେ ଗ୍ରାମବାସୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.