ETV Bharat / state

ଖାକିର ଦାଦାଗିରି ! ଚଢାଉ ବେଳେ ଦିବ୍ୟାଙ୍ଗଙ୍କୁ ପୋଲିସର ନିର୍ଧୁମ ମାଡ ଅଭିଯୋଗ - ଗଞ୍ଜାମ ଦିବ୍ୟାଙ୍ଗକୁ ମାଡ଼

ଦିବ୍ୟାଙ୍ଗଙ୍କୁ ନିଧୁର୍ମ ମାଡ଼ ଅଭିଯୋଗ । ବେଆଇନ ବାଣ ତିଆରି ଉପରେ ଚଢାଉ ବେଳେ ଦିବ୍ୟାଙ୍ଗଙ୍କୁ ନିସ୍ତୁକ ଛେଚିଲା ପୋଲିସ ! ଅଧିକ ପଢ଼ନ୍ତୁ

ଦିବ୍ୟାଙ୍ଗଙ୍କୁ ପୋଲିସର ନିର୍ଦ୍ଧୁମ ମାଡ଼
ଦିବ୍ୟାଙ୍ଗଙ୍କୁ ପୋଲିସର ନିର୍ଦ୍ଧୁମ ମାଡ଼
author img

By ETV Bharat Odisha Team

Published : Nov 5, 2023, 9:14 PM IST

ଦିବ୍ୟାଙ୍ଗଙ୍କୁ ପୋଲିସର ନିର୍ଦ୍ଧୁମ ମାଡ଼

ବ୍ରହ୍ମପୁର: ମାନବିକତା ଭୁଲିଲା ପୋଲିସ । ଦିବ୍ୟାଙ୍ଗଙ୍କୁ ନିଧୁର୍ମ ମାଡ଼ ଅଭିଯୋଗ । ବେଆଇନ ବାଣ ତିଆରି ଉପରେ ଚଢାଉ ବେଳେ ଦିବ୍ୟାଙ୍ଗଙ୍କୁ ନିସ୍ତୁକ ଛେଚିଲା ପୋଲିସ । ଏସପି ଦ୍ବାରସ୍ଥ ହେଲେ ଦିବ୍ୟାଙ୍ଗ । ସେପଟେ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ ।

ଆଗକୁ ଆସୁଛି ପବିତ୍ର ଦୀପାବଳି । ଏଭଳି ସମୟରେ ଦୀପାବଳିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ବାଣ ତିଆରି ଚାଲିଛି । ବେଆଇନ ବାଣକୁ ଜବତ କରାଯାଉଥିବା ବେଳେ ଏହି କ୍ରମରେ ବାଣ ଧରିବାକୁ ଯାଇ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପୋଲିସର ନିର୍ଧୁମ ମାଡ଼ ମାରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ପୋଲିସ ବିରୁଦ୍ଧରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କୁ ଗୁହାରୀ କରିଛନ୍ତି ଖୋଦ ଦିବ୍ୟାଙ୍ଗ ବ୍ୟକ୍ତି ଓ ତାଙ୍କ ପରିବାର । ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଶରୀର ସାରା ମାଡର ଚିହ୍ନ ରହିଥିବା ବେଳେ ସେ ପୋଲିସ ମାଡରେ ଏକ ପ୍ରକାର ଆହତ ହୋଇପଡ଼ିଛନ୍ତି । ଏନେଇ ସମସ୍ତ ଘଟଣା ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରିବା ପରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଏସପି ।

ଏହା ମଧ୍ୟ ପଢ଼ନ୍ତୁ......ବେଆଇନ ବାଣ ବିକ୍ରି ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ, ଜଟଣୀରୁ ୨ ଗିରଫ

ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ଖଲ୍ଲିକୋଟ ଥାନା ଅର୍ନ୍ତଗତ ଶ୍ୟାମସୁନ୍ଦରପୁର ଗ୍ରାମର ରାଜେନ୍ଦ୍ର ନାହାକ ନାମକ ଜଣେ ଦିବ୍ୟାଙ୍ଗ ଘରେ ଶୋଇଥିବା ବେଳେ ତାଙ୍କ ଘରେ ପୋଲିସ ଅତର୍କିତ ଭାବେ ବାଣ ପ୍ରସ୍ତୁତ କରୁଥିବା ଖବର ପାଇ ଚଢ଼ାଉ କରିଥିବା । ପୋଲିସର ଚଢାଉ ବେଳେ ଏକ ପ୍ଲାଷ୍ଟିକ୍ ପାଇପରେ ଉକ୍ତ ଦିବ୍ୟାଙ୍ଗ ଯୁବକକୁ ନିର୍ଧୁମ ମାଡ଼ ମାରିଥିଲେ । ଯାହାକୁ ନେଇ ଗଞ୍ଜାମ ଏସ୍.ପି ଜଗମୋହନ ମୀନାଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ଅବଗତ କରିବା ସହିତ ମାଡ଼ ମାରିଥିବା ପୋଲିସ ଏସଆଇ କନେଷ୍ଟବଳ ଓ କର୍ମଚାରୀଙ୍କ ବିରୋଦ୍ଧରେ ଅଭିଯୋଗ କରିଛନ୍ତି । ଦିବ୍ୟାଙ୍ଗ ଯୁବକଙ୍କ ଠାରୁ ସମସ୍ତ ବିଷୟ ଶୁଣିବା ସହିତ ମାଡର ଚିହ୍ନ ଦେଖିବା ପରେ ଘଟଣାର ତଦନ୍ତ କରିବା ପାଇଁ ଛତ୍ରପୁର ଏସଡିପିଓଙ୍କ ନେତୃତ୍ୱର ଏକ ଟିମ୍ ଗଠନ କରାଯାଇଛି । ଏହାସହ ଅଭିଯୋଗ ପରେ ସମ୍ପୃକ୍ତ ଏସଆଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଏସପି ଜଗମୋହନ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.