ETV Bharat / state

ପେଟ୍ରୋଲ ପମ୍ପରେ କୋରୋନା କଟକଣାକୁ ଫୁ' - କୋରୋନା କଟକଣା

ଦିନକୁ ଦିନ କୋରୋନାର ଦ୍ବିତୀୟ ଲହର ବଢି ଚାଲିଥିବା ବେଳେ ପେଟ୍ରୋଲ ପମ୍ପରେ କୋରୋନା କଟକଣାକୁ ଫୁ' କରିଛନ୍ତି ଖୋଦ୍ ପମ୍ପର କର୍ମଚାରୀ ଓ ଗ୍ରାହକ । ଅଧିକ ପଢନ୍ତୁ...

କୋରୋନା କଟକଣାକୁ ଫୁ'
କୋରୋନା କଟକଣାକୁ ଫୁ'
author img

By

Published : May 24, 2021, 5:50 PM IST

ଭଞ୍ଜନଗର: ସରକାର ଯେତିକି ଯେତିକି ନିୟମକୁ କଡାକଡି କରୁଛନ୍ତି, ଅମାନିଆ ବ୍ୟବସାୟୀ ତାହାକୁ ଭାଙ୍ଗିବାରେ ବ୍ୟସ୍ତ । କୋରୋନା ମହାମାରୀଙ୍କୁ ନେଇ ସାରା ବିଶ୍ୱ ଦୋହଲି ଯାଇଥିବାବେଳେ କୋରୋନା ଚେନ୍କୁ ଭାଙ୍ଗିବାପାଇଁ ରାଜ୍ୟ ସରକାର ମଧ୍ୟ ସଟଡାଉନ, ଲକଡାଉନ ଜାରି କରିଛନ୍ତି ତା ସହିତ ମାସ୍କ ପିନ୍ଧିବାକୁ ମଧ୍ୟ ବାଧ୍ୟତାମୂଳକ କରିଯାଇଛି ।

କୋରୋନା କଟକଣାକୁ ଫୁ'

ହେଲେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବେଲଗୁଣ୍ଠା ରୋଡ଼ରେ ଥିବା ପେଟ୍ରୋଲ ପମ୍ପରେ l ପେଟ୍ରୋଲ ପକାଉଥିବା କର୍ମଚାରୀ ଜଣକ ମାସ୍କ ଭଲଭାବରେ ପିନ୍ଧିଥିଲେ ନାଁ ପେଟ୍ରୋଲ ନେବାପାଇଁ ବ୍ୟାରେଲ ଧରି ଆସିଥିବା ବ୍ୟକ୍ତିଜଣଙ୍କ ଭଲଭାବରେ ପିନ୍ଧିଥିଲେ ମାସ୍କ
। କରୋନା କଟକଣାକୁ ବେଖାତିର କରି ପେଟ୍ରୋଲ ଭରି ଚାଲିଥିଲେ କର୍ମଚାରୀ ଜଣକ ।

ଅନ୍ୟପଟେ ହେଲମେଟ ପିନ୍ଧିବା ସହ ମାସ୍କ ପିନ୍ଧି ବାଇକ ଧରି ଲୋକମାନେ ଧାଡିରେ ଅଛନ୍ତି କିନ୍ତୁ ନିୟମକୁ ବେଖାତିର କରି ମାସ୍କ ଭଲଭାବରେ ପିନ୍ଧିନଥିବା ବ୍ୟକ୍ତିଙ୍କୁ ପେଟ୍ରୋଲ ଦେବାରେ ବ୍ୟସ୍ତ କର୍ମଚାରୀ ଜଣକ । ଏଠାରେ ଗୋଟିଏ ପ୍ରଶ୍ନ ସାଧାରଣ ଲୋକଟିଏ ମାସ୍କ ପିନ୍ଧିନଥିଲେ ଫାଇନ୍ ଦେବାକୁ ପଡିଥାଏ ତାହେଲେ ପେଟ୍ରୋଲ ପମ୍ପ ମାଲିକକୁ କାହିଁକି ଫାଇନ ପଡିବ ନାହିଁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.