ETV Bharat / state

ଅଭିଯୋଗ କଲେ ଜନତା, ଶୁଣିଲେ ଜିଲ୍ଲାପାଳ

ଜନତାଙ୍କ ଅଭିଯୋଗକୁ ଶୁଣିଲା ଗଞ୍ଜାମ ପ୍ରଶାସନ । ଉଭୟ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ 291 ଜଣଙ୍କ ଅଭିଯୋଗ ଉପରେ ଗୁରୁତ୍ବରୋପ କରି ଏହାର ସମାଧାନ କରିବାକୁ ତତ୍ପରତା ଦେଖାଯାଇଛି ।

author img

By

Published : Jul 16, 2019, 11:04 AM IST

ଫଟୋ ସୌଜନ୍ୟ-ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଜିଲ୍ଲାବାସୀଙ୍କ ସମସ୍ୟା ସମାଧାନ ପାଇଁ ତତ୍ପରତା ଦେଖାଇଛି ଗଞ୍ଜାମ ପ୍ରଶାସନ । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରି ଗୋଟି ଗୋଟି ଅଭିଯୋଗକୁ ଶୁଣିଛନ୍ତି ଖୋଦ ଜିଲ୍ଲାପାଳ । ତେବେ 291 ଅଭିଯୋଗକାରୀଙ୍କ ମାମଲାକୁ ଗୁରୁତର ସହ ନେଇ ଏହାର ଯଥାଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଭଞ୍ଜନଗର

ସୋମବାର ଅନୁ୍ଷ୍ଠିତ ହୋଇଥିବା ଏହି ଅଭିଯୋଗ ଶୁଣାଣିରେ 270ଟି ବ୍ୟକ୍ତିଗତ ସମସ୍ୟା, 21ଟି ଗ୍ରାମାଞ୍ଚଳ ସମସ୍ୟା ରହିଛି । ସେପଟେ ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ 60ହଜାର ପ୍ରଦାନ କରାଯାଇଛି । ଯାହାକୁ ରେଡ଼କ୍ରସ 11ହଜାର ଅଭିଯୋଗକାରୀଙ୍କୁ ପ୍ରଦାନ କରାଯାଇଛି । ତେବେ ଘଟଣାସ୍ଥଳରେ 8ଟି ସମସ୍ୟାର ସମାଧାନ କରାଯାଇଥିଲା ।

ଗଞ୍ଜାମ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମେତ ସବୁ ଲାଇନ ଡିପାର୍ଟମେଣ୍ଟ ଏବଂ ସମସ୍ତ ବ୍ଲକ ବିଡ଼ିଓ ତହସିଲଦାର ଏଠାରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି ।

ଭଞ୍ଜନଗର ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:

bbb

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.