ETV Bharat / state

ସାନଖେମୁଣ୍ଡିରେ ଡକାୟତି ଯୋଜନା ପଣ୍ଡ, ଜେଲ ଗଲେ ଡକାୟତ ଗ୍ୟାଙ୍ଗ - ଡକାୟତି ପାଇଁ ଯୋଜନା କରୁଥିଲେ

ସାନଖେମୁଣ୍ଡି ବ୍ଲକ ପି.ରାମଚନ୍ଦ୍ରପୁର ଗ୍ରାମରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଲେ ଡକାୟତ ଗ୍ୟାଙ୍ଗ୍‌ (Patapur Police arrested a dacoit gang )। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ସାନଖେମୁଣ୍ଡିରେ ଡକାୟତି ଯୋଜନା ପଣ୍ଡ, ଗିରଫ ହୋଇ ଡକାୟତ କୋର୍ଟ ଚାଲାଣ

author img

By

Published : Sep 1, 2022, 9:56 PM IST

ଗଞ୍ଜାମ: ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରା ପଡ଼ିଲେ ଡକାୟତ ଗ୍ୟାଙ୍ଗ୍‌(Patapur Police arrested a dacoit gang ) । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ମାରଣାସ୍ତ୍ର ଜବତ କରିଛି ପୋଲିସ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପି.ରାମଚନ୍ଦ୍ରପୁର ଗ୍ରାମରେ ଛକି ବସିଥିଲେ ଡକାୟତ ଦଳ । ଗ୍ରାମ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରରେ ଏକତ୍ରିତ ହୋଇ ଏମାନେ ରାଜପଥ ଉପରେ ଡକାୟତି କରିବାକୁ ଯୋଜନା କରୁଥିଲେ । ଶେଷରେ ପୋଲିସ ହାତରେ ଧରାପଡି ଜେଲ ଗଲେ ଡକାୟତ ଗ୍ୟାଙ୍ଗ ।

ସୂଚନା ଅନୁଯାୟୀ, କେତେକ ଅସାମାଜିକ ଯୁବକ ଗତକାଲି ବିଳମ୍ବିତ ରାତିରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପି. ରାମଚନ୍ଦ୍ରପୁର ଯାତ୍ରୀ ବିଶ୍ରାମଗାରରେ ଏକତ୍ରିତ ହୋଇ ବଡ଼ ଧରଣର ଡକାୟତି ପାଇଁ ଯୋଜନା କରୁଥିଲେ । ଏନେଇ ଖବର ପାଇଥିଲା ପାଟପୁର ପୋଲିସ । ଏହାପରେ ଯୋଜନା ମୁତାବକ ପୋଲିସ ଚାରିପଟୁ ଘେରିଯାଇ ଅତର୍କିତ ଭାବେ ଚଢ଼ାଉ କରି ଡକାୟତଙ୍କୁ ମାଡ଼ି ବସିଥିଲା । ପୋଲିସର ଚଢ଼ାଉ ବେଳେ ଦୁଇଜଣ ଡକାୟତ ସେରଗଡ଼ ରାସ୍ତାରେ ଫେରାର୍‌ ହୋଇଯାଇଥିଲେ । ତେବେ ମୋଟ ୧୦ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ, ୭ଟି ଖଣ୍ଡା, ୬ଟି ବୋମା, ୨ଟି ସାଇକେଲ୍‌ ଚେନ୍‌, ମହମବତୀ, ଦିଆସିଲି , ପ୍ଲାଷ୍ଟିକ ଗ୍ଳାସ , ଲଙ୍କାଗୁଣ୍ଡ ୭ଟି କଳା ମୁଖା ଜବତ ହୋଇଛି । ଜବତ ହୋଇଥିବା ଦୁଇଟି ମୋଟର ସାଇକେଲ ମଧ୍ୟରୁ ଗୋଟିଏ ବାଇକ୍‌ ନମ୍ବର ବିହୀନ ରହିଛି । ଏହି ବାଇକ କାହାର ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପାଟପୁର ଥାନା କଙ୍କୋରଡା ଗ୍ରାମର ଲକ୍ଷ୍ମଣ ସେଠୀ, ରାଘବ ପ୍ରଧାନ, ଅମିନ ପରିଡା , ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ, ଏସ୍. ଗୋପାଳପୁର ଗ୍ରାମର କାହ୍ନା ପ୍ରଧାନ, ହିଞ୍ଜିଳି ଥାନା ଖରିଡା ଗ୍ରାମର ନିଲୁ ବିଷୋୟୀ, ଆସିକା ଥାନା ଭେଟନେଇ ଗ୍ରାମର ଜିତେନ୍ଦ୍ର ନାହାକ ଓରଫ ପାଣ୍ଡୁ, ବାଦଲ ଦାସ , କେ. ନୂଆଗାଁ ଥାନା ବମକୋଇ ଗ୍ରାମ ଲକ୍ଷ୍ମୀନଗରର ଶିବ ଗୈାଡ ଓ ଜଗନ୍ନାଥ ପ୍ରଧାନ । ଗିରଫ ହେବାପରେ ସେମାନଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ଅଭିଯୁକ୍ତଙ୍କ ନାମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଦିଗପହଣ୍ଡି, ଆସିକା, ପାଟପୁର, ଶେରଗଡ଼, ହିଞ୍ଜିଳି, ବଡ଼ଗଡ, ଗାଙ୍ଗପୁର ଥାନାରେ ଅଭିଯୁକ୍ତଙ୍କ ନାମରେ ଡକାୟତି, ଛିନତାଇ ଭଳି ଅନେକ ଅପରାଧିକ ମାମଲା ରହିଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଛି ।

ଜାତୀୟ ରାଜପଥରେ ଡକାୟତି ପାଇଁ ଯୋଜନା କରୁଥିବା ନେଇ ପୋଲିସ ତଦନ୍ତ ବେଳେ ଜଣା ପଡ଼ିଥିଲା । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲାରେ ଚୋରି ଡକାୟତିକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଏଭଳି ଏକ ଡକାୟତ ଗ୍ୟାଙ୍ଗ୍‌ ଗିରଫ ହେବାପରେ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ତେବେ ଏହି ଡକାୟତ ଗ୍ୟାଙ୍ଗ୍‌ରେ ଆଉ କେଉଁମାନେ ସାମିଲ ରହିଛନ୍ତି ତାହାର ତଦନ୍ତ କରୁଛି ପୋଲିସ ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.