ETV Bharat / state

ଟ୍ରେନରେ ଘରକୁ ଫେରୁଥିଲେ ପରିବାର, ପଇଡରେ ନିଶାଦେଇ ଲୁଟ - ଲୁଟର ପୁରୁଣା ତରିକା ଆପଣାଇ ଟ୍ରେନକୁ ଲୁଟିଲେ ଦୁର୍ବୃତ୍ତ

ଲୁଟର ପୁରୁଣା ତରିକା ଆପଣାଇ ଟ୍ରେନକୁ ଲୁଟିଲେ ଦୁର୍ବୃତ୍ତ । ପଇଡରେ ନିଶା ଦେଇ ଲୁଟି ନେଲେ ସୁନା ଅଳଙ୍କାର ଓ ମୋବାଇଲ । ଅଧିକ ପଢନ୍ତୁ

ପଇଡରେ ନିଶାଦେଇ ଲୁଟ
ପଇଡରେ ନିଶାଦେଇ ଲୁଟିନେଲେ
author img

By

Published : Dec 2, 2022, 7:48 AM IST

Updated : Dec 2, 2022, 9:30 AM IST

ବ୍ରହ୍ମପୁର: ପୁଣି ଟ୍ରେନରେ ଆତଙ୍କ ଖେଳାଇଲେ ଲୁଟେରା । ପଇଡରେ ନିଶା ଦେଇ ଲୁଟି ନେଲେ ସୁନା ଅଳଙ୍କାର ଓ ମୋବାଇଲ । ପୁରୀ ବୁଲିବାକୁ ଯାଇଥିବା ବେଳେ ଟ୍ରେନରେ ନିଜ ଘର ବ୍ରହ୍ମପୁର ଫେରୁଥିବା ବେଳେ ଘଟିଛି ଏଭଳି ଘଟଣା । ତେବେ ପୀଡିତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ହସ୍ପିଟାଲେର ଭର୍ତ୍ତି କରାଯାଇଛି ।

ପଇଡରେ ନିଶାଦେଇ ଲୁଟ

ଲୁଟର ଶିକାର ବ୍ୟକ୍ତିମାନେ ହେଲେ ବ୍ରହ୍ମପୁର ଆଙ୍କୋଲି ଅଞ୍ଚଳର ଦୁଇ ଦମ୍ପତ୍ତି କେ. ସୁବାଷ ଚନ୍ଦ୍ର ଆଚାରୀ, କେ.ସୁମତୀ ଆଚାରୀ ଓ କେ.କିଶୋର ଚନ୍ଦ୍ର ଆଚାରୀ, ସାରାଦା ଆଚାରୀ । ସୂଚନାଅନୁସାରେ, ପୁରୀ ରେଳ ଷ୍ଟେସନରେ ଦୁଇ ଜଣ ଯୁବକ ତାଙ୍କ ବ୍ୟାଗ ଓ ବିଭିନ୍ନ ସାମଗ୍ରୀ ଟ୍ରେନର ରଖିବାରେ ସାହାଯ୍ୟ କରିଥିଲେ । ପରେ ଟ୍ରେନ ଚାଲିବାର କିଛି ସମୟ ପରେ ସାକ୍ଷୀଗୋପାଳ ନିକଟରେ ସେମାନଙ୍କୁ ପଉଡ଼ ପିଇବା ଲାଗି କହିଥିଲେ । ଏଥିରେ ଚାରିଜଣ ଯାତ୍ରୀ ଲୁଟେରାଙ୍କ କଥାରେ ପଇଡ଼ ପିଇଥିଲେ ଉଭୟେ । ପରେ ସେମାନେ କିଛି ଜାଣି ପାରିନଥିଲେ ।

ଏହା ମଧ୍ୟ ପଢନ୍ତୁ: Make In Odisha Conclave: ନୂଆ ଇତିହାସ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ, ଓଡ଼ିଶା ହେବ ଟ୍ରିଲିୟନ୍ ଡଲାର ଇକୋନୋମି

ଏହାର ସୁଯୋଗ ନେଇ ଲୁଟେରା ମାନେ ବ୍ୟାଗରେ ଥିବା ଟଙ୍କା, ପିନ୍ଧିଥିବା ସୁନା ଅଳଙ୍କାର ଓ ମୋବାଇଲ ଲୁଟି ନେଇଥିଲେ । ଅଚେତ ଅବସ୍ଥାରେ ଟ୍ରେନ ଯାତ୍ରା କରୁଥିବା ନେଇ ଆରପିଏଫ୍ ପୋଲିସ ଦେଖିବା ପରେ ବ୍ରହ୍ମପୁର ଜିଆରପି ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଗୁରୁତର ଅବସ୍ଥାରେ ଚାରି ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Dec 2, 2022, 9:30 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.