ETV Bharat / state

ଦୁଇ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ - ଦୁଇ ଦଫା ଦାବି ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଧାରଣା

ଦୁଇ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଜିଲ୍ଲାର 22ଟି ବ୍ଲକର ପାଞ୍ଚଶହରୁ ଊର୍ଦ୍ଧ୍ୱ ପଞ୍ଚାୟତ ନିର୍ବାହୀ ଅଧିକାରୀ ଧାରଣା ଦେଇଛନ୍ତି । ଅଧିକ ପଢ଼ନ୍ତୁ

panchayat executive officers protest in ganjam
ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ
author img

By

Published : Aug 18, 2023, 11:06 PM IST

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର: ଦୁଇ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଗଞ୍ଜାମ ଜିଲ୍ଲାର 22ଟି ବ୍ଲକର ପାଞ୍ଚଶହରୁ ଊର୍ଦ୍ଧ୍ୱ ପଞ୍ଚାୟତ ନିର୍ବାହୀ ଅଧିକାରୀ । ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ନିଜର ଦାବି ପୂରଣ ପାଇଁ ବିଭିନ୍ନ ଫୋରମରେ କହିବା ପରେ ଶେଷର ନିର୍ବାହୀ ଅଧିକାରୀ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ଚେତାବନୀ ଦେଇଛି ।

ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ରାଜ୍ୟ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଡାକରାକୁ ସମର୍ଥନ ଜଣାଇ ଗଞ୍ଜାମ ଜିଲ୍ଲାର ସମସ୍ତ ପଞ୍ଚାୟତର ଶତାଧିକ ନିର୍ବାହୀ ଅଧିକାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାର ତୁରନ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀର ଶିକ୍ଷାଗତ ଯୋଗ୍ୟତା +2 ରୁ +3କରିବା ସହିତ ଦରମା ହାର ଲେବୁଲ 5 ରୁ ଲେବୁଲ 9କୁ ଧାର୍ଯ୍ୟ କରିବାକୁ ସଂଘ ଦାବି କରିଛି । ସେହିପରି ନୂତନ ପଦବୀ ସୃଷ୍ଟି କରି 10 ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ, ଜି.ପି.ଡି.ଓ ପଦବୀରେ ଶତ ପ୍ରତିଶତ ପଦନ୍ନୋତି ପ୍ରଦାନ କରିବା ଓ ଓପିଆର୍.ଏସ୍ କ୍ୟାଡେର ରୁଲରେ ଅନ୍ତର୍ଭୁକ୍ତ କରିବା ଦାବିରେ ସଂଘ ବିଭିନ୍ନ ଫୋରମରେ ନିଜ ଦାବି ଜଣାଇଥିଲେ । ମାତ୍ର ସରକାର ଏଥିପ୍ରତି କୌଣସି ବିହିତ ପଦକ୍ଷେପ ନନେବାରୁ ଗତ କିଛି ଦିନ ଧରି କଳାବ୍ୟାଜ ପରିଧାନ କରିବା ପରେ ଶେଷରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ । ସରକାର ତୁରନ୍ତ ଏହି ଦାବି ପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରୀ ବ୍ୟାପକ କରାଯିବାକୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ସାମୂହିକ ଛୁଟିରେ ପିଇଓ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ମୁଖ୍ଯତଃ ସରକାରଙ୍କ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଜିଲ୍ଲାସ୍ତରରେ ଜିଲ୍ଲାପାଳ ମାନେ ଏବଂ ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ସରକାରଙ୍କ ସମସ୍ତ ଯୋଜନାକୁ ସଫଳ ରୂପାୟନ କରିବା କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି । ସମସ୍ତ ପଞ୍ଚାୟତ ସ୍ତରରେ ପଞ୍ଚାୟତର ନିର୍ବାହୀ ଅଧିକାରୀ ଏହାକୁ ନେଇ ଗ୍ରାଉଣ୍ଡରେ କାର୍ଯ୍ୟ କରି ଆସୁଥିବା ବେଳେ ସରକାର ଏହି ଅଧିକାରୀ ମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ କରି ସଂଘର କର୍ମକର୍ତ୍ତା ନିନ୍ଦା କରିଛନ୍ତି । ଏପରିକି ଅଧିକାରୀଙ୍କୁ ପଦୋନ୍ନତି ନହେବା ନେଇ କ୍ଷୋଭ ପ୍ରକାଶ କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.