ETV Bharat / state

ଅନଲାଇନରେ ହାଇଟେକ୍ ଠକେଇ, 6 ଅଭିଯୁକ୍ତ ଗିରଫ

ଋଣ ଦେବାକୁ ପ୍ରତିଶୃତି ଦେଇ ଅନଲାଇନରେ ଠକି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । 6 ଅଭିଯୁକ୍ତ ଗିରଫ ।

author img

By

Published : Feb 9, 2019, 6:56 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଫାଇନାନ୍ସ କମ୍ପାନୀ ନାମରେ ଲୁଟ୍ । ଋଣ ଦେବାକୁ ପ୍ରତିଶୃତି ଦେଇ ଅନଲାଇନରେ ଠକି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଏଭଳି ଏକ ଠକ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ସାଇବର ପୋଲିସ । ଶୁକ୍ରବାର ଗ୍ୟାଙ୍ଗର 6ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଗ୍ୟାଙ୍ଗରେ 5ଜଣ ଯୁବତୀଙ୍କ ସମେତ ଜଣେ ଯୁବକ ମଧ୍ୟ ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ଅଭିଯୋଗ ମୁତାବକ, ଏମାନେ ନିଜକୁ ଏକ ଫାଇନାନ୍ସ କମ୍ପାନୀର ସଦସ୍ୟ ଭାବେ ପରିଚୟ ଦେଇ ଲୋକଙ୍କୁ ଋଣ ଦେବାକୁ ପ୍ରତିଶୃତି ଦେଉଥିଲେ । ଏହା ପରେ ସିକ୍ୟୁରିଟି ଡିପୋଜିଟର ଆଳ ଦେଖାଇ ଅନଲାଇନରେ ଲୁଟୁ ଥିଲେ ଲକ୍ଷ ଲକ୍ଷ ଟଙ୍କା । ଏ ନେଇ ଗୋଷାଣିନୂଆଗାଁ ଥାନା ଅଞ୍ଚଳର ଦୀପକ ପଣ୍ଡା ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏ ନେଇ ମାମଲା ରୁଜୁ କରିବା ସହ ନକଲୀ କମ୍ପାନୀ ଉପରେ ଚଢାଉ କରି 6ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
undefined

ଅଭିଯୁକ୍ତ ମାନଙ୍କ ଜାମିନ ନାଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ମାନେ ହେଲେ, ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର ଦମୟନ୍ତୀ ମାର୍ଥା, କେନ୍ଦ୍ରାପଡାର ମଧୁସ୍ମିତା ଦାସ, ଦେବସ୍ମିତା ଦାସ, ବିଷ୍ଣୁପ୍ରିୟା ଶତପଥୀ, ପୁରୀର ସରୋଜିନୀ ସ୍ବାଇଁ ଏବଂ ସମ୍ବଲପୁରର ଆଶିଷ୍ ପୋଢ ।

ସୂଚନାଅନୁଯାୟୀ, ଗତ ୨୦୧୮ ମସିହା ଜୁନ୍ ମାସରେ ୫ଲକ୍ଷ ଟଙ୍କା ଋଣ ଦିଆଯିବାର ପ୍ରଲୋଭନ ଦେଖାଇ ତିନୋଟି ପର୍ଯ୍ୟାୟରେ ସମୁଦାୟ ୭୦ ହଜାର ଟଙ୍କା ଠକି ନେଇଥିଲେ ଏମାନେ । ଏହା ଜଣାପଡିବା ପରେ ସାଇବର୍ ଥାନାରେ ମାମଲା ରୁଜୁ ହୋଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

ବାଟ ହୁଡ଼ୁଛି ସରକାରୀ ନୀତି, ହିତାଧିକାରୀ ହତାଶ

କୋରାପୁଟ: ଗରିବ, ଅସହାୟଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ନିରପତ୍ତା ଅଭିଯାନ କରିଛନ୍ତି । ମାତ୍ର ସରକାରଙ୍କ ଏହି ମହତ ଯୋଜନା କାର୍ଯ୍ୟକାରୀ ହେଉନାହିଁ । ହନ୍ତସନ୍ତ ହେଉଛନ୍ତି ପ୍ରକୃତ ହିତାଧିକାରୀ ।କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନଏଫଏସଏ) ଓ ରାଜ୍ୟ ସରକାରଙ୍କ ଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସଏଫଏସଏସ )ରେ କୋରାପୁଟ ଜିଲ୍ଲାର ଗରିବ ଲୋକଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି ।

ସରକାରୀ ରିପୋର୍ଟ ଅନୁଯାୟୀ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 27,911 ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 3,39,437 ହିତାଧିକାରୀଙ୍କୁ ଖାଉଟି କାର୍ଡ ମିଳିଛି । ହେଲେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଫଳରେ ଖାଉଟି ଅଧିକାରରୁ ହାତ ଧୋଇ ବସିଛନ୍ତି କୋରାପୁଟ ବ୍ଲକ ମହାଦେଇପୁଟ ପଞ୍ଚାୟତ ଓ ଲିଟିଗୁଡା ଗ୍ରାମବାସୀ ।

ପଞ୍ଚାୟତର ଯୋଗାଣ ବ୍ୟବସ୍ଥାକୁ ସୁପରିଚାଳିତ କରିବା ପାଇଁ ଖାଉଟି କାର୍ଡ ଗୁଡିକରେ ବାର କୋଡ଼ ଲଗାଇ ଦିଆଯାଇଛି । କିନ୍ତୁ ଏହି ପଞ୍ଚାୟତରେ ଦିଆଯାଇଥିବା ବାର କୋଡ଼, ରିଡିଙ୍ଗ ମେସିନ ଖରାପ ଥିବା ଯୋଗୁଁ ଏହାକୁ ରିଡର ମାଧ୍ୟମରେ ଲିପିବଦ୍ଧ କରିବା ସମ୍ଭବପର ହେଉନାହିଁ । ତେବେ ଏସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ  ଅବଗତ କରାଯାଇଥିବା ପଞ୍ଚାୟତ ଅଧିକାରୀ ସୁରେଶ ପଟ୍ଟନାୟକ କହିଛନ୍ତି ।

ଖାଲି ସେତିକି ନୁହେଁ ଖାଦ୍ୟ ସୁରକ୍ଷା ଯୋଜନାର ଲାଭ ଉଠାଇବା ପାଇଁ ଖାଉଟିକୁ ଖର୍ଚ୍ଚ କରିବାକୁ ପଡୁଛି ଅଧିକ ଟଙ୍କା । କାରଣ, ପଞ୍ଚାୟତରେ ଖୁଚୁରା ଖାଦ୍ୟ ବିତରଣ କେନ୍ଦ୍ରର ଅଭାବ । ଫଳରେ ଗରିବ ହିତାଧିକାରୀ ଅଟୋ ଭଡା ସହ ନିଜର ଗୋଟିଏ ଦିନର ମଜୁରୀ ମଧ୍ୟ ହରାଉଛନ୍ତି । ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଗ୍ରାମରେ ଚାଉଳ ବଣ୍ଟା ନଯାଇଛି ସେତେଦିନ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ସେମାନଙ୍କ ପାଇଁ ସ୍ବପ୍ନ ରହିଯିବ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।

ବାଟମାରଣା ହେଉଥିବା ସରକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କୁ ମିଳିବ ନା ଏକ ସ୍ବପ୍ନ ହୋଇରହିଯିବ ତାହା କେବଳ ସମୟ ହିଁ କହିବ ।

କୋରପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.