ETV Bharat / state

ବିଦେଶରେ ଘର ହେଲେ ଗାଁରେ ମନ, ପରିବେଶ ସୁରକ୍ଷା ପାଇଁ ବୃକ୍ଷକୁ ପୋଶ୍ୟ ଗ୍ରହଣ କରୁଛି NRI ପରିବାର

author img

By

Published : Jul 30, 2023, 8:59 PM IST

ଆମେରିକାରୁ ଆସି ପରିବେଶ ସଚେତନତା ବାର୍ତ୍ତା ଦେଉଛି ପରିବାର । ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ସହ ପୋଶ୍ୟ ଭାବେ ଗ୍ରହଣ କରୁଛନ୍ତି । ଗଛର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ସବୁଜ ବାହିନୀ । ଅଧିକ ପଢନ୍ତୁ

ଆମେରିକାରୁ ଆସି ପରିବେଶ ସଚେତନତା ବାର୍ତ୍ତା ଦେଲା ପରିବାର

ବ୍ରହ୍ମପୁର: ଆଧୁନିକତାର ସ୍ପର୍ଶରେ ମଣିଷ ପ୍ରକୃତିକ ସମ୍ପଦର ରକ୍ଷା କରିବା ଭୁଲି ଗଲାଣି । ବୃକ୍ଷ ମଣିଷର ବନ୍ଧୁ ହୋଇଥିବା ବେଳେ ନିଜ ସ୍ବାର୍ଥ ପାଇଁ ମଣିଷ ତାକୁ କାଟି ପଦା କରିବାରେ ଲିଗିଛି । ଜନସଂଖ୍ୟା ବୃଦ୍ଧି କାରଣରୁ ଜଙ୍ଗଲ କାଟି ଲୋକେ ଘର, ଶିଳ୍ପ ପ୍ରତିଷ୍ଠା କରୁଛନ୍ତି । ତେବେ ଏହି ସମୟରେ ବ୍ରହ୍ମପୁର ସବୁଜ ବାହିନୀ ପରିବେଶ ସନ୍ତୁଳନ ରକ୍ଷା କରିବା ସହ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଉନ୍ନତି ଆଣିବାକୁ ଗୁରୁତ୍ୱ ଦେଉଛି । ବ୍ରହ୍ମପୁର ସହର ଉପକଣ୍ଠ ସୁକୁଣ୍ଡା ଅଞ୍ଚଳରେ ରହିଥିବା ବିରାଟ ହଜ୍‌ ଚତୁଃପାର୍ଶ୍ୱରେ ବଟ ଓ ଅଶ୍ୱତ୍ଥ ବୃକ୍ଷରୋପଣ କରିବା ପାଇଁ ଆହ୍ବାନ ଦେଉଛନ୍ତି ସବୁଜ ବାହିନୀ । ଏହି ମହତ କାର୍ଯ୍ୟରେ ଅନେକ ଲୋକ ଯୋଡ଼ି ହେଉଥିବା ବେଳେ, ଏଭଳି ବାର୍ତ୍ତା ଆମେରିକାରେ ରହୁଥିବା ଓଡ଼ିଆମାନଙ୍କ ନିକଟରେ ପହଞ୍ଚିବା ପରେ ଗୋଟିଏ ପରିବାର ଏନେଇ ଛୁଟି ଆସିଛନ୍ତି ବ୍ରହ୍ମପୁର ସହରକୁ ।

ଦୀର୍ଘ ବର୍ଷ ଧରି ଆମେରିକାରେ ରହି ଆସୁଥିବା ସତ୍ୟ ନାରାୟଣ ଶତପଥିଙ୍କ ପରିବାର ହଜ ନିକଟରେ ବୃକ୍ଷ ରୋପଣ କରିବା ସହ ବୃକ୍ଷକୁ ପୋଶ୍ୟ ଭାବେ ଗ୍ରହଣ କରିଛନ୍ତି । ଆମେରିକାରେ ରହି ମଧ୍ୟ ନିଜ ଜନ୍ମମାଟି ପ୍ରୀତି ଛାଡି ନହାଁନ୍ତି, ଗୋଟଏ ଗଛ କୋଟିଏ ଜୀବନ ରକ୍ଷା ସ୍ଲୋଗାନ ତାଙ୍କୁ ପ୍ରଭାବିତ କରିଥିବା ସତ୍ୟ ନାରାୟଣ କହିଛନ୍ତି । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନାମରେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ସହ ତାକୁ ପୋଶ୍ୟବୃକ୍ଷ ଭାବେ ଗ୍ରହଣ କରିଛନ୍ତି । ବୃକ୍ଷରୋପଣ ପରେ ଏହା କିପରି ବଡ଼ ହେବ, ଗଛକୁ ସୁରକ୍ଷା ଯୋଗାଇ ଦିଆଯିବ ତାହାର ଦାୟିତ୍ୱ ନେଇ ଆସୁଥିବା ସ୍ଥାନୀୟ ସବୁଜ ବାହିନୀର କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି ପରିବାର ।

ସତ୍ୟ ନାରାୟଣ ଶତପଥୀ କହିଛନ୍ତି , "ଆମେରିକାରେ ରହିବା ସ୍ଥାନ ଏବଂ ବୃକ୍ଷରୋପଣ ସ୍ଥାନ ଭିନ୍ନ ଭିନ୍ନ । ବୃକ୍ଷକୁ ସେଠାରେ କଟାଯାଇନଥାଏ, ହେଲେ ଆମ ଦେଶରେ ବିଭିନ୍ନ କାର୍ଯ୍ୟ ପାଇଁ ବହୁ ପରିମାଣରେ ଗଛ କାଟି ଦିଆଯାଉଛି । ତେଣୁ ବୃକ୍ଷ ରୋପଣ ଆମ ତଥା ଆଗମୀ ପିଢିଙ୍କ ପାଇଁ ଆବଶ୍ୟକୀୟ । ବୃକ୍ଷ ଜୀବନ ପାଇଁ ସବୁଠାରୁ ଆବଶ୍ୟକୀୟ ସମ୍ପଦ । ଏହାର ଯତ୍ନ ନେବା ଆମ ଦାୟିତ୍ବ ।"

ବ୍ରହ୍ମପୁର ସହରର ଉପକଣ୍ଠରେ ରହିଥିବା ସୁକୁଣ୍ଡା ଅଞ୍ଚଳରେ ବିରାଟ ହଜ ଚତୁଃପାର୍ଶ୍ୱରେ ସ୍ଥାନ ଅବ୍ୟବହୃତ ଭାବେ ପଡ଼ି ରହିଥିବାରୁ ଗତ 2 ବର୍ଷ ଧରି ସବୁଜବାହିନୀ ଅଧିକ ଅମ୍ଲଜାନ ଯୋଗାଇ ଆସୁଥିବା ବଟ ଓ ଅଶ୍ୱତ୍ଥ ବୃକ୍ଷରୋପଣ କରି ଆସୁଛି । ଏହି କାର୍ଯ୍ୟରେ ଏବେ ଦେଶ ତଥା ବିଦେଶରୁ ମଧ୍ୟ ଅନେକ ବ୍ୟକ୍ତିବିଶେଷ ଆସି ସାମିଲ ହେଉଥିବା ବ୍ରହ୍ମପୁର ସବୁଜ ବାହିନୀ ସଭାପତି କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପିର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.