ETV Bharat / state

ହୁସିଆର କଏଦୀ ! ଜେଲ ଭିତରେ ମୋବାଇଲ ଲୁଚାଇଥିଲେ, ଠାବ କରିବ ନନ-ଲିନିୟର ଡିଟେକ୍ଟର ମେସିନ

author img

By ETV Bharat Odisha Team

Published : Oct 11, 2023, 4:42 PM IST

ବ୍ରହ୍ମପୁର ସମେତ ରାଜ୍ୟର ପ୍ରମୁଖ କାରାଗାରରେ ଲାଗିଛି ନନ ଲିନିୟର ଡିଟେକ୍ଟର ମେସିନ୍ । ଏଣିକି ଜେଲ ଭିତରେ ମୋବାଇଲ ଲୁଚାଇ ରଖିପାରିବେନି କଏଦୀ । ମାଟି ତଳେ ଲୁଚାଇଥିଲେ ବି ଖୋଜି ଖୋଜି ବାହାର କରିବ ଏହି ଅତ୍ୟାଧୁନିକ ମେସିନ । ଅଧିକ ପଢନ୍ତୁ

ନନ-ଲିନିୟର ଡିଟେକ୍ଟର ମେସିନ
ନନ-ଲିନିୟର ଡିଟେକ୍ଟର ମେସିନ

ନନ-ଲିନିୟର ଡିଟେକ୍ଟର ମେସିନ

ବ୍ରହ୍ମପୁର: ଏଣିକି ଜେଲ୍ ଭିତରେ ଲୁଚାଛପାରେ ମୋବାଇଲ ବ୍ୟବହାର କରିପାରିବେନି କଏଦୀ । ଜେଲରେ ମୋବାଇଲ ରଖିଥିଲେ ଧରାପକାଇବ ମେସିନ । ମୋବାଇଲ ସ୍ବିଚ୍ ଅଫ କରୁ ଅବା ମାଟି ତଳେ ପୋତିଦେଉ, ସବୁଠୁ ଖୋଜି ଖୋଜି ବାହାର କରିବ ନନ ଲିନିୟର ଡିଟେକ୍ଟର । ରାଜ୍ୟରେ ଜେଲଗୁଡିକରେ ସୁରକ୍ଷା ବ୍ୟବସ୍ଥା ଅଧିକ ବ୍ୟବସ୍ଥିତ କରିବା ପାଇଁ ଅତ୍ୟାଧୁନିକ ଲିନିୟର ଡିଟେକ୍ଟର ମେସିନ ଯୋଗାଇ ଦିଆଯାଇଛି । ଏହି ମେସିନ ଜେଲ ଭିତରେ କଏଦୀମାନେ ମୋବାଇଲ, ଚାର୍ଜର, ସିମକାର୍ଡ କିମ୍ବା ଅନ୍ୟ ଇଲେକ୍ଟ୍ରୋନିକ୍ସ ଡିଭାଇସ ରଖିଥିଲେ ତାହାକୁ ଖୋଜା ବାହାର କରିବ ।

ଜେଲରେ ରହି ମଧ୍ୟ ଅପରାଧୀମାନେ ଲୁଚାଛପାରେ ମୋବାଇଲ ବ୍ୟବହାର ବାହାରେ ନିଜର ନେଟୱାର୍କ ଚଳାଉଛନ୍ତି । ଜେଲରୁ ଷଡଯନ୍ତ୍ର ରଚି ଅପରାଧିକ କାଣ୍ଡ ଘଟାଉଛନ୍ତି । ଏହାକୁ ଦୃଷ୍ଟି ରଖି କଏଦୀଙ୍କ ନିକଟରୁ ମୋବାଇଲ ଠାବ କରିବାକୁ ବ୍ରହ୍ମପୁର ମଣ୍ଡଳ କାରଗାର ସମେତ ବିଭିନ୍ନ ଜେଲରେ ଅତ୍ୟାଧୁନିକ ନନ୍- ଲିନିୟର ଡିଟେକ୍ଟର ମେସିନର ବ୍ୟବହାର ଆରମ୍ଭ ହୋଇଛି । ଏହି ମେସିନ ଜେଲ ଭିତରେ ସମସ୍ତ ପ୍ରକାର ମେଟାଲ ଓ ଇଲେକ୍ଟ୍ରୋନିକ୍ସ ଡିଭାଇସକୁ ଖୋଜି ବାହାର କରିବ । ଫୋନ ମାଟି ତଳେ ପୋତା ଯାଇଥିଲେ କିମ୍ବା ସ୍ବିଚ୍ ଅଫ୍ ଥିଲେ ବି ଏଥିରେ ଜଣାପଡିଯିବ ।

ଏହାମଧ୍ୟ ପଢନ୍ତୁ: ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

ରାଜ୍ୟର ବ୍ରହ୍ମପୁର ମଣ୍ଡଳ କାରଗାର ସମେତ ୫ଟି ମଣ୍ଡଳ କାରାଗାର ଏବଂ ଭୁବନେଶ୍ୱରର ଜେଲକୁ ଯୋଗାଇ ଦିଆଯାଇଛି । ନନ୍-ଲିନିୟର ଡିଟେକ୍ଟର ମେସିନ୍ ମାଧ୍ୟମରେ ଜେଲ ପରିସରରେ ଯେକୌଣସି ସ୍ଥାନରେ ମୋବାଇଲ୍ ଲୁଚାଇ ରଖାଯାଇଥିଲେ ତାହାକୁ ଚିହ୍ନଟ କରାଯାଇ ଠାବ କରାଯିବ । ଏପରିକି ମୋବାଇଲ ସୁଇଚ୍ ଅଫ୍ ହୋଇ ରହିଥିଲେ ମଧ୍ୟ ତାହାକୁ ଖୁବ୍ ସହଜରେ ଚିହ୍ନଟ କରାଯାଇପାରିବ । ଯଦି କୌଣସି କଏଦୀ ବା ଅନ୍ତେବାସୀ ରହୁଥିବା ୱାର୍ଡ ଭିତରେ ଲୁଚି କରି ମୋବାଇଲ୍ ବ୍ୟବହାର କରୁଥାଏ କିମ୍ବା କୌଣସି ସ୍ଥାନରେ ଲୁଚାଇ ରଖିଥାଏ ତାହା ହେଲେ ଏହି ଡିଟେକ୍ଟରରେ ସାଇରନ ବାଜିବ । ମୋବାଇଲ, ଚାର୍ଜର, ସିମକାର୍ଡ ତଥା ଅନ୍ୟାନ୍ୟ ଡିଭାଇସ ଥିବା ସ୍ଥାନରେ ମେସିନ ପହଞ୍ଚିବା ମାତ୍ରେ ଏଥିରେ ସିଗନାଲ ଦେଖାଇବ ଏବଂ ଏକ ସାଇରନ ବାଜିବ । ଫଳରେ ସେହି ସ୍ଥାନରେ କୌଣସି ଆପତ୍ତିଜନକ ସାମଗ୍ରୀ ରହିଛି ବୋଲି ଜେଲ୍ କର୍ମଚାରୀ ଜାଣିପାରିବେ ।

ବ୍ରହ୍ମପୁର କାରାଗାରରେ ଅତ୍ୟାଧୁନିକ ନନ୍-ଲିନିୟର ଡିଟେକ୍ଟର ମେସିନ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ କ୍ରୟ କରାଯାଇଛି । ଏଥିରେ ଦୁଇଟି ବ୍ୟାଟେରୀ ରହିଛି । ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାର୍ଜ ରଖିବ । ଜେଲରେ କାର୍ଯ୍ୟରତ ସମସ୍ତ ୱାର୍ଡର, ଚିପ ୱାର୍ଡର ଓ କର୍ମଚାରୀ ଏହି ମେସିନ ଧରି ପ୍ରତ୍ୟେକ ସପ୍ତାହରେ ନିୟମିତ ବ୍ୟବଧାନରେ ଯାଞ୍ଚ କରିବେ । ପୂର୍ବରୁ ଜେଲ ପରିସରରେ ଜାମର ଠାରୁ ଆରମ୍ଭ କରି ମେଟାଲ ଡିକ୍ଟେଟେର୍ ବ୍ୟବହାର ହେଉଥିବା ବେଳେ ଜାମରଗୁଡିକ ଟୁ-ଜି ଏବଂ ମେଟାଲ ଡିକ୍ଟେଟେରରେ ସେତେଟା ସଫଳତା ନମିଳିବା ଯୋଗୁଁ ଏବେ ଏହି ଅତ୍ୟାଧୁନିକ ମେସିନ ବ୍ୟବହାର କରାଯାଉଥିବା ଜେଲ୍ ପକ୍ଷରୁ କୁହାଯାଇଛି ।

ବିଭିନ୍ନ ମାମଲାରେ ଛନ୍ଦି ହୋଇ ଜେଲରେ ରହୁଥିବା କଏଦୀ ଏବଂ ଅନ୍ତେବାସୀଙ୍କ ମଧ୍ୟରେ ସଂସ୍କାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସଂସ୍କାରମୂଳକ ପଦକ୍ଷେପ ନିଆଯାଉଛି । ଏହି କ୍ରମରେ ଜେଲ ସୁରକ୍ଷା ପାଇଁ ଏପରି ନୂତନ ନନ୍- ଲିନିୟର ଡିଟେକ୍ଟର ମେସିନରେ ଯାଞ୍ଚ ବ୍ୟବସ୍ଥା କଡାକଡି କରାଗଲେ କଏଦୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ପକ୍ଷେ ଜେଲ ମଧ୍ୟରେ ରହି ଷଡଯନ୍ତ୍ର ରଚିବା କଷ୍ଟକର ହୋଇପଡିବ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.