ETV Bharat / state

୩ ରଥର କଳାକୃତି ଗୋଟିଏ ରଥରେ, ବିରାଜିଛନ୍ତି 3 ଠାକୁର - lord jagannatha in sand art

ବ୍ରହ୍ମପୁର ବାଲୁକାଶିଳ୍ପୀଙ୍କ ନିଆରା ପ୍ରୟାସ । ୩ ରଥର କଳାକୃତି ମିଶ୍ରଣରେ ନିର୍ମଣା ହୋଇଛି ଏକ ସ୍ବତନ୍ତ୍ର ରଥ । ବିରାଜମାନ ହୋଇଛନ୍ତି 3 ଠାକୁର ।

ଯୁବଶିଳ୍ପୀଙ୍କ ନିଆରା ପ୍ରୟାସ, ୩ ରଥର କଳାକୃତି ସ୍ଥାନିତ ଗୋଟିଏ ରଥରେ ଚତୁର୍ଦ୍ଧାମୁର୍ତ୍ତି

author img

By

Published : Jul 19, 2021, 9:20 PM IST

Updated : Jul 20, 2021, 10:45 AM IST

ବ୍ରହ୍ମପୁର: ୩ଟି ରଥର କଳାକୃତି ଗୋଟିଏ ରଥରେ । ବାହୁଡାଯାତ୍ରା ପୂର୍ବରୁ ଏଭଳି ଭାବେ ଗୋଟିଏ ନିଆରା ରଥ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ଯୁବଶିଳ୍ପୀ ସତ୍ୟ ନାରାୟଣ ମହାରଣା । ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଏବଂ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ସମେତ ପ୍ରଭୁ ସୁଦର୍ଶନଙ୍କୁ ସତ୍ୟଙ୍କ ପ୍ରସ୍ତୁତ ଏହି ଗୋଟିଏ ରଥରେ ଦର୍ଶନ କରିହେବ । ଶ୍ରୀଜୀଉଙ୍କ ତିନି ରଥକୁ ଗୋଟିଏ ରଥ ମଧ୍ୟରେ ସଜାଇ ରଖି ତିନି ପଟେ ତିନି ଠାକୁରଙ୍କୁ ବିରାଜମାନ କରାଇବାର ନିଆରା ପ୍ରୟାସ କରିଛନ୍ତି ଯୁବଶିଳ୍ପୀ ସତ୍ୟ । ସତ୍ୟଙ୍କ ଏହି ନୂତନ କଳାକୃତି ସହିତ ଏହି ରଥଟି ଦେଖିବାକୁ ଖୁବ୍ ଆକର୍ଷଣୀୟ ମଧ୍ୟ ହୋଇଛି ।

୩ ରଥର କଳାକୃତି ଗୋଟିଏ ରଥରେ, ବିରାଜିଛନ୍ତି 3 ଠାକୁର

ରଥର ଚାରି ଦ୍ବାରରେ ୪ ଠାକୁରଙ୍କୁ ଅବସ୍ଥାପିତ କରାଯାଇଛି । ରଥର ଉଚ୍ଚତା ୯ ଇଞ୍ଚ୍, ଓସାର ୫ ଇଞ୍ଚ ଥିବାବେଳେ ଏହାକୁ ନିର୍ମାଣ କରିବାରେ ୩ ଦିନ ସମୟ ଲାଗିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ଗୋଟିଏ ରଥରେ ରଖି ସ୍ବତନ୍ତ୍ର ଭାବରେ ରଥ ପ୍ରସ୍ତୁତ କରିଥିବା ବ୍ରହ୍ମପୁରର ଏହି ଯୁବଶିଳ୍ପୀ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବାର୍ତ୍ତା ଦେଇ କୋଭିଡ ମହାମାରୀକୁ ହରାଇବାରେ ସମସ୍ତେ ସହାୟକ ହେବାକୁ ଆହ୍ବାନ କରିଛନ୍ତି । ବିଗତ ବର୍ଷ ମାନଙ୍କରେ ସତ୍ୟ ଶ୍ରୀଗୁଣ୍ଡିଚା ଏବଂ ବାହୁଡାଯାତ୍ରା ସମୟରେ ନିଜର ଅନେକ କଳାକୃତି ପ୍ରସ୍ତୁତ କରି ବିଭିନ୍ନ ରେକର୍ଡର ଅଧିକାରୀ ହୋଇସାରିଛନ୍ତି । ସତ୍ୟଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 20, 2021, 10:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.