ETV Bharat / state

ଗଞ୍ଜାମରେ ମୋ କଲେଜ ଅଭିଯାନ ଉଦଘାଟିତ

author img

By

Published : Mar 22, 2021, 7:25 AM IST

Updated : Mar 22, 2021, 10:05 AM IST

ଗଞ୍ଜାମ ଜିଲ୍ଲାରେ ରବିବାର ମୋ କଲେଜ ଅଭିଯାନର ଉଦଘାଟନ କରାଯାଇଛି । ଅଧିକ ପଢନ୍ତୁ...

ଗଞ୍ଜାମରେ ମୋ କଲେଜ ଅଭିଯାନ ଉଦଘାଟିତ
ଗଞ୍ଜାମରେ ମୋ କଲେଜ ଅଭିଗଞ୍ଜାମରେ ମୋ କଲେଜ ଅଭିଯାନ ଉଦଘାଟିତଯାନ ଉଦଘାଟିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରବିବାର ମୋ କଲେଜ ଅଭିଯାନର ଉଦଘାଟନ କରାଯାଇଛି । ଏହି ଅଭିଯାନ ପୁରାତନ ବିଦ୍ୟାର୍ଥୀଙ୍କୁ ଏକତ୍ରିତ କରିବାର ମୁଖ୍ୟ ମାଧ୍ୟମ ସାଜିବ ବୋଲି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିବା ବିଶ୍ବବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀମାନେ ମତ ରଖିଛନ୍ତି ।

ଗଞ୍ଜାମରେ ମୋ କଲେଜ ଅଭିଯାନ ଉଦଘାଟିତ

ସରକାରଙ୍କ ଏହି ଅଭିଯାନ ମହାବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀଙ୍କୁ ଏକତା ଡୋରୀରେ ବାନ୍ଧି ରଖିବାର ପ୍ରମୁଖ ମାଧ୍ୟମ ସାଜିବ । ଯାହାକି ପୁରାତନ ବିଦ୍ୟାର୍ଥୀମାନଙ୍କ ଅତୀତ ଏବ° ବର୍ତ୍ତମାନ ମଧ୍ୟରେ ଏକ ପ୍ରମୁଖ ଯୋଗସୂତ୍ର ଭାବରେ ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଅନେକ ମାତ୍ରାରେ ସହାୟ ହେବ । ରାଜ୍ୟରେ ମୋ ସ୍କୁଲ ପରେ ମୋ କଲେଜ ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ଡିଜିଟାଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ପୁରାତନ ବିଦ୍ୟାର୍ଥୀଙ୍କ ସମେତ ବିଶ୍ବବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀମାନେ ସାମିଲ ହୋଇଥିଲେ ।

ତେବେ ସରକାରଙ୍କ ଏଭଳି ପଦକ୍ଷେପକୁ ପୁରାତନ ବିଦ୍ୟାର୍ଥୀମାନେ ସ୍ବାଗତ କରିବା ସହ ନିଜର କଲେଜ ସମୟର ବିଭିନ୍ନ ସ୍ମୃତିକୁ ମନେ ପକାଇଥିଲେ । ଏହି ଅବସରରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗରେ କାର୍ଯ୍ୟରତ ନିର୍ବାଚନ ପ୍ରତିନିଧିମାନେ ସାମିଲ ହୋଇଥିଲେ । ତେବେ ଏହି ଅଭିଯାନ ପରେ ପୁରାତନ ବିଦ୍ୟାର୍ଥୀଙ୍କ ଦାୟିତ୍ବ କିଭଳି ରହିବ ସେ ସମ୍ପର୍କରେ ଆମ ରିପୋର୍ଟର ସମୀର ଆଚାର୍ଯ୍ୟ ଅଧିକ ଆଲୋଚନା କରିଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 22, 2021, 10:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.