ETV Bharat / state

ବିଜେପି ଛାଡିଲେ କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପଲାଇ, ଫୁଙ୍କିବେ ଶଙ୍ଖ

ଗଞ୍ଜାମ କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ବିଜେପି ଛାଡିଛନ୍ତି । ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ରଞ୍ଜନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 13, 2023, 12:01 PM IST

ranjan palei resigns from bjp
ବିଜେପି ଛାଡିଲେ କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପଲାଇ

ବ୍ରହ୍ମପୁର: ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ଦଳ ଡିଆଁ ପର୍ବ । 2024 ଲୋକସଭା ନିର୍ବାଚନ ପାଇଁ ସମୟ ପାଖଉଥିବା ବେଳେ ଦଳ ଛାଡୁଛନ୍ତି ନେତା ଓ କର୍ମୀ । ଏହି କର୍ମରେ ଗଞ୍ଜାମ କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ବିଜେପି ଛାଡିଛନ୍ତି । ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ରଞ୍ଜନ ପଲେଇ । ସେ ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଛନ୍ତି । ଆଉ କିଛି ସମୟ ପରେ ସେ ଭୁବନେଶ୍ଵର ବିଜେଡି ଦଳରେ ମିଶିବାର କାର୍ଯ୍ୟକ୍ରମ ରହିଛି ।

ରଞ୍ଜନ ପଲେଇ ଗତ ସାଧାରଣ ନିର୍ବାଚନ ସମୟରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପି ଦଳୀୟ ଟିକେଟରେ ନିର୍ବାଚନ ପ୍ରତିଦ୍ବନ୍ଦିତା କରିବା ସହ ବିଧାୟକ ପଦବୀ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ଏହା ସହିତ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଦାୟିତ୍ବ ନିର୍ବାହ କରୁଥିଲେ । ହେଲେ ସେ ଶେଷରେ ନିଜ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ପୂର୍ବରୁ ବିଜେଡି ଦଳରେ ରହିଥିବା ଯୁବନେତା ରଞ୍ଜନ ପଲେଇ ବିଜେଡି ଦଳ ଛାଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ବିଜେପିରେ ମିଶିଥିଲେ । ଏହା ସହ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପି ଦଳୀୟ କାର୍ଯ୍ୟ କରିଆସୁଥିଲେ । ହେଲେ ପୁଣି ସେ ବିଜେପି ଦଳ ଛାଡି ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଦଳ ପରିବର୍ତ୍ତନ କରିଛନ୍ତି । ବିଡେପି ଛାଡି ସେ ପୁଣି ବିଜେଡି ଦଳରେ ଯୋଗ ଦେବାକୁ ଯାଉଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟ, କଟାକ୍ଷ କଲେ ବବି ଦାସ

ଗତ ନିର୍ବାଚନରେ କବିସୂର୍ଯ୍ୟନଗରରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ରଞ୍ଜନ । ଖାଲି ରଞ୍ଜନ ନୁହେଁ ଶତାଧିକ କର୍ମୀ ଓ ନେତା ବିଜେପି ଛାଡିଛନ୍ତି । କବିସୂର୍ଯ୍ୟନଗରର ଜଣେ ଭଲ ସଙ୍ଗଠକ ହେଉଛନ୍ତି ରଞ୍ଜନ ପଲେଇ ।ଏହାର ପ୍ରଭାବ ଆଗାମୀ ଦିନରେ କଣ ଦେଖିବାକୁ ମିଳୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ରହିଛି । ସେପଟେ ରଞ୍ଜନ ଦଳ ଛାଡ଼ିବା ନେଇ ଗଣମାଧ୍ୟମ ପ୍ରଶ୍ନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯିଏ ଯାଇଛି ତାହାରି ବିଷୟରେ ଆଲୋଚନା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.