ETV Bharat / state

ମହିଳାଙ୍କୁ କରାଉଛି ସ୍ବାବଲମ୍ବୀ: ମିଶନ ଶକ୍ତି କାଫେ ପ୍ରତି ବଢୁଛି ଲୋକଙ୍କ ଆଦର

author img

By ETV Bharat Odisha Team

Published : Dec 26, 2023, 9:51 AM IST

Updated : Dec 26, 2023, 10:57 AM IST

Mission Shakti cafes in Chhatrapur : ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ଜିଲ୍ଲାପ୍ରଶାସନର ସହଯୋଗରେ ଚାଲିଛି ମିଶନ ଶକ୍ତି କାଫେ । ଏପରି ପ୍ରୟାସ ଦ୍ବାରା ମହିଳା ମାନେ ହୋଇ ପାରିଛନ୍ତି ରୋଜଗାରକ୍ଷମ । ଅଧିକ ପଢନ୍ତୁ

ମିଶନ ଶକ୍ତି କାଫେ; ମହିଳାଙ୍କୁ କରୁଛି ସ୍ବାବଲମ୍ବୀ, ଲୋକଙ୍କ ବଢୁଛି ଆଗ୍ରହ

ମିଶନ ଶକ୍ତି କାଫେ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ

ଛତ୍ରପୁର: ରାଜ୍ୟ ସରକାର ମହିଳା ମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ଆଣିଛନ୍ତି । ରାଜ୍ୟରେ ମହିଳା ମାନଙ୍କୁ ରୋଜଗାରକ୍ଷମ କରାଇ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ କରିବା ନିମନ୍ତେ ଚାଲିଛି ମିଶନ ଶକ୍ତି କାର୍ଯ୍ୟକ୍ରମ । ଏଥିରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମହିଳା ମାନଙ୍କୁ ନେଇ ଗଠନ କରାଯାଇଛି ଅନେକ ସ୍ବୟଂ ସହାୟକ ଗୋଷ୍ଠୀ । ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଜିଲ୍ଲାପ୍ରଶାସନର ସହଯୋଗରେ ଚାଲିଛି ମିଶନ ଶକ୍ତି କାଫେ ଏବଂ ଏହି କାଫେର ଦାୟିତ୍ବ ମିଳିଛି ସିଦ୍ଧ ଭୈରବୀ ଏସ୍.ଏଚ.ଜିକୁ । ମିଶନ ଶକ୍ତି ବିଭାଗ ଏବଂ ଓଡିଶା ଜୀବିକା ମିଶନ ଅନ୍ତର୍ଗତ ଏହି କାଫେକୁ ଖୋଲା ଯାଇଛି ।

ଏହି କାଫେରେ ଅର୍ଡର ଦେବା ମାତ୍ରେ ମିଳୁଛି ଭଳିକି ଭଳି ସୁସ୍ବାଦୁ ଖାଦ୍ୟ । ପିଜା, ବର୍ଗର, ସାଣ୍ଡୱିଜ୍, ପାସ୍ତା ଏବଂ ବ୍ରେଡ୍‌ଚପ୍ ପରି ପାଟି ସୁଆଦିଆ ଖାଦ୍ୟ ସାଙ୍ଗକୁ ଗରମା ଗରମ ଚା ଓ କଫି ଖାଦ୍ୟ ପ୍ରେମୀମାନଙ୍କ ମନ ଜିଣୁଛି । ସେହିପରି କାଫେ ପରିସରର ସୁନ୍ଦର ସଜ୍ଜାସଜା ପରିବେଶ ସାଙ୍ଗକୁ ଶୀତତାପ ନିୟନ୍ତ୍ରିତ କୋଠରୀରେ ସୁଆଦିଆ ଖାଦ୍ୟର ଖାଇବାର ମଜ୍ଜା କୌଣସି ବଡ଼ ରେଷ୍ଟୁରାଣ୍ଟ କି ଷ୍ଟାର ହୋଟେଲଠାରୁ କମ ନୁହେଁ । ତା ସାଙ୍ଗକୁ ଯୁବ ବର୍ଗଙ୍କ ପାଇଁ ରହିଛି ସେଲ୍‌ଫି ନେବାର ବ୍ୟବସ୍ଥା । ଏହି କାଫେରେ ଲୋକମାନେ ନିଜର ସାଙ୍ଗସାଥୀ ଏବଂ ପରିବାରକୁ ନେଇ ବୁଲିବାକୁ ଯାଉଛନ୍ତି । ସନ୍ଧ୍ୟା ସମୟର ଟାଇମ୍‌ ପାସ୍‌ ପାଇଁ ଯୁବପିଢିଙ୍କ ଫେବରେଟ ସ୍ପଟ ପାଲଟିଛି ଏହି କାଫେ ।

ଏହା ମଧ୍ୟ ପଢନ୍ତୁ ... ଆଉ ପାଦେ ଆଗେଇଲା ମିଶନ ଶକ୍ତି, ଯାଜପୁରରେ ଖୋଲିଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ

ମିଶନ ଶକ୍ତି କାଫେର ମନ ଲୋଭା ପରିବେଶ ସହିତ ପରିଷ୍କାର ଓ ପରିଚ୍ଛନ୍ନତା ଯୋଗୁଁ ଧୀରେଧୀରେ ଏଥି ପ୍ରତି ବଢୁଛି ଲୋକଙ୍କ ଆଗ୍ରହ । ଏପରି ସୁସ୍ବାଦୁ ଖାଦ୍ୟର ସୁଲଭ ଦର ଉପଲବ୍ଧ ହେବା ଯୋଗୁଁ ସହରବାସୀଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏଥିପ୍ରତି ଆକର୍ଷିତ ହେଉଛନ୍ତି । ଏହାକୁ ପରିଚାଳନା କରୁଥିବା ମହିଳା କର୍ମକର୍ତ୍ତା ମାନେ ଏଠାରେ ହେଲଦି ଫୁଡ୍ ପ୍ରଦାନ କରିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏପରିକି କାଫେରେ ମିଲ୍‌କ୍‌ ସେକ୍, ବାଦାମ୍ ସେକ୍, ଷ୍ଟ୍ରବ୍ରେରୀ ସେକ୍ ଆଦି ପୁଷ୍ଟିକାରୀ ପେୟ ପ୍ରଦାନ କରିବାକୁ ପ୍ରୟାସ ଜାରି ରଖିଥିବା ଏବାର କର୍ମକର୍ତ୍ତା କହିଛନ୍ତି । ଏପରି ପ୍ରୟାସ ଦ୍ବାରା ମହିଳା ମାନେ ରୋଜଗାରକ୍ଷମ ହୋଇ ପାରିଛନ୍ତି । ଏହାକୁ ଭବିଷ୍ୟତରେ ପ୍ରସାରିତ କରିବାର ଯୋଜନା ରହିଥିବା ବେଳେ ଏହା ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ସାଜିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Dec 26, 2023, 10:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.