ETV Bharat / state

61 ଜଣ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ମନ୍ତ୍ରୀ - ଭଞ୍ଜନଗର ଏନଏସି

କୋରୋନା ବେଳେ ନିଜର ଉତ୍ସର୍ଗିକୃତ ସେବା ପାଇଁ ସମ୍ମାନିତ ହେଲେ ଭଞ୍ଜନଗର ଏନଏସିର 61ଜଣ ସଫେଇ କର୍ମଚାରୀ ।

The minister honored 61 Corona warriors in Bhanjananagar
61 ଜଣ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ମନ୍ତ୍ରୀ
author img

By

Published : Apr 28, 2020, 4:30 PM IST

ଭଞ୍ଜନଗର: କୋରୋନା ମହାମାରୀ ବେଳେ ନିଜର ଉତ୍ସର୍ଗିକୃତ ସେବା ପାଇଁ ଭଞ୍ଜନଗର ଏନଏସିର 61ଜଣ କୋରୋନା ସଫେଇ କର୍ମୀ ଯୋଦ୍ଧା ସମ୍ମାନିତ ହୋଇଛନ୍ତି । ସାରା ଦେଶ କୋରୋନା ଯୋଗୁଁ ଲକଡାଉନ ହୋଇଥିବା ବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ପୋଲିସ, ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଭଳି ସଫେଇ କର୍ମଚାରୀ ବି କୋରୋନା ଯୋଦ୍ଧା ।

61 ଜଣ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲେ ମନ୍ତ୍ରୀ

ଏହି କୋରୋନା ଯୋଦ୍ଧାକୁ ଉତ୍ସାହିତ କରିବା ପାଇଁ ଆଜି ଭଞ୍ଜନଗର ଏନଏସିର ସମସ୍ତ 61 ଜଣ ସଫେଇ କର୍ମଚାରୀଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରଶଂସା କରିବା ସହିତ ସମ୍ମାନିତ କରିଥିଲେ । ବାଉଁଶଲୁଣ୍ଡି ବିଜୁ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସମସ୍ତ କର୍ମଚାରୀଙ୍କୁ କରୋନା ମହାମାରୀ ଲଢେଇରେ ସମସ୍ତେ ଗୋଟିଏ ଗୋଟିଏ ଯୋଦ୍ଧା ବୋଲି କହିବା ସହିତ ପ୍ରଶଂସା କରିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.