ଭଞ୍ଜନଗର: ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ପ୍ରବାସୀ ଓଡ଼ିଆ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ସରକାରୀ ଉଚ୍ଚବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତା ଅବରୋଧ କଲେ ପ୍ରବାସୀ ଓଡ଼ିଆ ।
ଏହି ସଙ୍ଗରୋଧ କେନ୍ଦ୍ରରେ 104 ଅନ୍ତେବାସୀ ରହୁଥିବାବେଳେ ସେମାନଙ୍କୁ ଖାଇବା ଠାରୁ ଆରମ୍ଭ କରି ପଟି ବେଡ଼ସିଟ ଆଦି ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । ଯାହାକୁ ନେଇ ଭଞ୍ଜନଗର ବ୍ରହ୍ମପୁର ରାସ୍ତାକୁ ବନ୍ଦ କରି ରାସ୍ତା ଉପରେ ବସି ରହିଥିଲେ ପ୍ରବାସୀ ଓଡିଆ ।
ଏହି ଅବରୋଧ କାରଣରୁ ଉଭୟ ପାଶ୍ୱରେ ବହୁ ଯାନବାହାନ ଅଟକି ରହିଥିଲା । ଖବର ପାଇ ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଂଚି ଥିବାବେଳେ ବେଲଗୁଣ୍ଠା ବିଡ଼ିଓ ଆସି ଅନ୍ତେବାସୀଙ୍କୁ ବୁଝାସୁଝା କରି ସଙ୍ଗରୋଧ କେନ୍ଦ୍ରକୁ ନେଇଥିଲେ । ଏଥିସହ ଆଗକୁ କିପରି କୌଣସି ସମସ୍ୟା ନ ହେବ ସେନେଇ ଆଲୋଚନା କରିଥିଲେ
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ