ETV Bharat / state

ମାତିଲେ ଲୁଟେରା: ଗୋରୁ ବେପାରୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା - POLICE

ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଦିନ ଦ୍ବିପ୍ରହରରେ ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ।

ଫଟୋ ସୌଜନ୍ୟ: ପ୍ରତିନିଧି , ଭଞ୍ଜନଗର
author img

By

Published : Jul 15, 2019, 2:16 PM IST

Updated : Jul 15, 2019, 3:31 PM IST

ଗଞ୍ଜାମ: କାମ କରୁନି ପୋଲିସର ପାଟ୍ରୋଲିଂ, ଅପରାଧିଙ୍କ ଭୟ ନାହିଁ ଆଇନ କାନୁନ ପ୍ରତି । ଫଳରେ ଦିନକୁ ଦିନ ରାଜ୍ୟରେ ଚୋରି ଡକାୟତ ବଢିବଢି ଚାଲିଛି ।

ଆଜି ପୁଣି ଜଣେ ଗୋରୁ ବେପାରୀଙ୍କ ଠାରୁ ମାଉଜର ଦେଖାଇ 1ଲକ୍ଷ 10 ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କଣ୍ଟେଇପଲ୍ଲୀ ଜଙ୍ଗଲରେ । ଜଣେ ଗୋରୁ ବ୍ୟବସାୟୀ ଯାଉଥିବାବେଳେ ଦୁର୍ବୃତ୍ତ ତାଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି । ଲୁଟ ଶିକାର ହୋଇଥିବା ଗୋରୁବେପାରୀ ହେଉଛନ୍ତି ଲାଠିପଡ଼ା ଗ୍ରାମର ଡାକ ନାଏକ । ଦୁର୍ବୃତ୍ତ ତିନୋଟି ବାଇକରେ 6 ଜଣ ଆସି ଟଙ୍କା ଲୁଟ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ତେବେ ସାଙ୍ଗରେ ଆଣିଥିବା ବୋମା ଦୁର୍ଭାଗ୍ୟବଶତଃ ବିସ୍ପୋରଣ ହୋଇଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବଡବରସିଂ ଗ୍ରାମର ଚରଣ ରାଉତ । ଘଟଣାସ୍ଥଳରୁ ଅନ୍ୟମାନେ ଫେରାର ହୋଇଯାଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Intro:Body:

BLANK FOR LINK STORY 

Conclusion:
Last Updated : Jul 15, 2019, 3:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.