ଗଞ୍ଜାମ: କୋରୋନା ମହାମାରୀକୁ ରୋକିବା ପାଇଁ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଗଞ୍ଜାମର ଭଞ୍ଜନଗରରେ ହାଇଆଲର୍ଟ ଜାରି କରାଯାଇଛି । ଏହାସହ ଲକଡାଉନ ନିୟମ ଭାଙ୍ଗିଥିବା 19 ଜଣକୁ ପୋଲିସ ଗିରଫ କରିଛି । ସେପଟେ ଭଞ୍ଜନଗର ଓ ସୋରଡ଼ା ବ୍ଲକକୁ ବିଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ1883 ଜଣ ଘରକୁ ଫେରିଛନ୍ତି ।
ଘରକୁ ଫେରିଥିବା ବ୍ୟକ୍ତିଙ୍କୁ ପଞ୍ଜିକୃତ କରାଯିବା ସହ କ୍ଵାରେନଟାଇନରେ ରହିବାକୁ ନିର୍ଦେଶ ଦିଆଯାଇଛି । ଏହାସହ ପ୍ରଶାସନ ପକ୍ଷରୁ ଏହିସବୁ ଲୋକଙ୍କ ଘରେ ଷ୍ଟ୍ରିକର ମଧ୍ୟ ଲଗାଯାଇଛି । ସେହିପରି କ୍ଵାରେନଟାଇନରେ ଥିବା ବ୍ୟକ୍ତି ନିୟମ ନମାନିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯିବବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
କ୍ବାରେନଟାଇନରେ ରହିଥିବା ବ୍ୟକ୍ତି ହେଲେ ଭଞ୍ଜନଗର ବ୍ଲକର 997 ଜଣ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର 49 ଜଣ, ସୋରଡ଼ା ବ୍ଲକର 837 ଜଣ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ