ETV Bharat / state

କୁମ୍ଭୀର ଆକ୍ରମଣକୁ ନେଇ ତାତିଲେ ଲୋକେ: କହିଲେ 'ସୁରକ୍ଷା ଦିଅ ନଚେତ୍ ହେବ ଜନ ଆନ୍ଦୋଳନ'

author img

By

Published : Jul 27, 2023, 7:47 PM IST

କୁମ୍ଭୀର ଆକ୍ରମଣ ଘଟଣାକୁ ନେଇ ପ୍ରଶାସନ ବିରୋଧରେ ବର୍ଷିଛନ୍ତି ଗଞ୍ଜାମ ଜିଲ୍ଲାବାସୀ । କୁମ୍ଭୀର ଆକ୍ରମଣରେ ବାରମ୍ବାର ଜୀବନ ଯିବା ପରେ ବି ପ୍ରଶାସନ ସ୍ଥାୟୀ ପ୍ରତିକାର କରୁନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

କୁମ୍ଭୀର ଆକ୍ରମଣକୁ ନେଇ ତାତିଲେ ଲୋକେ
କୁମ୍ଭୀର ଆକ୍ରମଣକୁ ନେଇ ତାତିଲେ ଲୋକେ
କୁମ୍ଭୀର ଆକ୍ରମଣକୁ ନେଇ ତାତିଲେ ଲୋକେ

ବ୍ରହ୍ମପୁର: ବାରମ୍ବାର କୁମ୍ଭୀର ଆକ୍ରମଣ ପରେ ତାତିଲେ ଲୋକେ । "କୁମ୍ଭୀର ଆକ୍ରମଣରୁ ସୁରକ୍ଷା ଦିଅ ନହେଲେ, ଏହାକୁ ନେଇ କରାଯିବ ଜନଆନ୍ଦୋଳନ" ଏମିତି କିଛି କହି ଚେତାବନୀ ଦେଇଛନ୍ତି ଲୋକେ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ଭାରୀ ଗ୍ରାମ ପଞ୍ଚାୟତ ଏବଂ ନିକଟସ୍ଥ ଘୋଡ଼ାହାଡ଼ ଜଳଭଣ୍ଡାର ତଥା ଆଖପାଖ ନଦୀଗଣ୍ଡରେ ରହୁଥିବା କୁମ୍ଭୀର ଆକ୍ରମଣ ଯୋଗୁଁ ଜଣେ ଛାତ୍ରର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହାତ ହୋଇଥିବାର ନଜିର ରହିଛି । ଯାହାକୁ ନେଇ ବିଜେପିର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ବ୍ରହ୍ମପୁର ସହରର ଜିଲ୍ଲା ବନଖଣ୍ଡ ଅଧିକାରୀ ଶନି ଖୋଖାର ଏବଂ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଅଶ୍ବିନୀ ମହାନ୍ତିଙ୍କୁ ସାକ୍ଷାତ କରିଛନ୍ତି । ସେମାନଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଗତ କିଛି ମାସ ମଧ୍ୟରେ ନଦୀଗଣ୍ଡମାନଙ୍କରେ ରହୁଥିବା କୁମ୍ଭୀରମାନେ ନିକଟବର୍ତ୍ତୀ ନଦୀପଠାକୁ ଆସି ସ୍ନାନ କରିବାକୁ ଯାଇଥିବା ଜନସଧାରଣଙ୍କୁ ଆକ୍ରମଣ କରୁଥିବା ବେଳେ ଗୃହପାଳିତ ପଶୁଙ୍କୁ ବାରମ୍ବାର ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ନଦୀଗଣ୍ଡର ଉଭୟପାର୍ଶ୍ଵରେ କାନ୍ଥ କରି ପାଣି ଛଡ଼ାଯିବା ସହ ତାରବାଡ଼ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତ ଜୁନ ୨୫ ତାରିଖରେ କୁମ୍ଭୀର ଆକ୍ରମଣରେ ସେବକ ଟିକରପଡ଼ାର ଭିକାରୀ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ଏକମାତ୍ର ପୁଅର ଜୀବନ ଯାଇଥିଲା । ସେହିପରି ଜୁଲାଇ ୨୦ ତାରିଖରେ ଖମ୍ଭାରୀ ଗାଁ ସାଗର ବନ୍ଧରେ ସ୍ନାନ କରିବାକୁ ଯାଇଥିବା ସମୟରେ ଦାଉଣୀ ଗ୍ରାମର ଟୁକୁନା ବେହେରା ନାମକ ଜଣେ ବ୍ୟକ୍ତି କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଥିଲେ । ଏହାସହ ଗତ ୨୨ ତାରିଖରେ ଖମ୍ଭାରୀ ଗାଁର ନୈନା ଗୌଡଙ୍କୁ ମଧ୍ୟ କୁମ୍ଭୀର ଆକ୍ରମଣ କରିଥିଲା ।

ଏହା ବି ପଢନ୍ତୁ...Crocodile Attack: ଗଞ୍ଜାମରେ ମାତିଛି କୁମ୍ଭୀର, ଗାଧୋଇବା ବେଳେ ଯୁବକଙ୍କୁ କଲା ଆକ୍ରମଣ

ଗତ କିଛି ଦିନ ପୂର୍ବେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ନେତୃତ୍ଵରେ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିଲା। ବିଭାଗୀୟ ଅଧିକାରୀଙ୍କୁ ନେଇ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଗ୍ରାମବାସୀଙ୍କ ଅନୁରୋଧ ରକ୍ଷା କରି ତଦନ୍ତକାରୀ ଟିମ୍ ଆସିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା କେବେ କାର୍ଯ୍ୟକାରୀ ହେବ, ସେନେଇ ସାଧାରଣରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ପୂର୍ବତନ ରାଜ୍ୟ ବିଜେପି ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ କହିଛନ୍ତି, "ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ପୂର୍ବକ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ ସହ ଧାରଣା ଦେବାକୁ ବାଧ୍ୟ ହେବୁ ।" ତେବେ ଦାବିପତ୍ର ପ୍ରଦାନ ବେଳେ ଖମ୍ବାରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷ ପାତ୍ର, ରଘୁନାଥ ଗୌଡ, ଟୁକୁନା ବେହେରା, କୁନି ବେହେରା, ସନ୍ଧ୍ୟାରାଣୀ ବିଷୋୟୀ, ସୁଧାଂଶୁ ଶେଖର ଗୌଡ ଓ କଳ୍ପନା ବିଷୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.