ETV Bharat / state

ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଦୋକାନ ପୋଡିଲେ ଉତ୍ତ୍ୟକ୍ତ ମହିଳା - ମଦ ଦୋକାନ ପୋଡିବା ଘଟଣା

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଯାହାଡା ଗ୍ରାମରେ ଥିବା ଦୋଶୀ ମଦ ଦୋକାନକୁ ପୋଡିଲେ ଗ୍ରାମର ଉତ୍ତ୍ୟକ୍ତ ମହିଳା ।

ପୁଣି ମଦ ବିରୋଧୀ ଆନ୍ଦୋଳନ
author img

By

Published : Nov 7, 2019, 6:45 AM IST

ଗଞ୍ଜାମ: ପୁଣି ମଦ ବିରୋଧରେ ମହିଳାଙ୍କ ରଣ ହୁଙ୍କାର। ଗଞ୍ଜାମ ଧରାକୋଟ ଥାନା ଯାହାଡା ଗାଁରେ ଥିବା ଦେଶୀ ମଦ ଦୋକାନକୁ ପୋଡିଲେ ଗ୍ରାମର ଉତ୍ତ୍ୟକ୍ତ ମହିଳା । ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନଥିବାବେଳେ ଧରାକୋଟ ପୋଲିସ ଓ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛନ୍ତି ।

ମହିଳାଙ୍କ କହିବାନୁୟାୟୀ, ସ୍ବାମୀମାନେ ଦିନ ରାତି ଏକ କରି ଧନ ଅର୍ଜନ କରୁଛନ୍ତି । ହେଲେ ପରିବାର ପ୍ରତିପୋଷଣ କରିବା ପରିବର୍ତ୍ତେ ମଦ ଦୋକାନୀକୁ ପୋଷୁଛନ୍ତି । ଫଳରେ ପରିବାରରେ ଅଧାଦିନ ଚୁଲି ଜଳୁନାହିଁ । ପ୍ରତ୍ୟକ ଦିନ ଘରେ କଳହ ଲାଗି ରହୁଥିବାବେଳେ ମଦ ପିଇ ଅଧା ବୟସରୁ ଯୁବକମାନଙ୍କର ମୃତ୍ୟୁ ହେଉଛି ।

ପୁଣି ମଦ ବିରୋଧୀ ଆନ୍ଦୋଳନ

ଏନେଇ ଯାହାଡା ଗ୍ରାମର ମହିଳାମାନେ ଗାଁରେ ଥିବା ଦେଶୀ ମଦ ଦୋକାନକୁ ପୋଡିବା ସହିତ ଦେବେନ୍ଦ୍ର ଖଟେଇଙ୍କ ଘରୁ ପ୍ରାୟ 25 କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରି ପୋଲିସରେ ଜିମା ଦେଇଥିଲେ। ତେବେ ଗତ ମଙ୍ଗଳବାର ମଧ୍ୟ ମହିଳା ମାନେ ଏକ ମଦ ଦୋକାନ ପୋଡିଥିଲେ । ବାରମ୍ବାର ମଦ ଦୋକାନ ପୋଡିବା ଅବକାରୀ ଓ ପୋଲିସ ବିଭାଗ ନିଷ୍କ୍ରିୟତାକୁ ପଦାରେ ପକାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଯାହାଡା ଗ୍ରାମରେ ପୁଣି ମଦ ବିରୋଧରେ ଦେଲେ ରଣ ହୁଙ୍କାର ଆଜି ଉତ୍ୟକ୍ତ ମହିଳା ମାନେ ପୁଣି ଗ୍ରାମରେ ଥିବାଭ୍ରମର ସ୍ୱାଇଁ ଙ୍କ ବେଶୀ ମଦ ଦୋକାନ କୁ ପୋଡିବା ସହିତ ଦେବେନ୍ଦ୍ର ଖଟେଇ ଙ୍କ ଘରୁ ପ୍ରାୟ 25 kg ରୁ ଉର୍ଧ୍ଵ ଗଂଜେଇ ଉଦ୍ଧାର କରି ପୋଲିସ ରେ ଜିମା ଦେଲେ ଗତ କାଲି ଉତ୍ୟକ୍ତ ମହିଳା ମାନେ ଉଦିୟ ଦଳେଇ ର ମଦ ଦୋକାନ କୁ ପୋଡି ଥିବାବେଳେ ଆଜି ଆଉ ଗୋଟିଏ ଦୋକାନ କୁ ପୋଡିଛନ୍ତି ଅବକାରୀ ଓ ପୋଲିସ ବିଭାଗ ନିଷ୍କ୍ରିୟ ଥିବା ମନେ ହେଉଛି ମହିଳା ଙ୍କ ଗୋଟିଏ ଅଭିଯୋଗ ସ୍ଵାମୀ ମାନେ ଦିନରାତି କଷ୍ଟ ପଡୁଛନ୍ତି କିନ୍ତୁ ପରିବାର ପ୍ରତିପୋଷଣ କରିବା ବଦଳରେ ମଦ ଦୋକାନୀ କୁ ପୋଶୁଛନ୍ତି ଆମ ପରିବାର ରେ ଅଧାଦିନ ଚୁଲି ଜଳୁ ନାହିଁ ପ୍ରତ୍ୟକ ଦିନ କଳହ ଲାଗି ରହୁଛି ତା ସହିତ ମଦପି ଅଧା ବୟସରୁ ଯୁବକ ମାନେ ମୃତ୍ୟୁ ବରଣ କରୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି ବର୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନଥିବାବେଳେ ଧରାକୋଟ ପୋଲିସ ଓ ଅବକାରୀ ବିଭାଗ ତଦନ୍ତ ଚଳାଇଛି Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.