ଭିଜିଲାନ୍ସ ଜାଲରେ ଉଠା ଜଳସେଚନ ଆସିଷ୍ଟାଣ୍ଟ ଇଞ୍ଜିନିୟର - lift Irrigation assistant engineer
ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଆସିକା ଉଠା ଜଳସେଚନ ଆସିଷ୍ଟାଣ୍ଟ ଇଞ୍ଜିନିୟର । ଅଧିକ ପଢନ୍ତୁ...

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ଉଠା ଜଳସେଚନ ଆସିଷ୍ଟାଣ୍ଟ ଇଞ୍ଜିନିୟର
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଉଠା ଜଳସେଚନ ଆସିଷ୍ଟାଣ୍ଟ ଇଞ୍ଜିନିୟର । ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ । ସମ୍ପୃକ୍ତ ଅଧିକାରୀ ଜଣକ ଆସିକାର ଉଠା ଜଳସେଚନ ଆସିଷ୍ଟାଣ୍ଟ ଇଞ୍ଜିନିୟର ଇଶ୍ବର ଦାଶ ।
ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ଉଠା ଜଳସେଚନ ଆସିଷ୍ଟାଣ୍ଟ ଇଞ୍ଜିନିୟର
ସୂଚନାଯୋଗ୍ୟ, ଇଶ୍ବର ଦାଶ ବୁଗୁଡା ଅଞ୍ଚଳର ଜଣେ କଣ୍ଟ୍ରାକ୍ଟର ଠାରୁ ବିଲ୍ ପାସ କରାଇ ଦେବା ପାଇଁ 50 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଚଢାଉ କରିଥିଲା ଭିଜିଲାନ୍ସ । ରେଡରେ ଭିଜିଲାନ୍ସର 5 ଜଣିଆ ଟିମ୍ ସାମିଲ ହୋଇଥିଲେ । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି ।
ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ