ETV Bharat / state

RTO ଅଫିସକୁ ମୁଖ୍ୟରାସ୍ତା ବନ୍ଦ କଲେ ଜମି ମାଲିକ

author img

By

Published : Sep 5, 2021, 1:23 PM IST

ଗଞ୍ଜାମର ଭଞ୍ଜନଗର ସହରର ଫୁଲବାଣୀ ରାସ୍ତାରେ ନିର୍ମାଣ ହୋଇଥିବା RTO ଅଫିସର ମୁଖ୍ୟରାସ୍ତାକୁ ବନ୍ଦ କରିଛନ୍ତି ଜମି ମାଲିକ । ଅଧିକ ପଢନ୍ତୁ..

RTO ଅଫିସ ମୁଖ୍ୟ ରାସ୍ତା ବନ୍ଦ କଲେ ଜମି ମାଲିକ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଫୁଲବାଣୀ ରାସ୍ତାରେ ନୂତନ ଭାବେ ନିର୍ମାଣ ହୋଇଥିବା ପରିବହନ କାର୍ଯ୍ୟାଳୟର ଉଦଘାଟନ ହୋଇଥିଲା । ଉଦଘାଟନୀକୁ ଦେଢମାସ ନ ପୁରୁଣୁ ବିବାଦ ମୁଣ୍ଡ ଟେକିଛି । କାର୍ଯ୍ୟାଳୟକୁ ଯାଇଥିବା ମୁଖ୍ୟରାସ୍ତାଟି ପଟା ଜମିରେ ଯାଇଥିବାରୁ ଜମି ମାଲିକମାନେ ମୁଖ୍ୟରାସ୍ତାରେ ମାଟି ପକାଇ ରାସ୍ତା ବନ୍ଦ କରିବା ସହ ଆନ୍ଦୋଳନ କରିଛନ୍ତି ।

ଏହାଫଳରେ କାର୍ଯ୍ୟାଳୟକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । କାର୍ଯ୍ୟାଳୟକୁ ଯିବାକୁ ଅନ୍ୟ କୌଣସି ରାସ୍ତା ନଥିବାରୁ ସମସ୍ୟା ଦେଖାଦେଇଛି । ଜମିମାଲିକଙ୍କ ଅଭିଯୋଗ ମୁତାବକ ସେମାନଙ୍କୁ ନ ଜଣାଇ ଜୋର ଜବରଦସ୍ତ ଜମି ମାଲିକଙ୍କ ଜମିରେ ପ୍ରଶାସନ ରାସ୍ତା ନିର୍ମାଣ କରିଛି । ପାଖରେ ସରକାରୀ ଜମି ଥାଇ ମଧ୍ୟ ସେମାନଙ୍କ ପଟା ଜମିରେ ରାସ୍ତା ନିର୍ମାଣ ହୋଇଛି । ତେବେ ସେମାନେ ତାଙ୍କ ପଟା ଜମି ଛାଡ଼ିବେ ନାହିଁ ବୋଲି ଦାବି କରିଛନ୍ତି ।

ଏହାସହିତ ଜମିମାଲିକମାନେ ଭଞ୍ଜନଗର ତହସିଲଦାର ଜମିମାଲିକଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ତହସଲିଦାର ଆସନ୍ତା 9 ତାରିଖ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଯଦି ଆସନ୍ତା 9 ତାରିଖରେ ସମସ୍ୟାର ସମାଧାନ ନ ହୁଏ ତାହେଲେ ପୁଣି ପରିବହନ କାର୍ଯ୍ୟାଳୟର ମୁଖ୍ୟ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ ତୀବ୍ରତର କରିବା ପାଇଁ ଜମିମାଲିକମାନେ ଚେତାବନୀ ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.