ETV Bharat / state

କୋରୋନା ସହାୟତା ପାଇଁ ଦୁଇ ବର୍ଷର ଦରମା ପ୍ରଦାନ କଲେ ମହିଳା ସରପଞ୍ଚ - ମାଳତେନ୍ତୁଳିଆ ପଞ୍ଚାୟତର ମହିଳା ସରପଞ୍ଚ କୋରୋନା ସହାୟତା

ଗଞ୍ଜାମ ଜିଲ୍ଲାର ମାଳତେନ୍ତୁଳିଆ ପଞ୍ଚାୟତର ମହିଳା ସରପଞ୍ଚ ମହାମାରୀ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ଦୁଇ ବର୍ଷର ଦରମା ୪୫ ହଜାର ୧୫୦ ଟଙ୍କା ପ୍ରଦାନ କଲେ । ସରପଞ୍ଚଙ୍କ ଏଭଳି ମାନସିକତାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ....

lady-sarpanch-of-ganjam-give-two-year-salaryof-covid19-cm-relief-fund
କୋରୋନା ସହାୟତା ପାଇଁ ଦୁଇ ବର୍ଷର ଦରମା ପ୍ରଦାନ କଲେ ମହିଳା ସରପଞ୍ଚ
author img

By

Published : Apr 2, 2020, 11:55 AM IST

ଭଞ୍ଜନଗର: ମହିଳା ସରପଞ୍ଚଙ୍କ କୋରୋନା ସହାୟତା । ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ସମସ୍ତ ବିଧାୟକ ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ପ୍ରଦାନ କରିଛନ୍ତି । ଏଭଳି ସମୟରେ ଆଗେଇ ଆସିଛନ୍ତି ଗଞ୍ଜାମ ଜିଲ୍ଲାର ମାଳତେନ୍ତୁଳିଆ ପଞ୍ଚାୟତର ମହିଳା ସରପଞ୍ଚ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ଦୁଇ ମାସର ଦରମା ପ୍ରଦାନ କରିଛନ୍ତି ।

କୋରୋନା ସହାୟତା ପାଇଁ ଦୁଇ ବର୍ଷର ଦରମା ପ୍ରଦାନ କଲେ ମହିଳା ସରପଞ୍ଚ

ମହାମାରୀ କୋରୋନା ସଂକ୍ରମଣର ମୁକାବିଲା ପାଇଁ ନିଜର ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମାଳତେନ୍ତୁଳିଆ ପଞ୍ଚାୟତର ସରପଞ୍ଚ ସଶ୍ମିତା ପ୍ରଧାନ । ରାଜ୍ୟର ଏଭଳି ଘଡିସନ୍ଦି ମୂହୁର୍ତ୍ତରେ ଏକ ଆଦର୍ଶ ସରପଞ୍ଚର ଦାୟିତ୍ବ ନିର୍ବାହୀ କରି କୋରୋନା ମୁକାବିଲା ପାଇଁ ନିଜର ୨ ବର୍ଷର ଦରମା ୪୫ ହଜାର ୧୫୦ ଟଙ୍କା ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀଙ୍କ ଜରିଆରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଯାହାକି ଜିଲ୍ଲାର ଅନ୍ୟ ସରପଞ୍ଚ ଙ୍କ ପାଇଁ ଏକ ଆଦର୍ଶ ସରପଞ୍ଚ ଭାବେ ଦୃଶ୍ୟମାନ ହୋଇଛନ୍ତି । ସାରା ଭାରତରେ ଲାଗିଥିବା ୨୧ ଦିନର ଲକଡାଉନ୍ କୁ ନେଇ ଗ୍ରାମର ମୁଖ୍ୟ ପ୍ରବେଶ ପଥକୁ ବାଉଁଶ ଖୁଣ୍ଟ ଦ୍ବାରା ସଂପୂର୍ଣ୍ଣ ସିଲ୍ କରି ଦିଆଯାଇଛି ।

ମହାମାରୀ କୋରୋନାକୁ ନେଇ ସରପଞ୍ଚ ଓ ଅଙ୍ଗନବାଡ଼ି କର୍ମୀ ମାନେ ଘର ଘର ବୁଲି ଶପଥ ପାଠ କରିବା ସହ ପ୍ରତ୍ୟେକ ପରିବାରକୁ କୋରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ସମସ୍ତେ ନିଜେ ପରିବାର ସହ ଘରେ ରହିବା ସହ ବାରମ୍ବାର ହାତ ଧୋଇବା ଭଳି ସରକାରୀ ନିୟମକୁ ପାଳନ କରିବାକୁ ଅନୁରୋଧ କରିଛନ୍ତି । ସରପଞ୍ଚଙ୍କ ଏଭଳି ମାନସିକତାକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.