ETV Bharat / state

ପରମ୍ପରା ପାଇଁ ଭୋଟ ଦେଲାନି କୁମ୍ଭାର ଗାଁ - boycott

ପରମ୍ପରା ବନ୍ଦ କରିବା ଅଭିଯୋଗରେ ଭୋଟ ବର୍ଜନ କଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କୁମ୍ଭାର ଗାଁ ଗ୍ରାମବାସୀ । ଗାଁର ପ୍ରାୟ 500ରୁ 600 ଭୋଟରଙ୍କ ମଧ୍ୟରୁ ଜଣେ ବି କେହି ବି ଭୋଟ ଦେଇନାହାନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 18, 2019, 7:48 PM IST

ବ୍ରହ୍ମପୁର: ଶହ ଶହ ବର୍ଷ ତଳର ପରମ୍ପରା ବନ୍ଦ କରିବା ଅଭିଯୋଗରେ ଭୋଟ ବର୍ଜନ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କୁମ୍ଭାର ଗାଁରେ ଉପୁଜିଛି ଏପରି ଅପ୍ରୀତିକର ସ୍ଥିତି । ଗାଁର ପ୍ରାୟ 500ରୁ 600 ଭୋଟରଙ୍କ ମଧ୍ୟରୁ ଜଣେ ବି କେହି ଭୋଟ ଦେଇନାହାନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ଦେବୀପୂଜା ସହ ଏହି ଗାଁରେ ଏକ ନାଟକ କାର୍ଯ୍ୟକ୍ରମ ହେବାର ଥିଲା । ଏହି ପରମ୍ପରା 300 ବର୍ଷ ତଳର । ହେଲେ ଚଳିତ ବର୍ଷ ଏହି ପ୍ରଥାରେ ବ୍ୟତିକ୍ରମ ଦେଖାଦେଇଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ପୂର୍ବ ଦିନ ଅର୍ଥାତ ବୁଧବାର ଏଠାରେ ଏହି ଠାକୁରାଣୀ ଯାତ୍ରା ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ଗ୍ରାମବାସୀ ଏନେଇ ପୋଲିସକୁ ଏକ ଲିଖିତ ଆକାରରେ ଅନୁମତି ମଧ୍ୟ ମାଗିଥିଲେ । ସମସ୍ତଙ୍କ ଘରେ କୁଣିଆ ମଧ୍ୟ ଆସିଯାଇଥିଲେ । ହେଲେ ଶେଷ ମୁହୁର୍ତ୍ତରେ ଗାଁରେ ଯାତ୍ରା କିମ୍ବା ନାଟକ ହେବ ନାହିଁ ବୋଲି ପୋଲିସ ରୋକଠୋକ ଶୁଣାଇ ଦେଇଥିଲା । ଯଦି ଏହାକୁ ଅବମାନନା କରାଯାଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଗାଁରେ କର୍ଫ୍ୟୁ ଜାରି କରାଯିବ ବୋଲି ପୋଲିସ ଶୁଣାଇଥିଲା ।

ପ୍ରଶାସନ ଓ ପୋଲିସର ଏହି ନିଷ୍ପତ୍ତିରେ ମର୍ମାହତ ହୋଇ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରକାଶ ଥାଉ ଯେ, ରାାଜ୍ୟରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାରେ ଗୋଟିଏ ଲୋକସଭା ସମେତ 8 ଟି ବିଧାନସଭା ପାଇଁ ମତଦାନ ସରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

Intro:Body:

yt

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.