ETV Bharat / state

ଶହୀଦ ଶ୍ରୀନିବାସଙ୍କ ଜନ୍ମମାଟିରେ ପାଳନ ହେଲା ବିଜୟ ଦିବସ, ବୀର ପୁଅଙ୍କୁ ଝୁୁରୁଛି ମାଟି

author img

By

Published : Jul 26, 2023, 9:44 PM IST

୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ସମର୍ପିତ କରି ଦେଶର ବିଜୟ ଧ୍ବଜା ଉଡ଼ାଇବାରେ ସଫଳ ହୋଇଥିବା ଅନେକ ବୀର ଯବାନଙ୍କ ମଧ୍ୟରୁ ଜଣେ ଥିଲେ ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଳକର ଜଗଦଳପୁର ଗ୍ରାମର ଶହୀଦ ଶ୍ରୀନିବାସ ପାତ୍ର । ଆଜି ବିଜୟ ଦିବସରେ ଶହୀଦଙ୍କୁ ଝୁରୁଛି ଜନ୍ମମାଟି । ଅଧିକ ପଢ଼ନ୍ତୁ

kargil Vijaya diwas 2023
କାର୍ଗିଲ ବିଜୟ ଦିବସ
କାର୍ଗିଲ ବିଜୟ ଦିବସ

ବ୍ରହ୍ମପୁର: ୧୯୯୯ ମସିହା ଜୁଲାଇ ୨୬ ତାରିଖ । କାର୍ଗିଲ ପାହାଡ଼ ଉପରେ ଶତ୍ରୁପକ୍ଷ ସହ ଯୁଦ୍ଧରେ ନିଜକୁ ସମର୍ପିତ କରି ଦେଶକୁ ଚଖାଇଥିଲେ ବିଜୟ ସ୍ବାଦ । କାର୍ଗିଲ ଉଚ୍ଚ ପାହାଡ଼ ଶୀର୍ଷରେ ଉଡ଼ାଇଥିଲେ ତ୍ରିରଙ୍ଗା । ଏହି ଭୟଙ୍କର ଯୁଦ୍ଧରେ ଦେଶର ୫୨୭ ଜଣ ଶହୀଦ ହୋଇଥିଲେ । ଯେଉଁଥିରେ ୧୦ ଜଣ ଓଡ଼ିଆ ଯବାନ ଥିଲେ । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଳକର ଜଗଦଳପୁର ଗ୍ରାମର ଶହୀଦ ଶ୍ରୀନିବାସ ପାତ୍ର । ଏହି ଘଟଣାକୁ ୨୪ ବର୍ଷ ପୁରିଗଲା । ହେଲେ ଆଜି ବି ବୀର ପୁଅଙ୍କୁ ଝୁରୁଛି ଜନ୍ମମାଟି । ଶହୀଦ ଶ୍ରୀନିବାସ ପାତ୍ରଙ୍କ ଜନ୍ମମାଟିରେ ପାଳିତ ହୋଇଛି କାର୍ଗିଲ ବିଜୟ ଦିବସ ।

ଏହା ମଧ୍ୟ ପଢ଼ନ୍ତୁ: ଦେଶବ୍ୟାପୀ କାର୍ଗିଲ ବିଜୟ ଦିବସ, ଓଡ଼ିଆ ବୀରଙ୍କୁ ଝୁରିଲା ଭୁବନେଶ୍ୱର

ପ୍ରତିବର୍ଷ ଜୁଲାଇ 26 ତାରିଖରେ ଶହୀଦ ଶ୍ରୀନିବାସ ପାତ୍ରଙ୍କ ଜନ୍ମମାଟିରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଇ ଆସୁଅଛି । ଶ୍ରୀନିବାସଙ୍କ ବଳିଦାନ ଓ ସାହସିକତାକୁ ମନେ ପକାଇ ତାଙ୍କ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି ଅବସରରେ ଗ୍ରାମର ଆବାଳ ବୃଦ୍ଧ ବନିତା ସମସ୍ତେ ଏକାଠି ହୋଇ ଶହୀଦ ଶ୍ରୀନିବାସଙ୍କୁ ମନେପକାଇଥିଲେ । 'ଶ୍ରୀନିବାସ ଅମର ରହେ' ଧ୍ବନୀରେ ପ୍ରକମ୍ପିତ ହୋଇଉଠିଥିଲା ଚାରିଦିଗ । ଏନେଇ ଗ୍ରାମବାସୀ କହିଛନ୍ତି, " ଶହୀଦଙ୍କ ଶ୍ରୀନିବାସଙ୍କ ପାଇଁ ଜଗଦଳପୁର ଗାଁ ଆଜି ଗର୍ବିତ । ଦେଶ ପାଇଁ ତାଙ୍କ ବଳିଦାନ ଅତୁଳନୀୟ । ଆଜିର ଦିନଟି ବୀର ପୁଅଙ୍କ ପ୍ରତିଟି ତ୍ୟାଗକୁ ସୂଚାଉଛି । ତେଣୁ ଜଗଦଳପୁର ଗ୍ରାମବାସୀଙ୍କ ମନରେ ଶ୍ରୀନିବାସ ସବୁବେଳେ ଅମର ହୋଇ ରହିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: 24 years of Kargil War: ପ୍ରଥମ ଓଡ଼ିଆ ଶହୀଦ ଯବାନ ଶ୍ରୀନିବାସ, ବିବାହର ୩ ଦିନରେ ବାହାରିଥିଲେ କର୍ମକ୍ଷେତ୍ର

ଏହା ମଧ୍ୟ ପଢ଼ନ୍ତୁ: କାର୍ଗିଲ ବିଜୟ ଦିବସ, ଓଡ଼ିଆ ଶହୀଦଙ୍କୁ ମନେ ପକାଇଲେ ଲୋକେ

ଅନ୍ୟପଟେ ଶହୀଦଙ୍କ ଗ୍ରାମକୁ ଅବହେଳା କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁକୁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ଶହୀଦ ଶ୍ରୀନିବାସଙ୍କ ପ୍ରତି ମଧ୍ୟ ସ୍ଥାନୀୟ ପ୍ରଶାସନ ଅବେହେଳା କରିଥିବା ଅଭିଯୋଗ ହୋଇଛି । ତାଙ୍କ ସ୍ମୃତି ସ୍ତମ୍ଭ ପରିବେଶର ଉନ୍ନତି କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନର ଅଧିକାରୀଙ୍କ ସହିତ ନିର୍ବାଚିତ ପ୍ରତିନିଧି, ବୁଦ୍ଧିଜୀବୀ, ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.