ETV Bharat / state

କଙ୍ଗାରୁ କୋର୍ଟର କରୁଣ ପରିଣତି, ମହିଳାଙ୍କ ଆତ୍ମହତ୍ୟା - ରାତିଅଧିଆ ବିବାହିତ ମହିଳାଙ୍କ ଘରେ ପଶି ଛେଚା ଖାଇଲା ଯୁବକ

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା‌ ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି । ଗାଁରେ କଙ୍ଗାରୁ କୋର୍ଟର କରୁଣ ପରିଣତି ଦେଖିବାକୁ ମିଳିଛି । କଙ୍ଗାରୁ କୋର୍ଟରେ ଯୁବକକୁ ପାଞ୍ଚବେଣ୍ଟିଆ କରାଯିବା ପରେ ବିବାହିତା ମହିଳା ଜଣକ ଲୋକଲଜ୍ୟା ସହିନପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ

କଙ୍ଗାରୁ କୋର୍ଟର କରୁଣ ପରିଣତି, ଲୋକଲଜ୍ୟା ସହିନପାରି ମହିଳାଙ୍କ ଆତ୍ମହତ୍ୟା

author img

By

Published : Jul 8, 2022, 9:16 PM IST

ବ୍ରହ୍ମପୁର: ରାତି ଅଧରେ ଜଣେ ବିବାହିତା ମହିଳାଙ୍କ ଘରୁ ଧରାପଡିଲା ଯୁବକ । ଏହାପରେ ସେହି ରାତି ଅଧରେ ହିଁ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଗାଁ ଲୋକେ କୋର୍ଟରେ ବିଚାର କଲେ ଆଉ ଧରାପଡିଥିବା ଯୁବକକୁ ଦଣ୍ଡ ମଧ୍ୟ ଦେଲେ । ଗାଁଲୋକେ ଯୁବକଙ୍କୁ ନିର୍ଧୁମ ଛେଚିଲେ, ଲଣ୍ଡା କଲେ, ମୁହଁରେ ଚୂନ କାଳି ବୋଳି ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇଲେ । ଶେଷରେ ବିବାହିତା ମହିଳା ଜଣକ ଲୋକଲଜ୍ୟା ସହିନପାରି ବିଷ ପିଇ ଆତ୍ମହତ୍ୟା କଲେ । ଏଭଳି ଏକ ଅଭାବନୀୟ ଘଟଣା ବିହାର ନୁହେଁ ଘଟିଛି ଓଡିଶାର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା‌ ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗାଁରେ ।

ଘଟଣାରୁ ପ୍ରକାଶ, ଗତକାଲି(ଗୁରୁବାର) ରାତିରେ ଖଲ୍ଲିକୋଟ ଥାନା‌ ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗାଁର ଜଣେ ବିବାହିତ ମହିଳାଙ୍କ ଘରକୁ ଯାଇଥିଲେ ବାଗଲପୁର ଗାଁର ସୁଶାନ୍ତ ସ୍ବାଇଁ । ପୂର୍ବରୁ ଛକି ରହିଥିବା ଗାଁ ଲୋକେ ଯୁବକକୁ କାବୁ କରିଥିଲେ । ଅଭିଯୋଗ ଥିଲା ସୁଶାନ୍ତ କୁଆଡେ ଦୀର୍ଘ ଦିନ ହେଲା ସଂପୃକ୍ତ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଆସୁଥିଲେ । ରାତି ଅଧରେ ଗାଁରେ ବସିଲା କଙ୍ଗାରୁ କୋର୍ଟ । କୋର୍ଟରେ ନିଷ୍ପତ୍ତି ହେଲା, ତୁରନ୍ତ ଦଣ୍ଡବିଧାନ ମଧ୍ୟ ହେଲା । ସୁଶାନ୍ତକୁ କେତେକ ଲୋକ ନିର୍ଧୁମ ଛେଚିଲେ, ଲଣ୍ଡା କଲେ, ମୁହଁରେ ଚୂନ କାଳି ବୋଳି ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇଲେ । ପୋଲିସ ଖବର ପାଇଁ ଗାଁ ଲୋକଙ୍କ କବଳରୁ ଯୁକକୁ ଉଦ୍ଧାର କରିଥିଲା ।

ହେଲେ କଥା ଏତିକିରେ ସରିନଥିଲା । ଏହି ଘଟଣା ବିଜୁଳି ବେଗରେ ପ୍ରଚାରିତ ହେବା ପରେ ସଂପୃକ୍ତ ମହିଳାଙ୍କୁ ଅନେକ ଟାହି ଟାପରା କରିଥିଲେ । ଶେଷରେ ଲୋକଲଜ୍ୟା ସହି ନପାରି ସଂପୃକ୍ତ ବିବାହିତା ମହିଳା ଜଣଙ୍କ ବିଷ ପିଇ ଦେଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଖଲ୍ଲିକୋଟ ମେଡିକାଲକୁ ଅଣିଥିଲେ । ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ମହିଳାଙ୍କ ଶବ ଜବତ କରି ଘଟଣାର ଛାନଭିନ କରୁଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.