ETV Bharat / state

ବ୍ରହ୍ମପୁରରେ ସାମ୍ବାଦିକଙ୍କୁ ଆକ୍ରମଣ, ବିଭିନ୍ନ ମହଲରେ ନିନ୍ଦା - ଗଞ୍ଜାମରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା

ବ୍ଲକ ପରିସରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଳକ ପରିସରରେ ଘଟିଥିବା ଏଭଳି ଏକ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଅଧିକ ପଢନ୍ତୁ

ସାମ୍ବାଦିକଙ୍କୁ ଆକ୍ରମଣ , ବିଭିନ୍ନ ମହଲରେ ନିନ୍ଦା

author img

By

Published : Apr 21, 2022, 10:46 PM IST

ବ୍ରହ୍ମପୁର: ବ୍ଲକ ପରିସରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଳକ ପରିସରରେ ଘଟିଥିବା ଏଭଳି ଏକ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ବେଗୁନିଆପଡ଼ା ବ୍ଳକରେ ସମିତି ବୈଠକ ଚାଲିଥିବା ବେଳେ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ । ତେବେ ବୈଠକ ଶେଷ ହେବା ପରେ ସଭା ଗୃହ ବାହାରେ ସାମ୍ବାଦିକ ସୁଶାନ୍ତ ପଟ୍ଟନାୟକଙ୍କ ସହ ହଠାତ୍ ଆସି ଯୁକ୍ତିତର୍କ କରିଥିଲେ ସ୍ଥାନୀୟ ଖଣ୍ଡିଆନଈ ସରପଞ୍ଚ ପଙ୍କଜ ସେଠୀ ଓ ତାଙ୍କର ସହଯୋଗୀ ଚରଣ ନାୟକ ।

ସାମ୍ବାଦିକଙ୍କୁ ଆକ୍ରମଣ , ବିଭିନ୍ନ ମହଲରେ ନିନ୍ଦା

ଉଭୟ ମିଳିତ ଭାବେ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଟଣାଓଟରା କରି ଆକ୍ରମଣ କରିଥିଲେ । ଏହି ସମୟରେ ଅନ୍ୟ ସାମ୍ବାଦିକ ଓ ପଞ୍ଚାୟତ ଜନ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହିଥିବା ବେଳେ ସାମ୍ବାଦିକଙ୍କୁ ମାଡ ମାରିଥିଲେ ।

ଏପଟେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକଙ୍କ ମୁଣ୍ଡକୁ ଆଘାତ ହେବା ପରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାକୁ ନେଇ ବେଗୁନିଆପଡ଼ା ଫାଣ୍ଡିରେ ସାମ୍ବାଦିକ ସୁଶାନ୍ତ ପଟ୍ଟନାୟକ ଏତଲା ଦେଇଥିବା ବେଳେ ସରପଞ୍ଚ ପଙ୍କଜ ସେଠୀ ମଧ୍ୟ ପାଲଟା ଏତଲା ମଧ୍ୟ ଦେଇଥିବା ଜଣାପଡିଛି । ଗୋଟିଏ ପଟେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ବେଳେ ସରପଞ୍ଚଙ୍କୁ ମାଡ଼ ମରାଯାଇଥିବା ମିଥ୍ଯା ମାମଲା କରିଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକ ସୁଶାନ୍ତ ।

ଅନ୍ୟପଟେ ବେଗୁନିଆପଡ଼ା ବ୍ଳକ ପରିସରରେ ଘଟଣା ପରେ ପୋଲିସ ଅଧିକାରୀ ତଦନ୍ତ କରୁଥିବା ବେଳେ ବ୍ଲକ ପରିସରରେ ଜଣେ କର୍ତ୍ତବ୍ଯରତ ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଏଭଳି ଆକ୍ରମଣ କରାଯିବାକୁ ସବୁ ମହଲରେ ଦୃଢ ନିନ୍ଦା କରାଯାଇଛି । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.