ETV Bharat / state

ପୁଣି ବ୍ରହ୍ମପୁର ITI କଲେଜ ବିଦ୍ୟାର୍ଥୀଙ୍କ କମାଲ, ସ୍କ୍ରାପ୍‌ରେ ତିଆରି କରୁଛନ୍ତି ଦଶବତାର ସ୍ୱରୂପ

author img

By ETV Bharat Odisha Team

Published : Sep 15, 2023, 8:27 PM IST

ନଷ୍ଟରୁ ଶ୍ରେଷ୍ଠ ଆହ୍ବାନ ନେଇ ସବୁବେଳେ ଚର୍ଚ୍ଚରେ ରହିଆସୁଛି ବ୍ରହ୍ମପୁର ସରକାରୀ ITI । ସ୍କ୍ରାପ୍ ସାମଗ୍ରୀକୁ ବ୍ୟବହାର କରି ଭଗବାନ ବିଷ୍ଣୁଙ୍କ ଦଶବତାର ରୂପ ପ୍ରସ୍ତୁତ କରୁଛନ୍ତି ITI ବିଦ୍ୟାର୍ଥୀ ମାନେ । ଅଧିକ ପଢ଼ନ୍ତୁ

ନଷ୍ଟରୁ ଶ୍ରେଷ୍ଠ : ସ୍କ୍ରାପ୍ ସାମଗ୍ରୀରେ ବିଷ୍ଣୁଙ୍କ ଦଶବତାର ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ଆଇଟିଆଇ

ବ୍ରହ୍ମପୁର: ସ୍କ୍ରାପ୍‌ରେ ବିଶାଳକାୟ ପ୍ରତିକୃତି କରି ସବୁବେଳେ ଚର୍ଚ୍ଚରେ ରହିଆସୁଛି ବ୍ରହ୍ମପୁର ସରକାରୀ ITI କଲେଜ । ଏହି କ୍ରମରେ ଆଉ ଏକ ନୂତନ ଫର୍ଦ ଯୋଡି ହେବାକୁ ଯାଉଛି । ସ୍କ୍ରାପ୍ ସାମଗ୍ରୀକୁ ବ୍ୟବହାର କରି ଭଗବାନ ବିଷ୍ଣୁଙ୍କ ଦଶବତାର ରୂପ ପ୍ରସ୍ତୁତ କରୁଛନ୍ତି ITI ବିଦ୍ୟାର୍ଥୀ । ଅନୁଷ୍ଠାନର ବିଭିନ୍ନ ଟ୍ରେଡର ବିଦ୍ୟାର୍ଥୀମାନେ ମିଳିତ ଭାବରେ ଏହାକୁ ପ୍ରସ୍ତୁତ କରିବାରେ୍ ଲାଗି ପଡ଼ିଥିବା ବେଳେ ଆଗାମୀ ବିଶ୍ୱକର୍ମା ପୂଜାରେ ଏହାକୁ ଉନ୍ମୋଚନ କରାଯିବା ବୋଲି ସୂଚନା ମିଳିଛି । ପୂର୍ବରୁ ଅବ୍ୟବହୃତ ସାମଗ୍ରୀକୁ ବ୍ୟବହାର କରି ଅନେକ ସୁନ୍ଦର ସୁନ୍ଦର ପ୍ରତିକୃତି ପ୍ରସ୍ତୁତ କରି ରାଜ୍ୟ ତଥା ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବ୍ରହ୍ମପୁର ସହରର ସରକାରୀ ITI ।

ଏଠାରେ ଅଦରକାରୀ ତଥା ସ୍କ୍ରାପ୍ ଜିନିଷକୁ ନେଇ ତିରୁପତି ଠାରେ ଥିବା ଭଗବାନ ବିଷ୍ଣୁଙ୍କ ଦଶବତାରର ଅବିକଳ ସ୍ୱରୂପର ତିଆରି କରୁଛନ୍ତି ଶିକ୍ଷାନୁଷ୍ଠାନର ଅଧ୍ୟୟନରତ ଛାତ୍ରଛାତ୍ରୀ ଯାହା ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ପଲଟିଛି । ମୁଖ୍ୟତଃ ବ୍ରହ୍ମପୁରର ସରକାରୀ ITI ପରିସରରେ ପ୍ରତ୍ୟେକ ବର୍ଷ ବିଶ୍ୱକର୍ମା ପୂଜାକୁ ଅତ୍ୟନ୍ତ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାର ନୂତନ କଳାକୃତି ପ୍ରଦର୍ଶିତ କରାଯାଇଥାଏ ।

ସେହି କ୍ରମରେ ଚଳିତବର୍ଷ ମଧ୍ୟ ଏହି ପୂଜା ଆକର୍ଷଣୀୟ କରିବା ପାଇଁ ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ରାମ, ପର୍ଶୁରାମ, କୃଷ୍ଣ ଭଳି ଦଶବତାର ପ୍ରସ୍ତୁତ କରାଯାଉଛି । ଏହା ଚଳିତ ବର୍ଷର ବିଶ୍ୱକର୍ମା ପୂଜାରେ କଲେଜ ପରିସରରେ ଉନ୍ମୋଚନ କାରାଯିବ ବୋଲି ସୂଚନା ଦେଇଛନ୍ତି ସରକାରୀ ଆଇଟିଆଇର ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ । ବର୍ତ୍ତମାନ ଏହି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାକୁ ପେଣ୍ଟ୍‌ର ଟ୍ରେଡ୍‌ର ବିଦ୍ୟାର୍ଥୀମାନେ ରଙ୍ଗ କରୁଥିବାରୁ ଦିନେ ଦୁଇ ଦିନ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ଶେଷ ହେବ ବୋଲି ଆଶା ରାଖାଯାଇଛି ।

ଡ.ରଜତ କୁମାର ପାଣିଗ୍ରାହୀ କହିଛନ୍ତି "ଏହି ଦଶଟି ଅବତାର କାର୍ଯ୍ୟରେ ବହୁତ ପିଲା ଦିନ ରାତି ପରିଶ୍ରମ କରିଛନ୍ତି । ଯାହା ଦ୍ବାରା ପିଲାମାନେ ନିଜ ଦକ୍ଷତାକୁ ବିକାଶ କରିପାରିଛନ୍ତି । ସ୍କ୍ରାପ୍ ସାମଗ୍ରୀକୁ ବ୍ୟବହାର କରି ଭଗବାନ ବିଷ୍ଣୁଙ୍କ ଦଶବତାର ରୂପ ପ୍ରସ୍ତୁତ କରାଯାଇଛି , ଏହା ଚଳିତ ବର୍ଷ ବିଶ୍ବକର୍ମାପୂଜାରେ ଦେଖା ହେବ । ବ୍ରହ୍ମପୁର ITI ଏଜୁକେଶନାଲ୍‌ ୱାଣ୍ଡରଲ୍ୟାଣ୍ଡ ପାର୍କରେ ଶୋଭା ପାଇବ ବିଷ୍ଣୁଙ୍କ ଦଶାବତାର ସ୍ବରୁପ ।"

ଏହା ମଧ୍ୟ ପଢନ୍ତୁ...Hockey World Cup: ଅଦରକାରୀ ଲୁହାରେ ବିଶ୍ୱର ବୃହତ୍‌ ହକି ଷ୍ଟିକ୍‌, ଖେଳାଳିଙ୍କୁ ଉତ୍ସର୍ଗ କଲେ ITI ଛାତ୍ର

ନଷ୍ଟରୁ ଶ୍ରେଷ୍ଠ ଏପରି ଆହ୍ୱାନାକୁ ନେଇ ବିଦ୍ୟାର୍ଥୀଙ୍କ ମଧ୍ୟରେ ଦକ୍ଷ ଓ କୁଶଳୀ ବିକାଶ କରାଇବାର ଲକ୍ଷ୍ୟ ନେଇ ବ୍ରହ୍ମପୁରର ସରକାରୀ ITI ଶିକ୍ଷାନୁଷ୍ଠାନ ସାରା ଦେଶ ବିଦେଶରେ ଅନେକ ସୁନାମ ଆଣିପାରିଛି । ବର୍ତ୍ତମାନର ସ୍କ୍ରାପ୍ ସାମଗ୍ରୀରେ ବିଷ୍ଣୁଙ୍କ ଦଶବତାର ରୂପ ପ୍ରସ୍ତୁତ କରି ଅନ୍ୟତମ ଆକର୍ଷଣର କେନ୍ଦ୍ର ପାଲଟିଛି ବ୍ରହ୍ମପୁର ସରକାରୀ ଆଇଟିଆଇ । ଅନ୍ୟପଟେ ବିଦ୍ୟାର୍ଥୀମାନେ ନିଜ ହାତରେ ଏହାକୁ ପ୍ରସ୍ତୁତ କରୁଥିବା ନେଇ ବେଶ ଖୁସି ଜାହିର କରିଛନ୍ତି ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.