ETV Bharat / state

ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତିଯୋଗିତାରେ ଚମକିଲେ ଓଡିଆ ପୁଅ

author img

By

Published : Jun 12, 2020, 2:53 PM IST

ଆନ୍ତର୍ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ ପ୍ରତିଯୋଗିତାରେ ଓଡିଆ ପୁଅର କମାଲ । ଆନ୍ତର୍ଜାତୀୟ ସ୍ତରରେ ହୋଇଥିବା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତିଯୋଗିତା ପ୍ୟାସନ୍– ୨୦୨୦ରେ ଫାଇନାଲ ରାଉଣ୍ତରେ ମାରିଲେ ଏଣ୍ଟ୍ରି । ଅଧିକ ପଢନ୍ତୁ....

International Hindustani Classical Music Competition Passion - Entered in the final round in 2020
ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତିଯୋଗୀତାରେ ଚମକିଲେ ଓଡିଆ ପୁଅ

ବ୍ରହ୍ମପୁର: ବୟସ ଜମାରୁ 13 । ହେଲେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ମାତ ଦେଇଛନ୍ତି ଦେଶ ବିଦେଶର ଅନେକ ପ୍ରତିଯୋଗୀଙ୍କୁ । ଆମେ କହୁଛୁ ବ୍ରହ୍ମପୁରର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଅଖିଲେଶ ପାତ୍ରଙ୍କ କଥା । ଯିଏକି ଆନ୍ତର୍ଜାତୀୟ ସ୍ତରରେ ହୋଇଥିବା ‘ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ’ ପ୍ରତିଯୋଗିତା ପ୍ୟାସନ୍ – ୨୦୨୦’ ଫାଇନାଲ ରାଉଣ୍ତରେ ଓଡିଶାର ଏକମାତ୍ର ପ୍ରତିଯୋଗୀ ଭାବେ ଚୟନ ହୋଇଛନ୍ତି । ଶାସ୍ତ୍ରୀୟ ସଂଗୀତ ପ୍ରତି ପିଲାଦିନୁ ଦୁର୍ବଳତା ଥିଲା ଏ କୁନି ପ୍ରତିଭାଙ୍କର । ଆଉ ଏକମାତ୍ର ପୁଅ ଅଖିଳେଶଙ୍କ ସଙ୍ଗୀତ ପାଇଁ ରୁଚି ଦେଖି ପିତାମାତା ବି ଢାଳିଦେଇଛନ୍ତି ନିଜର ସର୍ବସ୍ବ । ପାଠପଢା ସହିତ ଦୈନିକ ଶାସ୍ତ୍ରୀୟ ସଙ୍ଗୀତର ଅଭ୍ୟାସ କରନ୍ତି ଅଖିଲେଶ । କେବଳ ଶାସ୍ତ୍ରୀୟ ସଙ୍ଗୀତ ନୁହେଁ, ନିଜେ ଗୀତ ଲେଖି ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଶଣ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ଆଧୁନିକ ଯୁଗରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ରଖି ଅଖିଳେଶ ପାଲଟିଛନ୍ତି ସାରା ଓଡିଶା ପାଇଁ ଗର୍ବ ଓ ଗୌରବ । ସୁରଞ୍ଜନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତରେ ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶର ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ସଫଳତାର ସମସ୍ତ ଶ୍ରେୟ ଅଖିଳେଶ, ଗୁରୁ ପାମିନି ରାମଚନ୍ଦ୍ରନଙ୍କୁ ଦେଇଥିବାବେଳେ ଆଗାମୀ ଭବିଷ୍ୟତରେ ଆହୁରି ଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ଗୁରୁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.