ETV Bharat / state

ଦୁର୍ଘଟଣାରେ ଯିବନି ଜୀବନ, ହାଇୱେ ପାଟ୍ରୋଲିଂ ଗାଡି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - ପାଟ୍ରୋଲିଂ ଗାଡିକୁ ଭିସି ଦ୍ବାରା ଉଦଘାଟିତ

୩୬ଟି ହାଇୱେ ପାଟ୍ରୋଲିଂ ଗାଡିକୁ ଭିସି ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଉଭୟ ଗଞ୍ଜାମ ଏବଂ ବ୍ରହ୍ମପୁରରେ ଏହି ହାଇୱେ ପାଟ୍ରୋଲିଂ ଗାଡିର ଉଦଘାଟନ କରାଯାଇଛି । ଅଧିକ ପଢନ୍ତୁ...

ହାଇୱେ ପାଟ୍ରୋଲିଂ ଗାଡିକୁ ଭିସି ଦ୍ବାରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By

Published : Feb 2, 2021, 7:45 AM IST

Updated : Feb 2, 2021, 2:00 PM IST

ବ୍ରହ୍ମପୁର: ରାଜ୍ୟର ଜାତୀୟ ଓ ରାଜ୍ୟ ରାଜପଥ ଗୁଡିକରେ ୩୬ଟି ହାଇୱେ ପାଟ୍ରୋଲିଂ ଗାଡିକୁ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ। ଉଭୟ ଗଞ୍ଜାମ ଏବଂ ବ୍ରହ୍ମପୁରରେ ଏହି ହାଇୱେ ପାଟ୍ରୋଲିଂ ଗାଡିର ଉଦଘାଟନ କରାଯାଇଛି । କୌଣସି ସ୍ଥାନରେ ରାସ୍ତା ଦୁର୍ଘଟଣାରେ ଯେପରି ଗୋଟିଏ ମଧ୍ୟ ଜୀବନକୁ ନଷ୍ଟ ହେବାକୁ ନଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୧୮ଟି ଜିଲ୍ଲାରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି।

ଦୁର୍ଘଟଣାରେ ଯିବନି ଜୀବନ, ହାଇୱେ ପାଟ୍ରୋଲିଂ ଗାଡି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇଥିଲେ। ଏହି ବ୍ୟବସ୍ଥା ଗଞ୍ଜାମ ପୋଲିସ ଜିଲ୍ଲାର ନାରାୟଣୀ ମନ୍ଦିର ଠାରୁ ଜଗନ୍ନାଥପୁର ଜଙ୍ଗସନ୍ ସୀମାନ୍ତ ଗିରିସୋଲା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ରାଜପଥର ତିନୋଟି ଗାଡିରେ ଦିନ ରାତି ପାଟ୍ରୋଲିଂ କରିବେ।

ଏଥିପାଇଁ ୧୦ ଜଣ ପୋଲିସ ଅଧିକାରୀଙ୍କ ସମେତ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି। ସେହିପରି ବ୍ରହ୍ମପୁର ପୋଲିସ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର ଯୋଗଦେଇ ପତକା ଦେଖାଇ ଏହାର ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 2, 2021, 2:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.