ETV Bharat / state

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ, ୭ ଜାଗାରେ ଚଢାଉ

author img

By

Published : May 17, 2023, 12:11 PM IST

ଭିଜିଲାନ୍ସ ଜାଲରେ ଭଞ୍ଜନଗର ସହକାରୀ ଯୋଗାଣ ଅଧିକାରୀ । ଏକକାଳୀନ ୭ଟି ସ୍ଥାନରେ ରେଡ୍ ହୋଇଛି । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ
ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ
ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ସହକାରୀ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟରତ ସଞ୍ଜୟ କୁମାର ସାହୁଙ୍କ ନାଁରେ ରହିଛି ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଯାହାକୁ ନେଇ ସଞ୍ଜୟଙ୍କ ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଢେଙ୍କାନାଳର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାରି କରାଯାଇଥିବା ୱାରେଣ୍ଟ ଅନୁଯାୟୀ ବୁଧବାର ଏକସାଙ୍ଗେ ଏହି ଚଢାଉ କରାଯାଇଥିବା ଜଣାପଡିଛି ।

ସଞ୍ଜୟ କୁମାର ସାହୁଙ୍କ ଭଞ୍ଜନଗର ସ୍ଥିତ ଅଫିସ ଓ ଭଡ଼ାଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଅଧିକାରୀମାନେ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି । ସେହିପରି ଖୋର୍ଦ୍ଧାରେ ଚଢାଉ ଜାରି ରହିଥିବାବେଳେ ମୟୁରଭଞ୍ଜ ଜିଲ୍ଲାରେ ଥିବା ସଞ୍ଜୟଙ୍କ ପୈତୃକ ଘରେ ମଧ୍ୟ ଖୋଳତାଡ଼ କରୁଛି ଟିମ୍ । ସେହିପରି ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ଶ୍ରୀବିହାର ଏବଂ ହାଉସିଂବୋର୍ଡରେ ସଞ୍ଜୟଙ୍କର ଫ୍ଲାଟ୍‌ ରହିଥିବା ଜଣାପଡ଼ିଛି । ଏହାସହ ଭୁବନେଶ୍ୱରର ପଟିଆ ଓ ନହରକଣ୍ଟାରେ ମଧ୍ୟ ଭଞ୍ଜନଗର ସହକାରୀ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ପୂର୍ବରୁ ସଞ୍ଜୟ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଏ ଅଫିସର ଭାବେ ଦାୟିତ୍ବ ତୁଲାଇଥିଲେ । ତାଙ୍କର ପଦୋନ୍ନତି ହେବା ପରେ ନିକଟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରକୁ ସହକାରୀ ଯୋଗାଣ ଅଧିକାରୀଭାବେ ତାଙ୍କର ବଦଳି ହୋଇଥିଲା । ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି ଟିମ୍ । ଚଢାଉରେ ମୋଟ୍ ୫ଜଣ ଡିଏସପିଙ୍କ ସମେତ ୧୨ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ପୂର୍ବରୁ ମଧ୍ୟ ଅନେକ ସରକାରୀ ଅଧିକାରୀଙ୍କ ନାଁରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ତଥା ଲାଞ୍ଚ ନେଇ ଧରାପଡିବା ଭଳି ଘଟଣା ସାମନାକୁ ଆସିଛି । ଅଭିଯୋଗକୁ ଭିତ୍ତି କରି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସ୍କାନରକୁ ନେଇଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ଚଢାଉ କରି ସମ୍ପତ୍ତିର ଆଧାର ଯାଞ୍ଚ କରିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ତେବେ ନିକଟରେ ପଦୋନ୍ନତି ପାଇଥିବା ଭଞ୍ଜନଗର ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ ଏତେ ପରିମାଣର ସମ୍ପତ୍ତିର ଅଧିକାରୀ ହେଲେ କେମିତି ତାହା ସମସ୍ତଙ୍କୁ ଚକିତ କରୁଛି । ଚଢାଉରେ ସଞ୍ଜୟଙ୍କ ଭଞ୍ଜନଗର ସ୍ଥିତ କାର୍ଯ୍ୟାଳୟରୁ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଜବତ ବି କରିଛି ଭିଜିଲାନ୍ସ । ଚଢାଉ ପରେ ଆଉ କେଉଁ କେଉଁ ତଥ୍ୟ ସାମ୍ନାକୁ ଆସୁଛି ତାହାକୁ ଅପେକ୍ଷା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.