ETV Bharat / state

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ୮୪ ପ୍ରତିଶତ ଗ୍ରୀନ ଜୋନ - ଉପଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ୮୪ ପ୍ରତିଶତ ରହିଛି ଗ୍ରୀନ ଜୋନ୍ । ଆଉ ୧୬ରୁ ୧୭ ପ୍ରତିଶତ ରେଡ୍ ଜୋନ୍ ରହିଛି । ତେବେ ସଂପୂର୍ଣ୍ଣ ଗ୍ରାମାଞ୍ଚଳକୁ କିପରି ରେଡ ଜୋନରୁ ଗ୍ରୀନଜୋନ କରାଯିବ, ସେ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ୮୪ ପ୍ରତିଶତ ରହିଛି ଗ୍ରୀନଜୋନ

author img

By

Published : Jul 18, 2020, 8:58 AM IST

Updated : Jul 18, 2020, 9:24 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ୮୪ ପ୍ରତିଶତ ରହିଛି ଗ୍ରୀନଜୋନ୍ । ଗତ ସପ୍ତାହ ତଳେ ଏହା ୮୦ ପ୍ରତିଶତ ରହିଥିଲା । ଏହା ନିୟମିତ ଭାବରେ ବୃଦ୍ଧି ପାଇବା ସହ ବର୍ତ୍ତମାନ ଏଭଳି ସ୍ଥିତିରେ ପହଞ୍ଚିଥିବାବେଳେ ଆଉ ୧୬ରୁ ୧୭ ପ୍ରତିଶତ ରେଡ୍ ଜୋନ୍ ରହିଛି । ତେବେ ସଂପୂର୍ଣ୍ଣ ଗ୍ରାମାଞ୍ଚଳକୁ କିପରି ରେଡ ଜୋନରୁ ଗ୍ରୀନଜୋନ କରାଯିବ, ସେ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ୮୪ ପ୍ରତିଶତ ରହିଛି ଗ୍ରୀନଜୋନ

ଏପରିକି ଗତ କିଛି ଦିନ ମଧ୍ୟରେ ପାତ୍ରପୁର ଏବଂ ସାନଖେମୁଣ୍ଡିର କେତେକ ଗ୍ରାମରୁ ପଜିଟିଭ ଚିହ୍ନଟ ହେଉଥିଲେ । ଏହାକୁ ନେଇ ପ୍ରଶାସନ ପକ୍ଷରୁ ମାଇକ୍ରୋ ପ୍ଲାନ୍ ଏବଂ ଜିଲ୍ଲାକୁ ଆସିଥିବା ଅଧିକାରୀ ଓ ଡାକ୍ତରଙ୍କୁ ନେଇ ଟାସ୍କ କରାଯାଇ କିପରି କୋଭିଡ ପରିଚାଳନାରେ ସଫଳ ହେବେ ସେ ନେଇ କାର୍ଯ୍ୟ ଜାରି ରଖାଯାଇଛି । ଜିଲ୍ଲାରେ ରହିଥିବା ରୋଡ ଜୋନକୁ ସଂପୂର୍ଣ୍ଣ ଗ୍ରୀନଜୋନରେ ପରିଣତ କରାଯିବାକୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି ପ୍ରଶାସନ ।

in-the-rural-areas-of-ganjam-district-84-percent-is-green-zone
ଫଟୋ ସୌଜନ୍ୟ: ସୋସିଆଲମିଡିଆ@Ganjam_Admin

ଏବେବି ବିଭିନ୍ନ ପଡୋଶୀ ରାଜ୍ୟରୁ ପ୍ରବାସୀ ଓଡିଆମାନେ ଗଞ୍ଜାମ ଜିଲ୍ଲାକୁ ଫେରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କ୍ଲଷ୍ଟରସ୍ତରୀୟ ଟିଏମସି ପ୍ରସ୍ତୁତ କରାଯାଇ ପ୍ରାୟ ୧୦ ହଜାର ବ୍ୟକ୍ତିବିଶେଷ ରହିବା ପାଇଁ ପ୍ରସ୍ତୁତି କରାଯାଇଛି । ଅଦ୍ୟବଧି ବିଭିନ୍ନ ସ୍ଥାନରେ ୨୮୦୦ ବ୍ୟକ୍ତିବିଶେଷ ରହିଛନ୍ତି । ପୁଣି ଗ୍ରାମାଞ୍ଚଳସ୍ତରରେ କୋଭିଡ କେୟାର ପାଇଁ ପ୍ରାୟ ୫୦୭୪ ବେଡ ପ୍ରସ୍ତୁତ କରାଯାଇଥିବା ବେଳେ ସାମାନ୍ୟ ଲକ୍ଷଣ ପାଇଁ ଗ୍ରାମସ୍ତରରେ ବ୍ୟବସ୍ଥା କରାଯାଇଛି । ଏପରିକି କୋଭିଡ ମନିଟର ଏବଂ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଜାରି ରହିଛି ।

ପାନୀୟ ଜଳ ଠାରୁ ଆରମ୍ଭ କରି ପରିମଳ ଏବଂ ଖାଦ୍ୟ ସାମଗ୍ରୀ ପ୍ରଦାନପାଇଁ ଅନେକ କାର୍ଯ୍ୟ କରୁଛନ୍ତି କୋଭିଡ ଯୋଦ୍ଧା । ଏପରିକି ପ୍ରତେକ ସେଣ୍ଟରରେ ମାଇକ୍ ଦ୍ବାରା ସେଠାରେ ରହୁଥିବା ପଜିଟିଭଙ୍କୁ ଅଧିକରୁ ଅଧିକ ସହଯୋଗ କରିବାକୁ ପ୍ରଚାର କରାଯାଉଛି । ଏଣୁ ସମସ୍ତେ ଟିମକୁ ସହଯୋଗ କରିବା ସହ ଟିମ୍ ମ୍ୟାନେଜମେଣ୍ଟ କାର୍ଯ୍ୟକୁ ଆହୁରି ସୁଦୃଢ କରିବାକୁ ଆହ୍ବାନ କରାଯାଇଛି ।

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ୮୪ ପ୍ରତିଶତ ଗ୍ରୀନ ଜୋନ
କୋଭିଡ ଯୋଦ୍ଧା ପାନୀୟ ଜଳ ଠାରୁ ଆରମ୍ଭ କରି ପରିମଳ ଏବଂ ଖାଦ୍ୟ ସାମଗ୍ରୀ ପ୍ରଦାନ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି

ବ୍ରହ୍ମପୁର ମହାନଗରରେ ନିମଗର କମିଶନରଙ୍କ ଠାରୁ ଆରମ୍ଭ କରି ବ୍ରହ୍ମପୁର ଉପଖଣ୍ଡସ୍ତରରେ ଉପଜିଲ୍ଲାପାଳ ଏବଂ ଛତ୍ରପୁର, ଭଞ୍ଜନଗରରେ ଉପଖଣ୍ଡସ୍ତରୀୟ ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଏଭଳି କାର୍ଯ୍ୟକୁ ସଂପୂର୍ଣ୍ଣ ଭାବରେ ତଦାରଖ କରୁଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 18, 2020, 9:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.